Navratri 2022: ପ୍ରଭୁ ଶ୍ରୀରାମ ମଧ୍ୟ କରିଥିଲେ ନବରାତ୍ରୀ ଉପବାସ, ମା' ଦୁର୍ଗାଙ୍କ ଠାରୁ ପାଇଥିଲେ ଏହି ବରଦାନ
Advertisement
Article Detail0/zeeodisha/odisha1365238

Navratri 2022: ପ୍ରଭୁ ଶ୍ରୀରାମ ମଧ୍ୟ କରିଥିଲେ ନବରାତ୍ରୀ ଉପବାସ, ମା' ଦୁର୍ଗାଙ୍କ ଠାରୁ ପାଇଥିଲେ ଏହି ବରଦାନ

Navratri 2022: ଚଳିତ ବର୍ଷ ନବରାତ୍ରୀ ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୫ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ମଧ୍ୟରେ ୯ ଦିନ ଧରି ମା ଦୁର୍ଗାଙ୍କର ବିଶେଷ ପୂଜା ହେବ । ପୁରାଣ ଅନୁଯାୟୀ ମର୍ଯ୍ୟାଦା ପୁରୁଷ ଭଗବାନ ପ୍ରଭୁ ଶ୍ରୀ ରାମ ମଧ୍ୟ ନବରାତ୍ରୀ ଉପବାସ ରଖିଥିଲେ ।

ସୌ: ସୋସିଆଲ ମିଡିଆ

Navratri 2022: ଶାରଦୀୟ ନବରାତ୍ରୀର ପର୍ବ ୨୬ ସେପ୍ଟେମ୍ବରରୁ ଆରମ୍ଭ ହେଉଛି । ଘରଠାରୁ ଆରମ୍ଭ କରି ମନ୍ଦିର ଓ ପାଣ୍ଡାଲ ପର୍ଯ୍ୟନ୍ତ ୯ ଦିନ ଧରି ମା' ଦୁର୍ଗାଙ୍କ ପୂଜା ହେବ । ଏହି ନବରାତ୍ରୀର ମହାନତା ବିଷୟରେ ପୁରାଣରେ ଅନେକ କାହାଣୀ ଲିପିବଦ୍ଧ ରହିଛି, ଯେଉଁଥିରେ ଭିନ୍ନ ଭିନ୍ନ ଦେବୀ ଦେବତାଙ୍କ ଦ୍ୱାରା ନବରାତ୍ରୀର ବିଦ୍ଧି ପୂର୍ଣ୍ଣ ଉପବାସ କରଯାଇଥିବା ବିଷୟରେ ଉଲ୍ଲେଖ ରହିଛି । ସମପରି ଭଗବାନ ଶ୍ରୀ ରାମଙ୍କ ସହିତ ମଧ୍ୟ ଏକ କାହାଣୀ ଜଡିତ ରହିଛି । ଆଜି ଆମେ ଆପଣଙ୍କୁ ତାଙ୍କର ସେହି କାହାଣୀ ବିଷୟରେ କହିବାକୁ ଯାଉଛୁ ।

ଭଗବାନ ଶ୍ରୀ ରାମଙ୍କ ନବରାତ୍ରୀ ଉପବାସ ବିଷୟରେ ଭଗବତୀ ପୁରାଣରେ ଉଲ୍ଲେଖ କରାଯାଇଛି। ଏହା ଅନୁଯାୟୀ, ରାବଣ ଦ୍ୱାରା ମା' ସୀତାଙ୍କୁ ଅପହରଣ କରାଯିବା ନେଇ ବିବ୍ରତ ଥିବା ପ୍ରଭୁ ଶ୍ରୀରାମ ଏକଦା ନିଜ ସାନଭାଇ ଲକ୍ଷ୍ମଣଙ୍କ ସହ କଥା ହେଉଥିଲେ । ସେହି ସମୟରେ ନାରଦ ମୁନି ସେଠାରେ ପହଞ୍ଚିଥିଲେ, ଯିଏ ରାବଣ ଠାରୁ ବିଜୟପ୍ରାପ୍ତ କରିବା ପାଇଁ ଅଶ୍ୱିନ ମାସର ନବରାତ୍ରୀର ରୀତିନୀତିକୁ କରିବାକୁ ପରାମର୍ଶ ଦେଇଥିଲେ । ସେ ଭଗବାନ ରାମଙ୍କୁ ମଧ୍ୟ ମନେ ପକାଇ ଦେଇଥିଲେ ଯେ ସେ ନିଜର ପ୍ରତ୍ୟେକ ଅବତାରରେ ଶକ୍ତିଙ୍କୁ ପୂଜା କରିଥିଲେ ।

ଦେବୀ ଭଗବତୀ ପୁରାଣଙ୍କ ଅନୁଯାୟୀ ଭଗବାନ ରାମଙ୍କ ନବରାତ୍ରୀ ଉପବାସ ପାଇଁ ନରଦଜୀ ନିଜେ ତାଙ୍କର ଆଚାର୍ଯ୍ୟ ହେବାକୁ ରାଜି ହୋଇଥିଲେ । ସେ ରାମଙ୍କୁ କହିଥିଲେ ଯେ ଦେବତାମାନଙ୍କର କାର୍ଯ୍ୟ କରିବାକୁ ତାଙ୍କର ବହୁତ ଉତ୍ସାହ ଅଛି, ତେଣୁ ସେ ସେମାନଙ୍କର ରୀତିନୀତିର ଗୁରୁ ହେବେ । ଏହା ପରେ ସେ ଭଗବାନ ରାମଙ୍କୁ ନବରାତ୍ରୀ ରୀତିନୀତିର ପଦ୍ଧତି ବିଷୟରେ କହିଥିଲେ ।

ଏହା ପରେ, ଅଶ୍ୱିନ ମାସର ନବରାତ୍ରୀରେ ନାରଦ ମୁନିଙ୍କ କଥା ଅନୁଯାୟୀ ଭଗବାନ ଶ୍ରୀରାମ କିଷ୍କିନ୍ଦା ପର୍ବତର ସମତଳ ଭୂମିରେ ଏକ ସିଦ୍ଧ ସିଂହାସନ ପ୍ରସ୍ତୁତ କରି ଏହା ଉପରେ ଭଗବତୀ ଜଗଦମ୍ବାଙ୍କ ଦେବତା ପ୍ରତିଷ୍ଠା କରିଥିଲେ । ତା’ପରେ ଭାଇ ଲକ୍ଷ୍ମଣଙ୍କ ସହିତ ୯ ଦିନ ଉପବାସ ସହ ରୀତିନୀତି ଅନୁଯାୟୀ ଯଜ୍ଞ ଓ ପୂଜା କରିଥିଲେ ।

ଏଥିରେ ଖୁସି ହୋଇ ମା' ଭଗବତୀ ଅଷ୍ଟମୀ ତିଥିର ମଧ୍ୟରାତ୍ରିରେ ଉପସ୍ଥିତ ହୋଇ ଉଭୟ ଭାଇଙ୍କୁ ଦର୍ଶନ ଦେଇଥିଲେ ।  ଭଗବାନ ରାମଙ୍କର ସମସ୍ତ ଅବତାରକୁ ପ୍ରଶଂସା କରି ମା' ଦୁର୍ଗା ତାଙ୍କୁ ରାବଣ ଉପରେ ବିଜୟ ହାସଲ ଓ ୧୧ ହଜାର ବର୍ଷ ଧରି ପୃଥିବୀ ଉପରେ ଶାସନ କରିବାକୁ ଆଶୀର୍ବାଦ ଦେଇଥିଲେ । ପୁରାଣ ଶାସ୍ତ୍ର ଅନୁଯାୟୀ, ଏହା ପରେ ହିଁ ପ୍ରଭୁ ଶ୍ରୀରାମ ରାବଣଙ୍କ ସହ ଯୁଦ୍ଧ କରି ଦଶମୀର ବିଜୟ ହାସଲ କରିଥିଲେ ଓ ମା' ସୀତାଙ୍କୁ ନିରାପଦରେ ଫେରାଇ ଆଣି ଅଯୋଧ୍ୟା ରାଜ୍ୟ ସିଂହାସନ ଗ୍ରହଣ କରିଥିଲେ ।

ଏହା ବି ପଢ଼ନ୍ତୁ: 'ଦୁର୍ଗା ପୂଜା ସମୟରେ...ଯଦି କିଛି ଘଟେ ତ... ', ମନ୍ତ୍ରୀମାନଙ୍କୁ ଚେତାବନୀ ଦେଲେ ମମତା ବାନାର୍ଜୀ