Election 2024 India: ୨୦୨୪ ନିର୍ବାଚନ ପୂର୍ବରୁ କାହିଁକି ହରିୟାଣା ମୁଖ୍ୟମନ୍ତ୍ରୀ ବଦଳାଇଲା ବିଜେପି?
Advertisement
Article Detail0/zeeodisha/odisha2153464

Election 2024 India: ୨୦୨୪ ନିର୍ବାଚନ ପୂର୍ବରୁ କାହିଁକି ହରିୟାଣା ମୁଖ୍ୟମନ୍ତ୍ରୀ ବଦଳାଇଲା ବିଜେପି?

bjp cm who changed before assembly elections: ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହେଉଥିବା ଉଭୟ ବିଧାନସଭା-ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ମନୋହର ଲାଲ ଖଟ୍ଟରଙ୍କୁ ହଟାଇ ଦେଇଛି ବିଜେପି। ତାଙ୍କ ସ୍ଥାନରେ ନାୟାବ ସିଂହ ସୈନୀଙ୍କୁ ନୂତନ ହରିୟାଣା ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଛି। 

 

Election 2024 India: ୨୦୨୪ ନିର୍ବାଚନ ପୂର୍ବରୁ କାହିଁକି ହରିୟାଣା ମୁଖ୍ୟମନ୍ତ୍ରୀ ବଦଳାଇଲା ବିଜେପି?

why did bjp changed haryana cm before election 2024: ମାର୍ଚ୍ଚ ୧୨ ତାରିଖ ମଙ୍ଗଳବାର ହରିୟାଣା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୋହର ଲାଲ ଖଟ୍ଟର। ତାଙ୍କ ଇସ୍ତଫା ପରେ ହରିୟାଣା ବିଜେପି ସଭାପତି ତଥା କୁରୁକ୍ଷେତ୍ର ସାଂସଦ ନାୟାବ ସିଂହ ସୈନୀଙ୍କୁ ହରିୟାଣା ମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଛି। ଏହା ପ୍ରଥମ ଥର ହୋଇନାହିଁ ଯେତେବେଳେ ବିଜେପି ନିର୍ବାଚନ ପୂର୍ବରୁ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ବଦଳାଇଛି।

ଗତ ବର୍ଷ ଅନୁଷ୍ଠିତ ହୋଇଥିହା ତ୍ରିପୁରା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବଦଳାଇ ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା ବିଜେପି। ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବଦଳାଇଲା ୨୦୨୩ ତ୍ରିପୁରା ବିଧାନସଭା ନିର୍ବାଚନରେ ବାଜି ମାରି ନେଇଥିଲା ବିଜେପି। ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଲବ ଦେବ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଡକ୍ଟର ମାଣିକ ଶାହ ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ଗତ ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ବଦାଳଇ ଦେଇଥିଲା ବିଜେପି। ଆଉ ଏହି ନିର୍ବାଚନରେ ବାଜିମାତ କରିଥିଲା। ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବଦଳାଇବା ଧାରା ବିଜେପି ଉତ୍ତରାଖଣ୍ଡ ପରେ ତ୍ରିପୁରାରେ ଆପଣାଇଥିଲା। ଗତ ୨୦୧୯ ଲୋକସଭା ନିର୍ବାଚନ ପର ଠାରୁ ଗୁଜୁରାଟ ଏବଂ କର୍ଣ୍ଣାଟକ ସମେତ ବିଜେପି ୫ ଜଣ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଛି। 

Also Read: ବିଧାନସଭା ନିର୍ବାଚନ ପୂର୍ବରୁ କାହିଁକି ତ୍ରିପୁରା ମୁଖ୍ୟମନ୍ତ୍ରୀ ବଦଳାଇଲା ବିଜେପି?

ବିଜେପି ହାତ ଧରିବାରେ ପୂର୍ବୋତ୍ତର ଭାରତରେ ମାଣିକ ଶାହ ହେଉଛନ୍ତି ଚତୁର୍ଥ କଂଗ୍ରେସ ନେତା। ଏହା ଏକ ସ୍ପଷ୍ଟ ସଂକେତ ଯେ କୌଣସି ନେତାଙ୍କ ନିର୍ବାଚନ ମୂଲ୍ୟ ଦଳ ପାଇଁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବୀରେନ ସିଂହ ହେଉଛନ୍ତି ସେହି ୩ ଜଣ ପୂର୍ବତନ କଂଗ୍ରେସ ନେତା ଯିଏ ବିଜେପି ସରକାରର ନେତୃତ୍ୱ ନେଉଛନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ କ'ଣ ପାଇଁ ବିଜେପି ମୁଖ୍ୟମନ୍ତ୍ରୀ ବଦଳାଉଛି ତାହା ପଛରେ ରହିଥିବା ୩ କାରଣ ସାମ୍ନାକୁ ଆସିଥିଲା। ତାହା ହେଉଛି ତୃଣମୂଳସ୍ତରରେ କାର୍ଯ୍ୟ, ଦଳୀୟ ସଙ୍ଗଠନକୁ ମଜବୁତ ସ୍ଥିତିରେ ରଖିବା ଏବଂ ଦଳୀୟ ନେତାଙ୍କ ଲୋକପ୍ରିୟତା ପରଖିବା।

ଗତ ୨୦୧୪ ବର୍ଷରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ୨୦୦୧-୨୦୧୪ ପର୍ଯ୍ୟନ୍ତ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବାକୁ ସ୍ୱାଧୀନତା ଦେବା ସପକ୍ଷରେ ଥିଲେ। ମାତ୍ର ୨୦୧୯ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ​​ବିଜେପି ପରାଜୟ ସହ ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜେ ନିଜ ଆସନ ହରାଇବା ପରେ ଦଳ ନେତୃତ୍ୱ ପରିବର୍ତ୍ତନର ଆବଶ୍ୟକତା ଅନୁଭବ କରିଥିଲା। ୨୦୧୯ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ବିଜେପି ଏହାର ପୂର୍ବତନ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କୁ ଦଳକୁ ଫେରାଇ ଆଣିଥିଲା। ଗତ ୨୦୨୨ ଡିସେମ୍ବର ମାସରେ  ବିଜେପି ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାଣୀଙ୍କୁ ହଟାଇ ଭୂପେନ୍ଦ୍ର ପଟେଲ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରାପ୍ପାଙ୍କୁ ହଟାଇ ବାସବରାଜ ବୋମ୍ମାଇଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଥିଲା ଦଳ।

Also Read: Tripura Election 2023 Result: ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବଦଳାଇ ତ୍ରିପୁରା ଗଡ଼ ହାତେଇନେଲା ବିଜେପି

ତ୍ରିପୁରା ପୂର୍ବରୁ ଗୁଜୁରାଟ ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟ ଦ୍ୱୟରେ ମୁଖ୍ୟମନ୍ତ୍ରୀ ବଦଳାଇ ବିଧାନସଭା ନିର୍ବାଚନରେ ବାଜି ମାରିନେଇଛି ବିଜେପି। ହେଲେ ଉତ୍ତର ପ୍ରଦେଶରେ ବିଜେପି ମୁଖ୍ୟମନ୍ତ୍ରୀ ବଦଳାଇବା ଧାରା କାର୍ଯ୍ୟକାରୀ କରିନଥିଲା। ୨୦୨୩ ତ୍ରିପୁରା ବିଧାନସଭା ନିର୍ବାଚନ ପୂର୍ବରୁ ବିପ୍ଲବ ଦେବଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରୁ ହଟାଇ ଡକ୍ଟର ମାଣିକ ଶାହଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଦଳ। ଯାହାର ଫାଇଦା ଦଳକୁ ୨୦୨୩ ନିର୍ବାଚନରେ ମିଳିଛି। ସେହିପରି ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ତିରଥ ସିଂହ ରାୱତଙ୍କୁ ହଟାଇ ପୁଷ୍କର ସିଂହ ଧାମୀଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି। ଯାହାର ଫାଇଦା ବିଜେପି ୨୦୨୨ ଉତ୍ତରାଖଣ୍ଡରେ ନିର୍ବାଚନରେ ଉଠାଇଥିଲା। ସେହିପରି ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବଜୟ ରୂପାଣୀଙ୍କୁ ହଟାଇ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଥିଲା ବିଜେପି। ଏହାର ଫଇଦା ୨୦୨୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ଉଠାଇଛି ବିଜେପି।