5 Amazing Facts About Jagannath Temple : ଜାଣନ୍ତୁ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ୫ ଟି ଅଲୌକିକ ରହସ୍ୟ
Advertisement
Article Detail0/zeeodisha/odisha2320978

5 Amazing Facts About Jagannath Temple : ଜାଣନ୍ତୁ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ୫ ଟି ଅଲୌକିକ ରହସ୍ୟ

mysteries of Jagannath temple : ଭାରତର ସବୁଠାରୁ ‘ରହସ୍ୟମୟୀ’ ମନ୍ଦିର ଭିତରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନ୍ୟତମ ।ପଢନ୍ତୁ ଜଗନ୍ନାଥ ମନ୍ଦିରର ୫ ଟି ରୋଚକ ତଥ୍ୟ 

jagannath

Puri Jagannath Temple: ଭାରତର ସବୁଠାରୁ ‘ରହସ୍ୟମୟୀ’ ମନ୍ଦିର ଭିତରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅନ୍ୟତମ । ହଜାର ହଜାର ବର୍ଷ ପୁରୁଣା ଏହି ମନ୍ଦିରରେ ଅନେକ ରହସ୍ୟ ଲୁଚି ରହିଛି । ଏହି ମନ୍ଦିର ସହ ଜଡ଼ିତ ଇତିହାସ ମଧ୍ୟ ଖୁବ ଆଶ୍ଚର୍ଯ୍ୟଜନକ । ଏହି ମନ୍ଦିରକୁ ନେଇ ଏକ ଧାର୍ମିକ ମାନ୍ୟତା ରହିଛି ଯେ, ଜଗନ୍ନାଥ ମନ୍ଦିରର ବିଗ୍ରହରେ ଆଜି ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହୃଦୟ ରହିଛି । ଏହି ମନ୍ଦିରରେ ଅନେକ ଗୁଡ଼ିଏ ରହସ୍ୟ ରହିଛି, ଯାହା ଆଜି ପର୍ଯ୍ୟନ୍ତ କୌଣସି ସତ୍ୟତା ମିଳି ପାରି ନାହିଁ । ଏଭଳି କିଛି ରହସ୍ୟ ମଧ୍ୟ ଅଛି, ଯାହା ବିଷୟରେ ଲୋକେ ଖୁବ କମ୍ ଜାଣିଛନ୍ତି ।
 ଆସନ୍ତୁ ଜାଣିବା ଜଗନ୍ନାଥ ମନ୍ଦିରର ୫ ଟି ରୋଚକ ତଥ୍ୟ-

୧- କୁହାଯାଏ ଯେ, ଏହି ମନ୍ଦିର ଉପର ଦେଇ କୌଣସି ବିମାନ ଉଡ଼ି ଯାଇପାରେ ନାହିଁ ଏବଂ ପକ୍ଷୀମାନେ ମଧ୍ୟ ମନ୍ଦିର ଉପରେ ଉଡ଼ିବାକୁ ଭୟ କରନ୍ତି ।ପୁରୀ ଶ୍ରୀମନ୍ଦିର ବ୍ୟତୀତ ଭାରତର ଅନ୍ୟ କୌଣସି ମନ୍ଦିରରେ ଏଭଳି ଦେଖାଯାଇ ନାହିଁ। ଯାହା ଏକ ରହସ୍ୟ ବୋଲି କୁହାଯାଇପାରେ ।

୨- ବିଶ୍ୱାସ ରହିଛି ଯେ, ଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ରାନ୍ଧିବା ପାଇଁ ୭ ଟି କୁଡ଼ୁଆକୁ ଗୋଟିଏ ପରେ ଗୋଟିଏ କରି ରଖାଯାଏ । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏଥିରେ ସର୍ବ ଶୀର୍ଷରେ ରଖାଯାଇଥିବା ପାତ୍ରର ପ୍ରସାଦ ପ୍ରଥମେ ରାନ୍ଧି ହୋଇଥାଏ । ଏହି ଘଟଣା ଖୁବ ଆଶ୍ଚର୍ଯ୍ୟଜନକ ହୋଇଥିଲେ ମଧ୍ୟ ଏହାର କାରଣ କିମ୍ବା ରହସ୍ୟ ଆଜି ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ ।

-ମନ୍ଦିରରେ ଦିନ ବେଳେ ପବନ ସମୁଦ୍ରରୁ ସ୍ଥଳ ଆଡକୁ ପ୍ରବାହିତ ହୁଏ। କିନ୍ତୁ ସନ୍ଧ୍ୟା ସମୟରେ ପବନ ନିଜ ଦିଗ ପରିବର୍ତ୍ତନ କରି ଭୂମିରୁ ସମୁଦ୍ର ଆଡ଼କୁ ପ୍ରବାହିତ ହୋଇଥାଏ । ଜଗନ୍ନାଥ ମନ୍ଦିରର ଶିଖରରେ ଥିବା ପତିତପାବନ ବାନା ସର୍ବଦା ପବନର ବିପରୀତ ଦିଗରେ ହିଁ ଉଡ଼ୁଥାଏ ।

୪- ଜଗନ୍ନାଥ ମନ୍ଦିରର ଉଚ୍ଚତା ପ୍ରାୟ ୨୧୪ ଫୁଟ । ତେଣୁ ଏଠାରେ ପଶୁ ଓ ପକ୍ଷୀମାନଙ୍କର ଛାୟା ସୃଷ୍ଟି ହେବା ସ୍ୱାଭାବିକ । କିନ୍ତୁ ମନ୍ଦିରର ଶିଖରର ଛାଇ ଆଜି ପର୍ଯ୍ୟନ୍ତ କେହି ଦେଖି ପାରି ନାହାନ୍ତି । ଶ୍ରୀମନ୍ଦିରର ଛାଇ ପଡ଼େନାହିଁ ବୋଲି ମଧ୍ୟ କୁହାଯାଇଛି ।

୫- ପ୍ରତ୍ୟେକ ୧୨ ବର୍ଷରେ ଶ୍ରୀ ବିଗ୍ରହମାନଙ୍କର ପ୍ରତିମା ପରିବର୍ତ୍ତନ କରାଯାଏ । ମହାପ୍ରଭୁଙ୍କ ନବକଳେବର କରାଯାଇ ପ୍ରଥମ ବିଗ୍ରହରୁ ନୂଆ ବିଗ୍ରହକୁ ତିନି ଠାକୁରଙ୍କୁ ପ୍ରାଣ ପ୍ରତିଷ୍ଠା କରାଯାଏ । ପୁରୁଣା ପ୍ରତିମୂର୍ତ୍ତିଙ୍କ ସ୍ଥାନରେ ଏହି ଦିନରୁ ନୂଆ ବିଗ୍ରହଙ୍କୁ ପୂଜା କରାଯାଏ । ତେବେ ଭଗବାନଙ୍କ ମୂର୍ତ୍ତି ବଦଳାଇବା ସମୟରେ ସହରର ବିଦ୍ୟୁତ୍ କାଟ ହୋଇଯାଏ ବୋଲି ଦେଖାଯାଇଛି।