Silpa Shetty:ରୋହିତ ସେଟ୍ଟିଙ୍କ ସିରିଜରେ କେଉଁ ମେଲ୍ ଆକ୍ଟରଙ୍କ ରୋଲ୍ ହାତେଇଲେ ଶିଳ୍ପା ?
Advertisement
Article Detail0/zeeodisha/odisha2058481

Silpa Shetty:ରୋହିତ ସେଟ୍ଟିଙ୍କ ସିରିଜରେ କେଉଁ ମେଲ୍ ଆକ୍ଟରଙ୍କ ରୋଲ୍ ହାତେଇଲେ ଶିଳ୍ପା ?

ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସ ବର୍ତ୍ତମାନ OTT କୁ ଆସିବାକୁ  ଯାଉଛି। ଚଳଚ୍ଚିତ୍ରରେ ପୋଲିସର ସ୍ୱାଗ୍ ଦେଖାଇଥିବା ରୋହିତ ଶେଟ୍ଟୀ ବର୍ତ୍ତମାନ OTT ରେ ସମାନ ହଙ୍ଗାମା  ସୃଷ୍ଟି କରିବାକୁ ପ୍ରସ୍ତୁତ । କାରଣ  ତାଙ୍କର ୱେବ୍ ସିରିଜ୍ ଇଣ୍ଡିଆନ୍ ପୋଲିସ୍ ଫୋର୍ସ କିଛି ଦିନ ମଧ୍ୟରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବାକୁ

SOCIAL MEDIA

Silpa Shetty:

ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସ ବର୍ତ୍ତମାନ OTT କୁ ଆସିବାକୁ  ଯାଉଛି। ଚଳଚ୍ଚିତ୍ରରେ ପୋଲିସର ସ୍ୱାଗ୍ ଦେଖାଇଥିବା ରୋହିତ ଶେଟ୍ଟୀ ବର୍ତ୍ତମାନ OTT ରେ ସମାନ ହଙ୍ଗାମା  ସୃଷ୍ଟି କରିବାକୁ ପ୍ରସ୍ତୁତ । କାରଣ  ତାଙ୍କର ୱେବ୍ ସିରିଜ୍ ଇଣ୍ଡିଆନ୍ ପୋଲିସ୍ ଫୋର୍ସ କିଛି ଦିନ ମଧ୍ୟରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବାକୁ ଯାଉଛି। ତେବି ସିରିଜ୍ ରିଲିଜ୍ ହେବାର କିଛି ଦିନ ପୂର୍ବରୁ ଗୋଟିଏ ଖବର ଆସିଛି ଯେ, ଏଥିରେ  ଶିଳ୍ପା ଶେଟ୍ଟୀଙ୍କ ଭୂମିକା ପ୍ରଥମେ ଜଣେ ପୁରୁଷ ଅଭିନେତା କରିବାର ଥିଲା  କିନ୍ତୁ ପରେ ରୋହିତ ଏହି ରୋଲକୁ ଶିଳ୍ପାଙ୍କୁ ଅଫର କରିଥିଲେ ।

ରୋହିତ ଶେଟ୍ଟୀ ନିଜେ ଏବାବଦରେ ଗୋଟିଏ ସାକ୍ଷାତକାରରେ  କିଛି ଦିନ  ପୂର୍ବରୁ କହିଥିଲେ । ସେ କହିଥିଲେ ଯେ ପ୍ରାରମ୍ଭରେ ଶିଳ୍ପାଙ୍କ ଭୂମିକା ପାଇଁ ସେ ଜଣେ ପୁରୁଷ ଅଭିନେତାଙ୍କୁ ସର୍ଟଲିଷ୍ଟ୍ କରିଥିଲେ। ତେବେ ପରେ ସେ ଶିଳ୍ପା ଶେଟ୍ଟୀଙ୍କୁ ସେହି ଭୂମିକା ପ୍ରଦାନ କରିଥିଲେ। ତେବେ ବର୍ତ୍ତମାନ ଶିଳ୍ପାଙ୍କ ସ୍ଥାନ ପାଇଥିବା ପୁରୁଷ ଅଭିନେତାଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି।

ଏକ ସାକ୍ଷାତକାରରେ ଶିଳ୍ପା ଶେଟ୍ଟୀ ଇଶାରା ଇଶାରରେ କହିଛନ୍ତି ଯେ, ଇଣ୍ଡିଆନ୍ ପୋଲିସ ଫୋର୍ସରେ ସେ ଯେଉଁ ଭୂମିକାରେ ଅଭିନୟ କରିଛନ୍ତି ତାହା ପ୍ରଥମେ ସୁନୀଲ ଶେଟ୍ଟୀ କରିବାର ଥିଲା ।  ସେ କହିଛନ୍ତି, “ଯେତେବେଳେ ମୁଁ ତାଙ୍କୁ (ରୋହିତ ଶେଟ୍ଟୀ) ଏବାବଦରେ ପଚାରିଲି, ସେ କହିଥିଲେ ଯଦି ଏ ଶେଟ୍ଟୀ ନୁହେଁ ତେବେ ଆର ଶେଟ୍ଟୀ।” ଶିଳ୍ପାଙ୍କ ଅନୁସାରେ ରୋହିତ ସୁନୀଲ ଶେଟ୍ଟୀଙ୍କ  ଆଡକୁ ଇଶାରା କରିଥାଇ ପାରନ୍ତି ।

ଶିଳ୍ପା କହିଛନ୍ତି ଯେ ମୁଁ ଭାବୁଛି ଚରିତ୍ରର ଲିଙ୍ଗ ପରିବର୍ତ୍ତନ କରିବା ପଛରେ ତାଙ୍କ ପାଖରେ ଅଲଗା କିଛି କାରଣ ଅଛି । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ରୋହିତ ଶେଟ୍ଟୀ ଯେଉଁଭଳି ଭାବରେ ଚରିତ୍ର ଚିତ୍ରଣ କରିଛନ୍ତି, ତାହା ଜେଣ୍ଡର ନ୍ୟୁଟ୍ରାଲ ଅର୍ଥାତ ଚରିତ୍ର ପୁରୁଷ କିମ୍ବା ମହିଳା ହେଲେ କୌଣସି ଫରକ ପଡିବ ନାହିଁ ।  ଏହି ସିରିଜରେ ଶିଳ୍ପା ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି। ସେ କହିଛନ୍ତି ଯେ ଏଥିରେ ସେ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି, ଯିଏ କଠୋର ଏବଂ ଜଣେ ସଚ୍ଚୋଟ ଅଧିକାରୀଙ୍କ ଭାବମୂର୍ତ୍ତି ରଖେ । ତାଙ୍କ ଚରିତ୍ରର ନାମ ହେଉଛି ତାରା ଶେଟ୍ଟୀ ।

ଇଣ୍ଡିଆନ୍ ପୋଲିସ୍ ଫୋର୍ସ ରିଲିଜ୍ ତାରିଖ

ରୋହିତ ଶେଟ୍ଟୀଙ୍କ ଏହି ବହୁ ପ୍ରତୀକ୍ଷିତ ସିରିଜ୍ ୧୯ ଜାନୁଆରୀରେ ମୁକ୍ତିଲାଭ କରିବାକୁ ଯାଉଛି । ଏହା OTT ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମ୍ ହେବ । ଶିଳ୍ପାଙ୍କ ବ୍ୟତୀତ ସିଦ୍ଧାର୍ଥ ମଲହୋତ୍ରା, ବିବେକ ଆନନ୍ଦ ଓବରୋଇ, ଇଶା ତାଲୱାର, ଶରଦ କେଲକର, ଶ୍ୱେତା ତ୍ରିପାଠୀ, ନିକିତିନ ଧୀର ଏବଂ ମୁକେଶ ଋିଷିଙ୍କ ପରି ଅଭିନେତାମାନେ ଏହି ସିରିଜରେ ନଜର ଆସିବେ।