Rath Yatra 2023: ଆଜି ଅଣସରର ତ୍ରୟୋଦଶୀ ତିଥି, ଘଣା ନୀତି ସହ ହେବ ଖଳି ଓ ଖଡ଼ି ଲାଗି
Advertisement
Article Detail0/zeeodisha/odisha1740090

Rath Yatra 2023: ଆଜି ଅଣସରର ତ୍ରୟୋଦଶୀ ତିଥି, ଘଣା ନୀତି ସହ ହେବ ଖଳି ଓ ଖଡ଼ି ଲାଗି

Rath Yatra: ଆଜି ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜିଉଙ୍କୁ ଘଣା ଲାଗି ପରେ, ଖଳି ଓ ଖଡ଼ି ଲାଗି କରାଯିବ । ଏହି ଖଳି ବିଜେ ପାଇଁ ଶ୍ରୀମନ୍ଦିରରୁ ଘଣ୍ଟ ଓ ଛତା ସହ ଡାକରା ଯାଇଥାଏ । ଏହାପରେ ଶୁଦ୍ଧ ସୁଆରଙ୍କ ଘରଠାରୁ ଘଣ୍ଟ, ଛତା ଓ କାହାଳି ସହ ଶ୍ରୀଅଙ୍ଗ ନିମନ୍ତେ ଏହି ଖଳି ପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରାଯାଏ । 

ସୌ(ସୋସିଆଲ ମିଡିଆ)

Rath Yatra 2023: ସ୍ନାନ ଯାତ୍ରା (Snana purnima 2023) ଦିନ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ବରରେ ପଡ଼ି ଅଣସର (Anasara Rituals) ଘରେ ଥିବା ମହାପ୍ରଭୁ ଦଶମୂଳ ଲାଗି ପରେ ସୁସ୍ଥ ହୋଇଛନ୍ତି । ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି (Trayodashi tithi) ଅଟେ । ଏହି କ୍ରମରେ ଆଜି ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜିଉଙ୍କୁ ଘଣା ଲାଗି ପରେ, ଖଳି ଓ ଖଡ଼ି ଲାଗି କରାଯିବ । ଏହି ଖଳି ବିଜେ ପାଇଁ ଶ୍ରୀମନ୍ଦିରରୁ ଘଣ୍ଟ ଓ ଛତା ସହ ଡାକରା ଯାଇଥାଏ । ଏହାପରେ ଶୁଦ୍ଧ ସୁଆରଙ୍କ ଘରଠାରୁ ଘଣ୍ଟ, ଛତା ଓ କାହାଳି ସହ ଶ୍ରୀଅଙ୍ଗ ନିମନ୍ତେ ଏହି ଖଳି ପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରାଯାଏ । ଏହାପୂର୍ବରୁ ଖଳିକୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ମହିଳାମାନେ ଖଳି ହାଣ୍ତିକୁ ବନ୍ଦାପନା କରିଥାଆନ୍ତି । ବିଜେ କାହାଳି ବାଜିବା ପରେ ବରକନ୍ଦାଜଙ୍କ ସୁରକ୍ଷା ବଳୟ ଭିତରେ ଏହାକୁ ଶ୍ରୀମନ୍ଦିରରେ ବିଜେ କରାଯାଇଥାଏ ।

ଏହାପରେ ଶୁଦ୍ଧ ସୁଆରଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଏହି ଦିବ୍ୟ ପ୍ରଲେପକୁ ରୂପା ପିଂଗଣରେ ରଥି ଦଇଦା ପତି ସେବକ ଶ୍ରୀଅଙ୍ଗରେ ଲାଗି କରିବେ । ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ନୀତିକୁ ସଂପନ୍ନ କରାଯିବ। ଏହା ପୂର୍ବରୁ ନୂତନ ବିଗ୍ରହଙ୍କୁ ଗୋପନ ସେବାରେ ରକ୍ତ ବସ୍ତ୍ର ଆବରଣ କରାଯିବ। ଗୋପନୀନୟତା ରକ୍ଷା କରି ଦଇତା ଓ ପତି ମହାପାତ୍ର ସେବକମାନେ ଏକ ସ୍ବତନ୍ତ୍ର ଶୈଳୀରେ ଶ୍ରୀଜିଉଙ୍କୁ ରକ୍ତବସ୍ତ୍ର ଆବରଣ କରିବେ। ନବଯୌବନ ଦର୍ଶନ ପୂର୍ବରୁ ଶ୍ରୀବିଗ୍ରମାନଙ୍କ ଶ୍ରୀ ଅଙ୍ଗରେ ବିଳମ୍ବିତ ରାତିରେ ଖଳି ଲାଗି କରାଯିବ । ଏହି ଖଳିକୁ ଶୁଦ୍ଧ ସୁଆରମାନେ ନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥାନ୍ତି । ପ୍ରକାଶ ଥାଉ କି, ଘୋଷଯାତ୍ରାକୁ ଆଉ ଦିନ କେଇଟା ରହିଥିବା ବେଳେ (Rath Yatra 2023)  ଆଗମୀ ୧୯ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ (Nabajouban Darshan) । ଏନେଇ ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ (Ranjan Kumar Das )। ସକାଳ ୮ଟାରୁ ୯ଟା ଯାଏଁ ପାରମାଣିକ ଦର୍ଶନ ଅନୁଷ୍ଠିତ ହେବ । ପାରମାଣିକ ଟିକେଟଧାରୀ ମାନେ ସକାଳ ୮ଟାରୁ ୯ଟା ଯାଏଁ ଦର୍ଶନ କରିପାରିବେ । ପାରମାଣିକ ଟିକେଟ୍ ୧୦୦ ଟଙ୍କା ରହିଥିବା ବେଳେ ଦକ୍ଷିଣ ଦ୍ବାର ଦେଇ ଶ୍ରଦ୍ଧାଳୁ ଶ୍ରୀମନ୍ଦିରକୁ ଭିତରକୁ ଯିବେ । ଏହାପରେ ସକାଳ ୯ଟାରୁ ୧୧ଟା ଯାଏଁ ସାହାଣ ମେଲା ଦର୍ଶନ କରିବେ ଭକ୍ତ । ଦିନ ୧୧ଟାରୁ ଦର୍ଶନ ବନ୍ଦ ରହିବ । ନବଯୌବନ ଦର୍ଶନର ପର ଦିନ ଶ୍ରୀଜିଉ ରଥାରୂଢ ହେବେ । ଏହାପରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗ୍ରହଣରେ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବେ ରଥାଯାତ୍ରା । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

Also Read-ପୁରୀରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍, ଏହି ତାରିଖରୁ ବନ୍ଦ ହେବ ସମସ୍ତ ମଦ ଦୋକାନ

ସେପଟେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ତିନି ରଥରେ ଚାରୋଟି ଲେଖାଏଁ ଦୁଆର ବେଢା ରଥ ଚାରି ପାଖେ ଲଗାଯାଇସାରିଛି । ଅନ୍ୟପଟେ ୩ ରଥରେ ପ୍ରଥମ ଭୂଇଁ ଉପରେ କନକ ମୁଣ୍ତି ସଂସ୍ଥାପନ କରାଯାଇଥିବା ବେଳେ ଋଷି ପଟା ବାଡିଆ କାର୍ଯ୍ୟ ସମ୍ପନ୍ନ ହୋଇଛି । ରୂପକାର ସେବକମାନେ ତିନି ରଥର ପ୍ରଭାରେ ରୂପ, ମଗର ମୁଖ, ଓ ଡ଼ାଲି ଲତା ଖୋଦେଇ କାର୍ଯ୍ୟ କରୁଛନ୍ତି । ତିନି ରଥର ସାରଥି ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି ।