October Month Festivals: ଅକ୍ଟୋବରରେ ପାଳନ ହେବ ଏହିସବୁ ପର୍ବ
Advertisement
Article Detail0/zeeodisha/odisha1893148

October Month Festivals: ଅକ୍ଟୋବରରେ ପାଳନ ହେବ ଏହିସବୁ ପର୍ବ

October Month Festivals: ୨୦୨୩ ମସିହା ଅକ୍ଟୋବର ମାସଟି ହିନ୍ଦୁ ଧର୍ମର ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି । କାରଣ ଅକ୍ଟୋବରରେ ଅନେକ ପ୍ରସିଦ୍ଧ ପର୍ବ ପାଳନ କରିବେ ସନାତନ ଧର୍ମର ଲୋକେ ।

October Month Festivals: ଅକ୍ଟୋବରରେ ପାଳନ ହେବ ଏହିସବୁ ପର୍ବ

October Month Festivals: ହିନ୍ଦୁ ଧର୍ମରେ ବ୍ରତ ଓ ଉପବାସ ଭାରତୀୟ ସାଂସ୍କୃତିକ ଐତିହ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବିଶେଷ ହୋଇ ରହିଛି । ଏପରି ଅନେକ ପର୍ବ ରହିଛି ଯେଉଁ ଗୁଡ଼ିକୁ ଆମେ ଆମର ପାରମ୍ପାରିକ ପ୍ରଥା ସହିତ ପାଳନ କରିଥାନ୍ତି । ଏପରି ପର୍ବ ପର୍ବାଣୀ ଗୁଡିକ ଐତିହାସିକ ଗୁରୁତ୍ୱକୁ ପ୍ରତିଫଳିତ କରିଥାଏ । ମୌସୁମୀର ପରିବର୍ତ୍ତନ ସହିତ ପୂଜା, ବ୍ରତ ତଥା ଉପବାସ ଆମକୁ ଧାର୍ମିକ ଏବଂ ସାମାଜିକ ମୂଲ୍ୟବୋଧକୁ ମନେ ପକାଇଥାଏ । ପିଢି ପରେ ପିଢି ପର୍ଯ୍ୟନ୍ତ ଆମ ସଂସ୍କୃତି ପରମ୍ପରା ପହଞ୍ଚାଇବା ପାଇଁ ହିନ୍ଦୁ ଧର୍ମର ଲୋକେ ସର୍ବଦା ଚେଷ୍ଟିତ ଥାଆନ୍ତି । ଉପବାସ ରଖିବାକୁ ଏକ ଧାର୍ମିକ ଅଭ୍ୟାସ ବୋଲି ଧରାଯାଇଥାଏ । ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି ପୂଜା ପର୍ବର ମୂଳ ଉଦ୍ଦେଶ୍ୟ ହେଉଛି ଇଶ୍ବରଙ୍କ ଉପାସନା, ମାନସିକ ଶୁଦ୍ଧତା, ଆତ୍ମ ନିୟନ୍ତ୍ରଣ ଏବଂ ଅସୁବିଧା ସମୟରେ ଇଶ୍ବରଙ୍କ ଆଶୀର୍ବାଦ (God's blessing) ପାଇବା । ହିନ୍ଦୁ ଧର୍ମରେ କାହିଁ କେଉଁ ପ୍ରାଚୀନ କାଳରୁ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରିବାର ପ୍ରଥା ଓ ପରମ୍ପରା ଚାଲିଆସୁଛି।

ଜୀବୀତପୁତ୍ରିକା ବ୍ରତ

ଅକ୍ଟୋବର ୬ ତାରିଖରେ 'ଜୀବୀତପୁତ୍ରିକା ବ୍ରତ' ପାଳନ କରାଯିବ । ଏହି ଉପବାସର ମହତ୍ୱ ହେଉଛି ନିଜ ପିଲାମାନଙ୍କର ଦୀର୍ଘ ଜୀବନ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଏହି ବ୍ରତରେ ପ୍ରାର୍ଥନା କରାଯାଇଥାଏ ।

ଇନ୍ଦିରା ଏକାଦଶି 
'ଇନ୍ଦିରା ଏକାଦଶି' ଅକ୍ଟୋବର ୧୦ ତାରିଖ ପିତୃପକ୍ଷ ଅବସରରେ ପାଳନ କରାଯିବ । ପିତୃପୁରୁଷଙ୍କ ପ୍ରତି ମନରେ ଥିବା ସମ୍ମାନ ଏବଂ ଉତ୍ସର୍ଗୀକୃତ ଭାବନା ପାଇଁ ଏହି ପର୍ବରେ ଦେଖିବାକୁ ମିଳିଥାଏ ।

ମହାଳୟା ଶ୍ରାଦ୍ଧ
ଅକ୍ଟୋବର ୧୪ରେ ସନାତନ ଧର୍ମର ଲୋକେ 'ମହାଳୟା ଶ୍ରାଦ୍ଧ ଦିବସ' ପାଳନ କରିବେ । ଯେଉଁମାନଙ୍କୁ ପିତୃପୁରୁଷଙ୍କ ମୃତ୍ୟୁ ତାରିଖ ଜଣା ନାହିଁ ସେମାନେ ଏହି ଦିନଟିକୁ ବିଶେଷ ଭାବରେ ପାଳନ କରିଥାନ୍ତି । ପିତୃପୁରୁଷଙ୍କୁ ପିଣ୍ଡ ଦାନ କରାଯାଇଥାଏ ।

ଶାରଦୀୟ ନବରାତ୍ରୀ 
ଚଳିତ ବର୍ଷ ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହେଉଛି ପବିତ୍ର 'ଶାରଦୀୟ ନବରାତ୍ରି' ଏହି ପର୍ବ ୨୩ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଦେଶର ବିଭିନ୍ନ ସ୍ଥାନରେ ଏହି ପର୍ବକୁ ବିଶେଷ ଭାବରେ ପାଳନ କରାଯାଇଥାଏ ।

ଦୁର୍ଗା ଅଷ୍ଟମୀ
ଚଳିତ ବର୍ଷ ଅକ୍ଟୋବର ୨୨ରେ ଦୁର୍ଗା ଅଷ୍ଟମୀ ପାଳନ କରାଯିବ । ନବରାତ୍ରୀର ଅଷ୍ଟମ ଦିବସକୁ ଦୁର୍ଗାଷ୍ଟମୀ କୁହାଯାଇଥାଏ ।

ମହାନବମୀ
ଅକ୍ଟୋବର ୨୩ ତାରିଖରେ ପାଳନ କରାଯିବ ମହାଦେବୀଙ୍କ 'ମହାନବମୀ' । ଏହି ଦିନରେ ମାଆ ଦୁର୍ଗାଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ ।

ଦଶହରା 
ଅକ୍ଟୋବର ୨୪ ତାରିଖରେ ପବିତ୍ର 'ଦଶହରା' ପାଳନ କରାଯିବ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ଅସତ୍ୟ ଉପରେ ସତ୍ୟର ବିଜୟର ତଥା ଅଧର୍ମ ଉପରେ ଧର୍ମର ବିଜୟର ବାର୍ତ୍ତା ଦେଇଥାଏ ଦଶହରା ।

ପାପଅଂକୁଶ
ଅକ୍ଟୋବର ୨୫ ତାରିଖରେ ପାପଅଂକୁଶ ଏକାଦଶି ପାଳନ କରାଯିବ । ପାପର ବିନାଶ ପାଇଁ ଏହି ଦିନଟିରେ ଉପାସ ରଖିଥାନ୍ତି କିଛି ଲୋକ ।

ଶରତ ପୂର୍ଣ୍ଣିମା
ଅକ୍ଟୋବର ୨୮ ତାରିଖରେ 'ଶରତ ପୂର୍ଣ୍ଣିମା' ପାଳନ କରାଯିବ । ଏହି ଦିନ ଦେବୀ ଲକ୍ଷ୍ମୀଙ୍କର ବିଶେଷ ପୂଜା କରାଯାଇଥାଏ । ବିଶେଷକରି ମାଆଙ୍କୁ ପ୍ରସାଦ ଭାବରେ କ୍ଷୀରି ଅର୍ପଣ କରାଯାଏ । ବିଶ୍ୱାସ ରହିଛି ଯେ, ମାଆଙ୍କୁ କ୍ଷୀରି ଭୋଗ ଅର୍ପଣ କଲେ ମାନସିକ ପୂରଣ ହୋଇଥାଏ ।

Also Read- Air India Staff New Uniform: ଏୟାର ଇଣ୍ଡିଆରେ କାର୍ଯ୍ୟରତ ମହିଳା ପିନ୍ଧିବେ ନୂଆ ୟୁନିଫର୍ମ

Also Read- PM Kisan: ଏହି ଚାଷୀଙ୍କୁ ମିଳିବନି ପିଏମ କିସାନର ୧୫ତମ କିସ୍ତି, ଜାଣନ୍ତୁ କାହିଁକି