'EVM ରେ ମୋଦୀଙ୍କର ଫଟୋ କାହିଁ ନାହିଁ, ଭୋଟ୍ ଦେବି ନାହିଁ', ଅଡିଲେ ମହିଳା; ଭାବପ୍ରବଣ ହେଲେ ପିଏମ ମୋଦୀ
Advertisement
Article Detail0/zeeodisha/odisha2220769

'EVM ରେ ମୋଦୀଙ୍କର ଫଟୋ କାହିଁ ନାହିଁ, ଭୋଟ୍ ଦେବି ନାହିଁ', ଅଡିଲେ ମହିଳା; ଭାବପ୍ରବଣ ହେଲେ ପିଏମ ମୋଦୀ

Lok Sabha Election 2024: ଘଟଣାଟି ଏପରି ଯେ ଯେତେବେଳେ ଜଣେ ଗ୍ରାମୀଣ ମହିଳା ଭୋଟ୍ ଦେବା ପାଇଁ ବୁଥରେ ପହଞ୍ଚିଥିଲେ, ସେତେବେଳେ ଇଭିଏମ୍ ମେସିନରେ ମୋଦୀଙ୍କ ଫଟୋ ନ ପାଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରୋ ସେ କେବଳ ମୋଦୀଙ୍କ ଫଟୋ ଦେଖି ଭୋଟ୍ ଦେବେ ବୋଲି ବୁଥ ଅଧିକାରୀଙ୍କୁ ସ୍ପଷ୍ଟ ଭାବେ କହିଥିଲେ।

 

Modi Photo In EVM

Election 2024: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ୨୬ ଏପ୍ରିଲରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୧୨୦୬ ଜଣ ପ୍ରାର୍ଥୀ ୮୮ଟି ଲୋକସଭା ଆସନ ପାଇଁ ଲଢ଼ୁଛନ୍ତି। ଏହାପୂର୍ବରୁ, ୧୯ ଏପ୍ରିଲରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରାୟ ୬୫.୫ ପ୍ରତିଶତ ଭୋଟ୍ ଗ୍ରହଣ କରାଯାଇଥିଲା। କେତେକ ସ୍ଥାନରେ ମତଦାନ ବହୁ ପରିମାଣରେ ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନରେ ଭୋଟରମାନେ ନିଜ ଘରୁ ଭୋଟ୍ ଦେବାକୁ ବାହାରି ନଥିଲେ। ଏପ୍ରିଲ ୧୯ ରେ ଅନୁଷ୍ଠିତ ଭୋଟ୍ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ରୋଚକ ଘଟଣା ସେୟାର କରିଛନ୍ତି। କଥାଟି ଏପରି ଯେ ଯେତେବେଳେ ଜଣେ ଗ୍ରାମୀଣ ମହିଳା ଭୋଟ୍ ଦେବା ପାଇଁ ବୁଥରେ ପହଞ୍ଚିଥିଲେ, ସେତେବେଳେ ଇଭିଏମ୍ ମେସିନରେ ମୋଦୀଙ୍କ ଫଟୋ ନ ପାଇ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କେବଳ ମୋଦୀଙ୍କୁ ଭୋଟ୍ ଦେବେ ବୋଲି ବୁଥ ଅଧିକାରୀଙ୍କୁ ସ୍ପଷ୍ଟ ଭାବେ କହିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କେବଳ ଏହି କାହାଣୀ କହି ନାହାଁନ୍ତି ବରଂ ଦଳର କର୍ମୀଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ରାଜସ୍ଥାନର ସିକରର ପିପରାନୀ ଗ୍ରାମରେ ଥିବା ଏକ ମତଦାନ କେନ୍ଦ୍ରରେ ଏହି ଘଟଣା ଘଟିଥିବା ଜଣାପଡିଛି। ୧୯ ଏପ୍ରିଲରେ ସିକର ଲୋକସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ଘଟଣା ଅନୁଯାୟୀ, ସକାଳ ୧୧ ଟାରେ ଏକ ସ୍କୁଲର ବୁଥରେ ଭୋଟରଙ୍କ ଭିଡ ଜମିଥିଲା। ଏହି ସମୟରେ, କେତେକ ଗ୍ରାମୀଣ ମହିଳା ଗୀତ ଗାଇ ଗାଇ ମତଦାନ କରିବାପାଇଁ ବୁଥରେ ପହଞ୍ଚିଥିଲେ। କିଛି ସମୟ ପରେ ମତଦାନ ବୁଥ ଭିତରୁ ଜଣେ ମହିଳାଙ୍କ ଶବ୍ଦ ଶୁଣାଯାଇଥିଲା। ଭିତରକୁ ଯିବା ପରେ ଜଣାପଡିଥିଲା ଯେ ଜଣେ ମହିଳା ଇଭିଏମ୍ ମେସିନରେ ମୋଦୀଙ୍କ ଫଟୋ ଦେଖି ନ ଥିବାରୁ ଭୋଟ୍ ଦେବାକୁ ମନା କରୁଛନ୍ତି।

ବୁଥ ଅଧିକାରୀ ମନାଇବା ପରେ ଭୋଟ ଦେବାକୁ ରାଜି ହୋଇଥିଲେ ମହିଳା 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାର୍ଟି କର୍ମୀ ଲକ୍ଷ୍ମୀକାନ୍ତ ଭରଦ୍ୱାଜଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଖବରକାଗଜ କଟ୍ ସେୟାର କଟିଛନ୍ତି। ଖବର ଅନୁଯାୟୀ, ମହିଳା ଜଣକ ଲଗାତାର କହୁଥିଲେ ଯେ ସେ ମେସିନରେ ମୋଦୀଙ୍କ ଫଟୋ ନ ଦେଖିବା ପର୍ଯ୍ୟନ୍ତ ସେ ଭୋଟ୍ ଦେବେ ନାହିଁ। ଯେତେବେଳେ ମହିଳାଙ୍କୁ ବୁଝାଯାଇଥିଲା ଯେ ଏଠାରେ ଦଳର ନିର୍ବାଚନ ପ୍ରତୀକ ରହେ ମୋଦୀଙ୍କ ନୁହେଁ। ଏହା ବ୍ୟତୀତ ମୋଦୀଙ୍କ ବ୍ୟତୀତ ତାଙ୍କ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ପାଇଁ ଅନ୍ୟ କୌଣସି ପ୍ରାର୍ଥୀ ନାହାଁନ୍ତି ବୋଲି ମଧ୍ୟ ସ୍ପଷ୍ଟ କରାଯାଇଥିଲା। ଏହାପରେ ସେହି ମହିଳା ଭୋଟ୍ ଦେଇଥିଲେ।

ଦଳୀୟ କର୍ମୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଦେଇଛନ୍ତି ଏହି ପରାମର୍ଶ 
ଦଳର କର୍ମୀ ସେୟାର କରିଥିବା ପୋଷ୍ଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ X ରେ ଲେଖିଛନ୍ତି "ମା ଏବଂ ଭଉଣୀଙ୍କ ଏହି ସ୍ନେହ ଦେଖି ମୋର ଆଖିରେ ଲୁହ ଆସୁଛି, ଋଣ ପରିଶୋଧ କରିବାକୁ ମଧ୍ୟ ମୋର ସଂକଳ୍ପ ଅଛି। କିନ୍ତୁ ଲକ୍ଷ୍ମୀକାନ୍ତ ଜୀ, ଏହା ଆମ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ୱ ଏହାକୁ ଠିକ୍ ଭାବରେ ଧ୍ୟାନ ଦେବା ଆବଶ୍ୟକ। ଘର-ଘରକୁ ଯାଅନ୍ତୁ ଓ ଲୋକଙ୍କୁ ସଚେତନ କରନ୍ତୁ।"