Political Party: ଧାର୍ମିକ ନାମ କିମ୍ବା ନିର୍ବାଚନ ପ୍ରତୀକ ଥିବା ଦଳକୁ ନେଇ ଆସିଲା ବଡ଼ ଖବର
Advertisement

Political Party: ଧାର୍ମିକ ନାମ କିମ୍ବା ନିର୍ବାଚନ ପ୍ରତୀକ ଥିବା ଦଳକୁ ନେଇ ଆସିଲା ବଡ଼ ଖବର

Election Commission: କୌଣସି ନିର୍ଦ୍ଦିଷ୍ଟ ଧର୍ମକୁ ସୂଚିତ କରୁଥିବା ରାଜନୈତିକ ଦଳର ନାମ କିମ୍ବା ପ୍ରତୀକ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯିବା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିସନ ଦାଏର କରାଯାଇଥିଲା। 

Political Party: ଧାର୍ମିକ ନାମ କିମ୍ବା ନିର୍ବାଚନ ପ୍ରତୀକ ଥିବା ଦଳକୁ ନେଇ ଆସିଲା ବଡ଼ ଖବର

Election Commission of India: ରାଜନୈତିକ ଦଳର ନାମ ଏବଂ ଏହାର ନିର୍ବାଚନ ପ୍ରତୀକ ସମ୍ପର୍କରେ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟରେ ନିଜର ପକ୍ଷ ଭାରତୀୟ ନିର୍ବାଚନ ଆୟୋଗ। ଏନେଇ ମତ ରଖି ନିର୍ବାଚନ କମିଶନ କହିଛନ୍ତି ଯେ ଧାର୍ମିକ ନାମ କିମ୍ବା ପ୍ରତୀକ ଥିବା ସଙ୍ଗଠନକୁ ରାଜନୈତିକ ଦଳ ଭାବେ ପଞ୍ଜୀକୃତ ନ କରିବାକୁ ଆଇନ ଅନୁଯାୟୀ କୌଣସି ସ୍ପଷ୍ଟ ବ୍ୟବସ୍ଥା ନାହିଁ। 

ଉଲ୍ଲେଖନୀୟ କଥା ହେଉଛି ଯେ କୌଣସି ନିର୍ଦ୍ଦିଷ୍ଟ ଧର୍ମକୁ (Religion) ସୂଚିତ କରୁଥିବା ରାଜନୈତିକ ଦଳର ନାମ (Political Party Name) କିମ୍ବା ପ୍ରତୀକ (Political Parties and Election Symbols) ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯିବା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଏକ ପିଟିସନ ଦାଏର କରାଯାଇଥିଲା। ଯାହା ଉପରେ ଗତ ଶୁକ୍ରାବାର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ (Supremecourt)। ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଉପରୋକ୍ତ ବୟାନ ଦେଇଛନ୍ତି ନିର୍ବାଚନ ଆୟୋଗ (Election Commission)। 

ଭାରତୀୟ ନିର୍ବାଚନ ଆୟୋଗ (Election Commission of India) ଏହା ମଧ୍ୟ କହିଛି ଯେ ଧାର୍ମିକ ସଂଙ୍କେତ କିମ୍ବା ନାମ ସହିତ ବିଦ୍ୟମାନ ପଞ୍ଜୀକୃତ ରାଜନୈତିକ ଦଳର ନାମ ବହୁ ଦଶନ୍ଧି ଧରି ରହିଆସିଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ କେବଳ ଏତିକି ନୁହେଁ, ୧୯୫୧ ଲୋକ ପ୍ରତିନିଧି ଅଧିନିୟମ (Representation of the People Act 1951) ଅନୁଯାୟୀ ରାଜନୈତିକ ଦଳ ପାଇଁ ଧର୍ମନିପେକ୍ଷତା ପାଳନ କରିବା ବାଧ୍ୟତାମୂଳକ।

ଏହି ପିଟିସନ ଦାଖଲ କରିଥିବା ସୈୟଦ ୱାସିମ ରିଜଭି ଛଦ୍ମନାମ ଜିତେନ୍ଦ୍ର ତ୍ୟାଗୀ କୌଣସି ପ୍ରକାର ରାଜନୈତିକ ଦଳରେ ଧର୍ମ ସହିତ ଜଡିତ ନିର୍ବାଚନ ପ୍ରତୀକ କିମ୍ବା ନାମକୁ ବାତିଲ କରିବା ପାଇଁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ଅନୁରୋଧ କରିଛନ୍ତି। ଏହି ମାମଲାର ଶୁଣାଣି କରି  ଜଷ୍ଟିସ୍ ଏମ.ଆର ଶାହା ଏବଂ ଜଷ୍ଟିସ୍ ଏମ.ଏମ ସୁନ୍ଦରେଶଙ୍କ ଖଣ୍ଡପୀଠ ଆସନ୍ତା ୩୧ ଜାନୁଆରୀରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ସ୍ଥିର କରିଛନ୍ତି।

ଦେଶରେ ଥିବା ପ୍ରମୁଖ ଧାର୍ମିକ ନାମ ଥିବା ରାଜନୈତିକ ଦଳ ହେଉଛନ୍ତି

  • ବିଜେପି
  • ଶିବସେନା
  • ହିନ୍ଦୁ ମହାସଭା
  • AIMIM
  • ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ