Syria Earthquake updates: ଆଉ ଗୁଟେ ୫.୬ ତୀବ୍ରତାର ଭୁକମ୍ପର ଅନୁଭୂତି ହେଇଛେ କେନ୍ଦ୍ରୀୟ ତୁର୍କୀରେ
Advertisement

Syria Earthquake updates: ଆଉ ଗୁଟେ ୫.୬ ତୀବ୍ରତାର ଭୁକମ୍ପର ଅନୁଭୂତି ହେଇଛେ କେନ୍ଦ୍ରୀୟ ତୁର୍କୀରେ

Turkey-Syria Earthquake Update​: ଭାରତ୍ର ଏନଡିଆରଏଫ NDRF ଆଏଜ୍ ସକାଲୁ ରେସ୍କ୍ୟୁ କୁକୁର୍, ଚିକିତ୍ସା ସାମଗ୍ରୀ, ଡ୍ରିଲିଂ ଉପକରଣ ଆଉ ଅଲଗା ସାମଗ୍ରୀ ସହିତ୍ ତୁର୍କୀ ଅଭିମୁଖେ ଯାତ୍ରା କରିଛେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂକମ୍ପ ପୀଡ଼ିତଙ୍କର୍ ପାଖେ ପହଞ୍ଚବାର କିଛି ଘଣ୍ଟା ପରେ ଇଟା ଘଟିଥିଲା ।

ସାଙ୍କେତିକ ଛବି

Syria Earthquake updates: ସୋମ୍ବାର ଦିନ୍ ତୁର୍କୀ ଆଉ ସିରିଆରେ ହେଇଥିବାର୍ ତିନ୍ଟା ଭୟଙ୍କର୍ ଭୂମିକମ୍ପରେ ୪ ହଜାର୍ରୁ ଅଧିକା ଲୋକଙ୍କର୍ ମୃତ୍ୟୁ ହେବାର୍ କିଛି ଘଣ୍ଟା ପରେ ମଙ୍ଗଲ୍ବାର ଦିନ୍ କେନ୍ଦ୍ରୀୟ ତୁର୍କୀ ଅଞ୍ଚଲ୍ରେ ୫.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହେଇଛି। ଇଟା ଅନୁମାନ୍ କରାଯାଉଛେ ଯେ ଆହୁରି ବହୁତ୍ ଲୋକ୍ ଆହତ୍ ହେଇଛନ୍ । ଉଦ୍ଧାରକାରୀମାନେ ବର୍ତ୍ତମାନ୍ ବାକି ମାନକେ ଖୁଜୁଛନ୍ ଯେନ୍ମାନେ ଜୀବିତ ରହିପାରନ୍ତ। ଭାରତ୍ ମଧ୍ୟ ସେ ରାଷ୍ଟ୍ରମାନ୍କର୍ ଭିତ୍ରେ ରହିଛେ, ଯେନମାନେ ସହାୟତା କର୍ମୀ ଓ ସାମଗ୍ରୀ ପଠଉଛନ୍ ।

ଉଦ୍ଧାର୍କାରୀ ଦଲ୍ ଧ୍ୱଂସାବଶେଷ୍ ଭିତର୍କେ ଯାଉଥିବାର୍ ବେଲେ ମୃତ୍ୟୁସଙ୍ଖ୍ୟା ବଢିପାରେ ବୋଲି ଅନୁମାନ୍ କରାଯାଉଛେ। ପ୍ରଥମ୍ ଭୂମିକମ୍ପ ସିରିୟା ସୀମା ନିକଟ୍ରେ ନୁରଦାଗି (Nurdagi) ସହର୍ ନିକଟ୍ ଗାଜିଆନ୍ତେପ୍ (Gaziantep) ପ୍ରଦେଶ୍ରେ ହେଇଥିଲା, ଅନ୍ୟ ଦୁଇ ଭୂକମ୍ପ ନିକଟବର୍ତ୍ତୀ ଅଞ୍ଚଲ୍ କହରାମାନମାରାସ୍ରେ (Kahramanmaras) ହେଇଥିଲା। ରାଷ୍ଟ୍ରପତି ରେସେପ ତାଇପ ଏର୍ଦୋଗାନ (President Recep Tayyip Erdogan) ଜାତୀୟ ଶୋକ୍ ଘୋଷଣା କରବାର୍ ପରେ ତୁର୍କୀର ଜାତୀୟ ଆଉ ଅନ୍ତର୍ଜାତୀୟ ପତାକା ସାତ୍ ଦିନ୍ ପର୍ୟ୍ୟନ୍ତ ଅଧା ରହେବା ।

ଭାରତ୍ର ଏନଡିଆରଏଫ NDRF ଆଏଜ୍ ସକାଲୁ ରେସ୍କ୍ୟୁ କୁକୁର୍, ଚିକିତ୍ସା ସାମଗ୍ରୀ, ଡ୍ରିଲିଂ ଉପକରଣ ଆଉ ଅଲଗା ସାମଗ୍ରୀ ସହିତ୍ ତୁର୍କୀ ଅଭିମୁଖେ ଯାତ୍ରା କରିଛେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂକମ୍ପ ପୀଡ଼ିତଙ୍କର୍ ପାଖେ ପହଞ୍ଚବାର କିଛି ଘଣ୍ଟା ପରେ ଇଟା ଘଟିଥିଲା।

ୟୁଏସ୍ ଜିଓଲୋଜିକାଲ୍ ସର୍ଭେ ରିପୋର୍ଟରେ (US Geological Survey reports) କୁହାଯାଇଛେ ଯେ ସୋମ୍ବାର ଘଟିଥିବାର୍ ୭.୮ ତୀବ୍ରତାର ଇ ଭୂକମ୍ପ ସିରିଆ ସହିତ୍ ଦେଶ୍ର ଉତ୍ତର୍ ସୀମା ନିକଟବର୍ତ୍ତୀ ଦକ୍ଷିଣ୍ ତୁର୍କୀରେ କେନ୍ଦ୍ରୀଭୂତ ହେଇଥିଲା ଆଉ ଇଟାର୍ ଗଭୀରତା ୧୮ କିଲୋମିଟର୍ ଥିଲା। ପ୍ରଥମ୍ ଭୂମିକମ୍ପ ପରେ ଦୁହି ଦେଶ୍ ଅନେକ୍ ଥର୍ ଭୂମିକମ୍ପର ଝଟକା ଅନୁଭବ୍ କରିଛନ୍। ପ୍ରଥମ୍ ଝଟକାର ନଅ ଘଣ୍ଟା ପରେ, ତୁର୍କୀରେ ୭.୫ ତୀବ୍ରତାର ଦ୍ୱିତୀୟ ଶକ୍ତିଶାଲୀ ଝଟ୍କା ଆଉ ତାରପରେ ତୃତୀୟ ଦୁର୍ବଲ୍ ୬.୦ ତୀବ୍ରତାର ଝଟକା ଅନୁଭୂତି ହେଇଥିଲା ।

ଏହା ବି ପଢ଼ନ୍ତୁ: Turkey Syria Earthquake: ଚାରି ହଜାର ଟପିଲା ମୃତ୍ୟୁ ସଂଖ୍ୟା, ଧ୍ୱଂସସ୍ତୁପ ତଳେ ଏବେବି ଫସି ରହିଛନ୍ତି ଅନେକ

ଏହା ବି ପଢ଼ନ୍ତୁ: Turkey Earthquake Today: ତୁର୍କୀରେ ପୁଣି ହେଲା ଆଉ ଏକ ବଡ଼ ଭୂକମ୍ପ; ୭.୬ ରହିଛି ତୀବ୍ରତା, ଗଲାଣି ୧୩୦୦ ଲୋକଙ୍କ ଜୀବନ