Rath Yatra 2023: ଆଜି ମହାପ୍ରଭୁଙ୍କ ବନକଲାଗୀ ନୀତି, ସେପଟେ ସୁଭଦ୍ରାଙ୍କ ରଥ ଅଖରେ ଫାଟ
Advertisement
Article Detail0/zeeodisha/odisha1741474

Rath Yatra 2023: ଆଜି ମହାପ୍ରଭୁଙ୍କ ବନକଲାଗୀ ନୀତି, ସେପଟେ ସୁଭଦ୍ରାଙ୍କ ରଥ ଅଖରେ ଫାଟ

Rath Yatra 2023: ଆଜି ମହାପ୍ରଭୁଙ୍କ ଅଣସରର ଚତୁର୍ଦ୍ଦଶୀ ତିଥିରେ ଖଡ଼ ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଘଣ୍ଟ, ଛତା, କାହାଳୀ ମଧ୍ଯରେ ଶ୍ରୀନହରକୁ ଖଡ଼ି ପ୍ରସାଦ ବିଜେ କରାଯିବ । 

ସୌ(ସୋସିଆଲ ମିଡିଆ)

Rath Yatra 2023: ସ୍ନାନ ଯାତ୍ରା (Snana purnima 2023) ଦିନ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପଡ଼ି ଅଣସର (Anasara Rituals) ଘରେ ଥିବା ମହାପ୍ରଭୁ ଦଶମୂଳ ଲାଗି ପରେ ସୁସ୍ଥ ହୋଇଛନ୍ତି । ଆଜି ମହାପ୍ରଭୁଙ୍କ ଅଣସରର ଚତୁର୍ଦ୍ଦଶୀ ତିଥି (Chaturdashi tithi)ରେ ଖଡ଼ ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି (Banaka lagi niti) ଅନୁଷ୍ଠିତ ହେବ। ଘଣ୍ଟ, ଛତା, କାହାଳୀ ମଧ୍ଯରେ ଶ୍ରୀନହରକୁ ଖଡ଼ି ପ୍ରସାଦ ବିଜେ କରାଯିବ । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡ଼ି ପ୍ରସାଦ, ଦଇତପତି ଓ ଦତ୍ତ ମହାପାତ୍ର ସେବକମାନେ ରୂପା ଥାଳିରେ ଆଣି ଗଜପତି ମହାରାଜଙ୍କୁ ପ୍ରସାଦ ଅର୍ପଣ କରିବେ । ଏହାପରେ ଦତ୍ତ ମହାପାତ୍ର ସେବକମାନେ ରୂପା ଥାଳିରେ ଗଜପତି ମହାରାଜାଙ୍କୁ ପ୍ରସାଦ ଅର୍ପଣ କରିବେ। ଏହାପରେ ଦତ୍ତ ମହାପାତ୍ରା ସେବାୟତମାନେ ହିଙ୍ଗୁଳ, ହରତାଳ, କେଶର, କସ୍ତୁରୀ, ଧଳା ଓ କାଳ ରଙ୍ଗ ବ୍ୟବହାର କରି ମହାପ୍ରଭୁଙ୍କ ବନକଲାଗି ବା ଶ୍ରମୁଖ ଶୃଙ୍ଗାର କରିବେ । ଏହି ବନକଲାଗି ନୀତି ଆଜି ଓ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ।

ସୂଚନା ଅନୁଯାୟୀ, ଏହାପରେ ଆସନ୍ତା ସୋମବାର ମହାପ୍ରଭୁଙ୍କ ନବଯୌବନ (Nabajouban Darshan) ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ । ଏହି ଦିନ ସକାଳ ୮ଟାରୁ ୯ଟା ଯାଏଁ ପାରମାଣିକ ଦର୍ଶନ ଅନୁଷ୍ଠିତ ହେବ । ପାରମାଣିକ ଟିକେଟଧାରୀ ମାନେ ସକାଳ ୮ଟାରୁ ୯ଟା ଯାଏଁ ଦର୍ଶନ କରିପାରିବେ। ପାରମାଣିକ ଟିକେଟ୍ ୧୦୦ ଟଙ୍କା ରହିଥିବା ବେଳେ ଦକ୍ଷିଣ ଦ୍ବାର ଦେଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଭିତରକୁ ଯିବେ। ଏହାପରେ ସକାଳ ୯ଟାରୁ ୧୧ଟା ଯାଏଁ ସାହାଣ ମେଲା ଦର୍ଶନ କରିବେ ଭକ୍ତ । ଦିନ ୧୧ଟାରୁ ଦର୍ଶନ ବନ୍ଦ ରହିବ । ନବଯୌବନ ଦର୍ଶନର ପର ଦିନ ଶ୍ରୀଜିଉ ରଥାରୂଢ ହେବେ । ଏହାପରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗ୍ରହଣରେ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବେ ରଥାଯାତ୍ରା । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେପଟେ ପୁରୀ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ (Rath Yatra 2023) ଆଉ ମାତ୍ର ୨ ଦିନ ବାକି ରହିଥିବା ବେଳେ ଦର୍ପଦଳନ ରଥର ଅଖରେ ଫାଟ ହୋଇଛି। ଦେବୀ ସୁଭଦ୍ରାଙ୍କ ରଥର ଉଛୁଳା ଅଖରେ ଫାଟ ଥିବା ଦେଖିବାକୁ ମିଳିଛି । ଏହି ଫାଟକୁ ଲୁଚାଇବା ଲାଗି ମହାରଣା ମାନେ ବଟମ୍ ପ୍ୟାକିଂ କରି କ୍ଲାମ୍ପ ଫିଟିଂ କରିଛନ୍ତି । ତେବେ ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି । ଏତେ ବଡ଼ ତ୍ରୁଟିକୁ ନେଇ କିଏ ଓ କାହିଁକି ଲୁଚେଇଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ-ପୁରୀରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍, ଏହି ତାରିଖରୁ ବନ୍ଦ ହେବ ସମସ୍ତ ମଦ ଦୋକାନ

ଏହା ବି ପଢନ୍ତୁ-Keonjhar Rath Height: ବିଶ୍ୱର ବୃହତ୍ତମ କାଠ ରଥ; ଶିଆଳି ଲତାରୁ ପ୍ରସ୍ତୁତ ଦଉଡି ହୁଏ ରଥ ଟଣା

ପ୍ରକାଶ ଥାଉ, ଏଥିରେ ରଥଯାତ୍ରା ସମୟରେ ସହରରେ ୧୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହେବା ନେଇ ପୋଲିସ ଏଡ଼ିଜି ସୂଚନା ଦେଇଛନ୍ତି । ଏହା ସହ ଗହଳି ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ଲାଗି ୪୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ସେପଟେ ଶୃଙ୍ଖଳିତ ଭାବେ ଘୋଷଯାତ୍ରା ପରିଚାଳନ କରିବା ଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ଯକ୍ଷତାରେ ବସିଥିବା ବୈଠକରେ ପରିଚାଳନ କମିଟି ସଦସ୍ୟ ଓ ସେବାୟତଙ୍କ ଉପସ୍ଥିତିରେ ଭକ୍ତଙ୍କ ସୁବିଧା ଲାଗି ପର୍ଯ୍ୟାପ୍ତ ଜଳ, ବିଶ୍ରାମ ସ୍ଥଳୀ ଓ ଆଶୁ ଚିକିତ୍ସ କେନ୍ଦ୍ର ସହ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା ।