Diwali Puja: ଦୀପାବଳିରେ ଘରେ ଲକ୍ଷ୍ମୀ ପୂଜା ସମୟରେ ମା'ଙ୍କୁ ଲଗାନ୍ତୁ ଏହି ୨ଟି ଭୋଗ, ଘରେ ହେବ ଧନର ବର୍ଷା
Advertisement
Article Detail0/zeeodisha/odisha1403652

Diwali Puja: ଦୀପାବଳିରେ ଘରେ ଲକ୍ଷ୍ମୀ ପୂଜା ସମୟରେ ମା'ଙ୍କୁ ଲଗାନ୍ତୁ ଏହି ୨ଟି ଭୋଗ, ଘରେ ହେବ ଧନର ବର୍ଷା

Diwali Puja: ଦିନ କେଇଟା ପରେ ଆସୁଛି ଆଲୋକର ପର୍ବ ଦୀପାବଳି । ଏହିଦିନ ଲୋକେ ସାଧାରଣଃ ଘରେ ମାଆ ଲକ୍ଷ୍ମୀ, ଧନର ଦେବତା କୁବେର, ଗଣେଶ ଓ ମାଆ ସରସ୍ବତୀଙ୍କୁ ପୂଜା କରାଯାଏ । ବିଶ୍ବାସ ରହିଛି ଯେ, ଏହି ଦେବତାଙ୍କୁ ପୂଜା କଲେ ଘରେ କୌଣସି ସମସ୍ୟା ରହେ ନାହିଁ । 

ସୌଜନ୍ୟ : ସୋସିଆଲ ମିଡିଆ

Diwali Puja: ଦିନ କେଇଟା ପରେ ଆସୁଛି ଆଲୋକର ପର୍ବ ଦୀପାବଳି । ଏହିଦିନ ଲୋକେ ସାଧାରଣଃ ଘରେ ମାଆ ଲକ୍ଷ୍ମୀ, ଧନର ଦେବତା କୁବେର, ଗଣେଶ ଓ ମାଆ ସରସ୍ବତୀଙ୍କୁ ପୂଜା କରାଯାଏ । ବିଶ୍ବାସ ରହିଛି ଯେ, ଏହି ଦେବତାଙ୍କୁ ପୂଜା କଲେ ଘରେ କୌଣସି ସମସ୍ୟା ରହେ ନାହିଁ । ବରଂ ଘରେ ଧନ ସହ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ମାଆ ଲକ୍ଷ୍ମୀଙ୍କୁ ବଡି ଦିଓ୍ବାଲି ଦିନ ପୂଜା କରାଯାଇଥାଏ । ତେବେ, ଚଳିତ ବର୍ଷ  ଅକ୍ଟୋବର ୨୪ ତାରିଖରେ ଦୀପାବଳି ପଡୁଛି । ଏହି ଦୀପାବଳିରେ ଏକ ଇତିହାସ ମଧ୍ୟ ରହିଛି। ଏହି ଦିନ ଭଗବାନ ଶ୍ରୀରାମ ୧୪ ବର୍ଷ ବନବାସ କାଟି ଅଯୋଧ୍ୟାକୁ ଫେରିଥିଲେ  । ଆଉ ଅଯୋଧ୍ୟାବାସୀ ରାମଙ୍କୁ ଦୀପ ଜଳାଇ ସ୍ବାଗତ କରିଥିଲେ।   

 ଦୀପାବଳିରେ ଘରେ କିପରି କରିବେ ମାଆ ଲକ୍ଷ୍ମୀଦେବୀଙ୍କ ପୂଜା , ଜାଣନ୍ତୁ କିଛି ନୀତି ନିୟମ  ?

ଦୀପାବଳି ଦିନକ ପୂର୍ବରୁ ଘରକୁ ଭଲ ଭାବରେ ସଫା କରନ୍ତୁ । ଆଉ ଘରକୁ ରଙ୍ଗୀନ ଆଲୋକମାଳାରେ ସଜାନ୍ତୁ ।  ପୂଜା ପୂର୍ବରୁ ଘରକୁ ଭଲ ଭାବରେ ରଙ୍ଗୋଲିରେ ସଜାନ୍ତୁ ।  ପୂଜାରେ ଲାଗିବାକୁ ଥିବା ପୂଜା ସାମଗ୍ରୀ ଘରେ କିଣି ଆଣି  ରଖନ୍ତୁ ।  ଚାଉଳ, ବାଦାମ, ଫଳ, ଫୁଲ, କ୍ଷୀର, ସିନ୍ଦୁର, ଫଳ, ମିଠା, ଦହି, ଗଙ୍ଗାଜଳ, ଧୂପ, ଧୂପ ବାଡି, ଦୀପ ପ୍ରଭୁତିକୁ ଆଗୁଆ ଘରେ ସଜାଡି ରଖନ୍ତୁ । ଯେପରି ପୂଜା ସମୟରେ ଆପଣ କୌଣସି ସାମଗ୍ରୀର ଅଭାବ ପରିଲକ୍ଷିତ ନ କରନ୍ତି । ଦିପାବଳୀ ଦିନ ମାଆ ଲକ୍ଷ୍ମୀଙ୍କୁ ନୀତି ନିୟମ ଅନୁସାରେ ପୂଜା କରନ୍ତୁ।  ଦୀପାବଳି ଦିନ ସନ୍ଧ୍ୟାରେ ଘରେ ମାଆ ଲକ୍ଷ୍ମୀଙ୍କ ଫଟୋ ରଖି ପ୍ରଥମେ ଏକ କଳସ ସ୍ଥାପନା କରନ୍ତୁ । ପରେ ଦେବୀଙ୍କ ଫଟୋରେ ଏକ ଧଳା ଓ ନାଲି ରଙ୍ଗର ଚୁନରୀ ଚଢାନ୍ତୁ । ବିଧି ଅନୁସାରେ, ମାଙ୍କ ଫଟୋରେ କିଛି ଧଳାପୁଲ ଚଢାନ୍ତୁ ଆଉ ବିଧି ଅନୁସାରେ ପୂଜା କରନ୍ତୁ ।

 

ନିକଟରେ ଅମଳ ହୋଇଥିବା ଧାନରୁ ପ୍ରସ୍ତୁତ ହୋଇଥିବା ଖିରି ଓ ଚିନିରେ ତିଆରି ହୋଇଥିବା ଧଳା ମିଠା ମାଆଙ୍କ ଠାରେ ଲାଗି କରାନ୍ତୁ ।  ଏହି ଦୁଇଟି ଭୋଗ ମାଆଙ୍କର ଅତି ପ୍ରିୟ । ବିଶ୍ବାସ ରହିଛି ଯେ,ଏହି ଦିନ ଏହି ୨ ଭୋଗ ଲଗାଇଲେ ସୁଖ ସମୃଦ୍ଧି ବୃଦ୍ଧି ହେବା ସହିତ ଘରେ ଅର୍ଥର କୌଣସି ସମସ୍ୟା ଲାଗି ରୁହେ ନାହିଁ । ଅନ୍ୟାନ୍ୟ ଫଳ ସହିତ ଏହି ଦୁଇ ଭୋଗ ଲଗାଇବା ଅତ୍ୟନ୍ତ ଶୁଭକର ବୋଲି କୁହାଯାଏ । ପୂଜା ପରେ ପ୍ରସାଦକୁ ବାଣ୍ଟନ୍ତୁ । ପ୍ରସାଦ ସେବନକରୀଙ୍କୁ ପ୍ରସାଦ ଦେବା ସହ କିଛି ଉପହାର ମଧ୍ୟ ଦିଆଯାଇ ଥାଏ। କୁହାଯାଏ ଯେ, ପ୍ରସାଦ ସେବନକାରୀଙ୍କୁ ଉପହାର ଦେଲେ ମାଆ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାନ୍ତି ଆଉ କୃପା ମଧ୍ୟ କରିଥାନ୍ତି । ତେବେ ଆପଣ ମଧ୍ୟ ପୂଜା ସମୟରେ ଏହି ସବୁ ନୀତି ନିୟମ ପାଳନ କରିବା ଉଚିତ୍ ।