Dev Uthani Ekadashi 2022: ଜାଣି ରଖନ୍ତୁ ଦେବ ଉଥାନୀ ଏକାଦଶୀର ଶୁଭ ମୁହୂର୍ତ୍ତ, ଏହି ଦିନ ବ୍ରତଧାରୀ ଭୁଲରେ ବି କରନ୍ତୁନି ଏହି ସବୁ କାମ
Advertisement
Article Detail0/zeeodisha/odisha1418817

Dev Uthani Ekadashi 2022: ଜାଣି ରଖନ୍ତୁ ଦେବ ଉଥାନୀ ଏକାଦଶୀର ଶୁଭ ମୁହୂର୍ତ୍ତ, ଏହି ଦିନ ବ୍ରତଧାରୀ ଭୁଲରେ ବି କରନ୍ତୁନି ଏହି ସବୁ କାମ

Dev Uthani Ekadashi 2022: କାର୍ତ୍ତିକ ମାସକୁ ଧର୍ମର ମାସ ବୋଲି କୁହାଯାଏ । ଏହି ମାସରେ ହବିଷ୍ୟାଳୀମାନେ ସାଧାରଣତଃ କାର୍ତ୍ତିକ ବ୍ରତ କରିଥାନ୍ତି । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ପାଇଁ ସମର୍ପିତ ମାସଟିଏ । ନିୟମ ଅନୁଯାୟୀ, ଏହି ମାସରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କଲେ ଭକ୍ତମାନଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି ।

ସୌଜନ୍ୟ : ସୋସିଆଲ ମିଡିଆ

Dev Uthani Ekadashi 2022: କାର୍ତ୍ତିକ ମାସକୁ ଧର୍ମର ମାସ ବୋଲି କୁହାଯାଏ । ଏହି ମାସରେ ହବିଷ୍ୟାଳୀମାନେ ସାଧାରଣତଃ କାର୍ତ୍ତିକ ବ୍ରତ କରିଥାନ୍ତି । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କ ପାଇଁ ସମର୍ପିତ ମାସଟିଏ । ନିୟମ ଅନୁଯାୟୀ, ଏହି ମାସରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ପୂଜା କଲେ ଭକ୍ତମାନଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏପରିକି,ସମସ୍ତ ବଡ ପର୍ବ ଏବଂ ଉପବାସ ଏହି ମାସରେ ପଡେ । କାର୍ତ୍ତିକ ମାସରେ ହେଉଥିବା ଏକାଦଶୀକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇ ଥାଏ । କାର୍ତ୍ତିକ ମାସ ଶୁକ୍ଲାପକ୍ଷ ଏକାଦାଶୀକୁ ଦେବ ଉଥାନୀ ଏକାଦଶୀ ବୋଲି କୁହାଯାଏ। ଏହି ଦିନ ଭଗବାନ ବିଷ୍ଣୁ ୪ ମାସ ଯୋଗ ନିଦ୍ରା ପରେ ଜାଗ୍ରତ ହୁଅନ୍ତି ଏବଂ ଏହା ସହିତ ସମସ୍ତ ଶୁଭ କାର୍ଯ୍ୟ ଏହି ଦିନଠାରୁ ଆରମ୍ଭ ହୁଏ । 

କାର୍ତ୍ତିକ ପୂର୍ଣ୍ଣିମା ଦିନ କାର୍ତ୍ତିକ ମାସ ଶେଷ ହୁଏ । ଏହି ମାସରେ ବ୍ରହ୍ମାମୁହୂର୍ତ୍ତରେ ସ୍ନାନ କରିବା ଅତ୍ୟନ୍ତ ଫଳପ୍ରଦ ବୋଲି ବିବେଚନା କରାଯାଏ । କାର୍ତ୍ତିକ ମାସର ଏକାଦାଶୀ ଦେବ ଉଥାନୀ ଏକାଦାଶୀ, ଦେବ ପ୍ରବୋଧନୀ ଏକାଦାଶୀ ବୋଲି କୁହାଯାଏ । ଦେବ ଉଥାନୀ ଏକାଦଶୀର ଗୁରୁତ୍ବ ବେଶ ଅଧିକ ରହିଛି।  ତେବେ ଏହି ଦିନ କେଉଁ କାର୍ଯ୍ୟ କରିବା ନିଷେଧ । ଆଉ ଏସବୁ କରିବା ଦ୍ବାରା ଭଗବାନ ବିଷ୍ଣୁଙ୍କ କୃପା ଆପଣଙ୍କ ଉପରେ ରହି ନ ଥାଏ । 

ଆସନ୍ତୁ ଜାଣିବା ଦେବ ଉଥାନୀ ଏକାଦଶୀର ଶୁଭ ମୁହୂର୍ତ୍ତ କେବେ ?

କାର୍ତ୍ତିକ ମାସର ଶୁକ୍ଲ  ପକ୍ଷ ଏକାଦଶୀକୁ ଦେବ ଉଥାନୀ ଏକାଦଶୀ ଭାବରେ ପାଳନ କରାଯାଇ ଥାଏ । ଆସନ୍ତା ମାସ, ନଭେମ୍ବର ୩ ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହୋଇ ନଭେମ୍ବର  ୪ ସନ୍ଧ୍ୟା ୬ଟା ୮ ପର୍ଯ୍ୟନ୍ତ ରହିଛି । 

ତୁଳସୀ ବିବାହ ପାଇଁ ଶୁଭ ସମୟ :

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଦେବ ଉଥାନୀ ଏକାଦାଶୀଙ୍କ ପରଦିନ ତୁଳସୀ ବିବାହ କରାଯାଏ। ତେବେ, ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ତୁଳସୀ ବିବାହ ପାଇଁ ଶୁଭ ସମୟ ନଭେମ୍ବର ୫ ତାରିଖ ରହିଛି । ଦ୍ୱାଦଶୀ ଦିନ ତୁଳସୀ ବିବାହ ହୋଇଥାଏ । ଦ୍ୱାଦଶୀ ତିଥି ୫ ନଭେମ୍ବରର ସନ୍ଧ୍ୟା ୬ଟା ୮ ମିନିଟ ସମୟରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ସନ୍ଧ୍ୟା ୫ଟା ୬ ପର୍ଯ୍ୟନ୍ତ ରହିଛି । 

ଦେବ ଉଥାନୀ ଏକାଦଶୀ ଦିନ ଏହି କାମ କରିବାକୁ ଭୁଲନ୍ତୁ ନାହିଁ :

ହିନ୍ଦୁ ଧର୍ମରେ ଏକାଦଶୀ ତିଥିରେ ଭାତ କିମ୍ବା ଚାଉଳରୁ ପ୍ରସ୍ତୁତ ଖାଦ୍ୟ ଖାଇବା ନିଷେଧ ବୋଲି ବିବେଚନା କରାଯାଏ । ବିଶ୍ୱାସ କରାଯାଏ ଯେ, ଏହି ଦିନ ଭାତ ଭୁଲରେ ବି ଖାଇବା ଉଚିତ୍ ନୁହେଁ । ଗହମରୁ ପ୍ରସ୍ତୁତ ଖାଦ୍ୟ ଏହି ଦିନ ଖାଇବା ଉଚିତ୍ । 

ଏକାଦଶୀ ଦିନ ମଧ୍ୟ ଭୁଲରେ ମାଂସ ଏବଂ ମଦ ଖାଆନ୍ତୁ ନାହିଁ । ଏହା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ମଧ୍ୟ କ୍ରୋଧିତ କରେ ।

ଶ୍ରୀହରି କେବଳ ମହିଳା ଏବଂ ବୟସ୍କମାନଙ୍କ ସମ୍ମାନ ଦ୍ୱାରା ପ୍ରସନ୍ନ ହୁଅନ୍ତି । ତେଣୁ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ମହିଳା ଏବଂ ବୟସ୍କଙ୍କୁ ସମ୍ମାନ ଦେବାକୁ ଚେଷ୍ଟା କରନ୍ତୁ । 

ଏକାଦଶୀ ଦିନ ଆତ୍ମ ନିୟନ୍ତ୍ରଣ ରଖନ୍ତୁ । ଭୁଲରେ ବି ମଧ୍ୟ ଅନ୍ୟ ଉପରେ ରାଗନ୍ତୁ ନାହିଁ । ଏହି ଦିନ ଗରିବ ଏବଂ ଅସହାୟ ଲୋକଙ୍କୁ ମଧ୍ୟ ସାହାଯ୍ୟ କରନ୍ତୁ ।