Navratri 2023: ନବରାତ୍ରୀ ସମୟରେ କରନ୍ତୁ ଏହା, ସମସ୍ତ ସମସ୍ୟାରୁ ପାଇବେ ମୁକ୍ତି !
Advertisement
Article Detail0/zeeodisha/odisha1890377

Navratri 2023: ନବରାତ୍ରୀ ସମୟରେ କରନ୍ତୁ ଏହା, ସମସ୍ତ ସମସ୍ୟାରୁ ପାଇବେ ମୁକ୍ତି !

ଶାରଦୀୟ ନବରାତ୍ରୀରେ ବିଭିନ୍ନ ତରିକାରେ ପୂଜା ପାଠ କରିବାର ବିଧି ରହିଛି । ଚଳିତ ବର୍ଷ ୨୦୨୩ ମସିହା ଅକ୍ଟୋବର ୧୫ (October 15) ତାରିଖ ପରେ ଅଶ୍ୱିନ୍ ଶୁକ୍ଲା ପକ୍ଷ ପ୍ରତିପଦାରୁ ଆରମ୍ଭ ହେଉଛି ନବରାତ୍ରୀ । ନବରାତ୍ରୀ (Navaratri) ସମୟରେ ମାତା ଦେବୀଙ୍କର ବିଶେଷ ପୂଜା କରାଯାଇଥାଏ । ମାଆ ଦୁର୍ଗାଙ୍କର ଅନେକ ଭିନ୍ନ ରୂପ ରହିଛି । ସମସ୍ତ ରୂପକୁ

Navratri 2023: ନବରାତ୍ରୀ ସମୟରେ କରନ୍ତୁ ଏହା, ସମସ୍ତ ସମସ୍ୟାରୁ ପାଇବେ ମୁକ୍ତି !

Navratri 2023: ଶାରଦୀୟ ନବରାତ୍ରୀରେ ବିଭିନ୍ନ ତରିକାରେ ପୂଜା ପାଠ କରିବାର ବିଧି ରହିଛି । ଚଳିତ ବର୍ଷ ୨୦୨୩ ମସିହା ଅକ୍ଟୋବର ୧୫ (October 15) ତାରିଖ ପରେ ଅଶ୍ୱିନ୍ ଶୁକ୍ଲା ପକ୍ଷ ପ୍ରତିପଦାରୁ ଆରମ୍ଭ ହେଉଛି ନବରାତ୍ରୀ । ନବରାତ୍ରୀ (Navaratri) ସମୟରେ ମାତା ଦେବୀଙ୍କର ବିଶେଷ ପୂଜା କରାଯାଇଥାଏ । ମାଆ ଦୁର୍ଗାଙ୍କର ଅନେକ ଭିନ୍ନ ରୂପ ରହିଛି । ସମସ୍ତ ରୂପକୁ ପୂଜା କରିବାର ସ୍ୱତନ୍ତ୍ର ଶୈଳୀ ରହିଛି । ଭକ୍ତମାନେ ମାତାଙ୍କୁ ପୂଜା କରିବା ପାଇଁ ରହିଥିବା ସମସ୍ତ ନୀତି ନିୟମକୁ ପାଳନ କରିଥାନ୍ତି । ନବରାତ୍ରୀ ସମୟରେ ମାତା ଦୁର୍ଗାଙ୍କୁ ପୂଜା କରିବା ସମୟରେ ସପ୍ତସତୀ ପାଠ କରାଯାଇଥାଏ । ବିଶ୍ୱାସ କରାଯାଏ ଯେ, ଦୁର୍ଗା ସପ୍ତସତୀ ପାଠ କରୁଥିବା ଜଣେ ଭକ୍ତଙ୍କ ମନରେ ଥିବା ଇଚ୍ଛା ପୂରଣ ହୋଇଥାଏ । କାର୍ଯ୍ୟ କରିବାର ଦକ୍ଷତା ବଢିବା ସହିତ ଲୋଭ ଏବଂ କ୍ରୋଧ ଉପରେ ବ୍ୟକ୍ତିଙ୍କ ବିଜୟ ଲାଭ ହୋଇଥାଏ ।

ଦୁନିଆର ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏପରି ମଧ୍ୟ ହୋଇଥାଏ, ସବୁକିଛି ପାଖରେ ଥିଲେ ମଧ୍ୟ କିଛି ବ୍ୟକ୍ତି ପାରିବାରିକ କଳହ (Family feud)କୁ ନେଇ ଚିନ୍ତିତ ରହିଥାନ୍ତି । ନଚେତ୍ ସମ୍ପତ୍ତି ଜନିତ ବିବାଦ (Disputes over property) ମାମଲା ମଧ୍ୟ ଅନେକଙ୍କୁ ଚାପଗ୍ରସ୍ତ କରିଥାଏ । ସବୁ ପ୍ରକାରର ପରିଶ୍ରମ ପରେ ମଧ୍ୟ ସଫଳତା ହାସଲ ହୋଇନଥାଏ । ଯଦି ଏପରି ସମସ୍ୟା ଆପଣଙ୍କର ରହିଛି ତେବେ ଆପଣ ମାଆ ଦୁର୍ଗାଙ୍କୁ ଧ୍ୟାନ କରିବା ସହିତ ଦୁର୍ଗା ସପ୍ତସତୀ ପାଠ କରିବା ଉଚିତ୍ । ଏହା କରିବା ଦ୍ୱାରା ଉପରୋକ୍ତ ସମସ୍ୟା ଗୁଡିକରୁ ମୁକ୍ତି ମିଳିଥାଏ ।

ଅନେକ ବ୍ୟକ୍ତି ଦୁର୍ଗା ସପ୍ତସତୀ ପ୍ରତିଦିନ ପାଠ କରିଥାନ୍ତି । କିନ୍ତୁ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ପ୍ରତିଦିନ ପାଠ କରିବାକୁ ଅସମର୍ଥ ତଥା ସମୟ ମିଳୁନାହିଁ । ସେମାନେ ୧୫ ଅକ୍ଟୋବରରୁ ଶାରଦୀୟ ନବରାତ୍ରୀ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତିଦିନ ଏହାକୁ ପାଠ କରିବା ଦ୍ୱାରା ବିଶେଷ ଲାଭ (Special benefits) ମିଳିଥାଏ । ପ୍ରତିଦିନ ମାତା ଦେବୀଙ୍କ ପ୍ରତିମା ସାମ୍ନାରେ ସପ୍ତସତୀ ପାଠ କରିବା ଆବଶ୍ୟକ । ମାଆ ଦୁର୍ଗାଙ୍କୁ ପୂଜା କରିବା ଏବଂ ସପ୍ତସତୀ ପଢିବା ଦ୍ୱାରା ଆପଣଙ୍କ ପରିବାରର ଉନ୍ନତୀ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଯେଉଁ ଘରେ ଦୁର୍ଗା ସପ୍ତସତୀ ପାଠ କରାଯାଏ ସେଠାରେ ମାଆ ଦୁର୍ଗାଙ୍କର ଅଲୌକିକ ଶକ୍ତି ପ୍ରାପ୍ତ ହୋଇଥାଏ । ଏଥିସହ ଘରୁ ନକାରାତ୍ମକତା (Negativity) ଦୂର ହୋଇଯାଏ । ତେଣୁ ଅନେକ ବ୍ୟକ୍ତିଙ୍କ ଘରେ ନବରାତ୍ରୀ ସମୟରେ ମାଆ ଦୁର୍ଗାଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇ ସପ୍ତସତୀ ପାଠ କରାଯାଇଥାଏ । ବିଶେଷ କରି ଓଡ଼ିଶା, ପଶ୍ଚିମବଙ୍ଗ, ରାଜସ୍ତାନ, ଉତ୍ତରପ୍ରଦେଶ ସମେତ ଦେଶର ବିଭିନ୍ନ ସ୍ଥାନରେ ବଡ଼ ଧୁମଧାମରେ ଲୋକମାନେ ପୂଜା କରିଥାନ୍ତି । କେବଳ ମଣ୍ଡପ ନୁହେଁ କିଛି ଲୋକ ନିଜ ଘରେ ମଧ୍ୟ ପୂଜା କରିଥାନ୍ତି ।

Also Read- Crime News: ଦୁଷ୍କର୍ମ ପରେ ରକ୍ତସ୍ରାବ, ଅଢେଇ ଘଣ୍ଟା ଧରି ସାହାଯ୍ୟ ମାଗିଲା ନାବାଳିକା ହେଲେ...

Also Read- ୯୨ ବର୍ଷ ବୟସରେ ପାଠ ପଢିଲେ ଖାନ ଚାଚି, ଅନ୍ୟ ପାଇଁ ସାଜିଲେ ପ୍ରେରଣା