MCD Election 2022: ଦିଲ୍ଲୀ ନଗର ନିଗମ ନିର୍ବାଚନରେ କିଏ ମାରିବ ବାଜି? ସର୍ଭେରୁ ମିଳିଲା ଚକିତ କରିବା ଭଳି ଫଳାଫଳ?
Advertisement
Article Detail0/zeeodisha/odisha1472063

MCD Election 2022: ଦିଲ୍ଲୀ ନଗର ନିଗମ ନିର୍ବାଚନରେ କିଏ ମାରିବ ବାଜି? ସର୍ଭେରୁ ମିଳିଲା ଚକିତ କରିବା ଭଳି ଫଳାଫଳ?

MCD Election Exit Poll: ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଦିଲ୍ଲୀ ନଗର ନିଗମ ନିର୍ବାଚନରେ ମୋଟ ୧୩୪୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ। ଏଥର ସିଧାସଳଖ ମୁକାବିଲା ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ହୋଇଥିବା ଜଣାପଡ଼ିଛି। ନିର୍ବାଚନ ପ୍ରଚାର ସମୟରେ ଉଭୟ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ବିବାଦ ମଧ୍ୟ ଦେଖା ଦେଇଥିଲା। ବର୍ତ୍ତମାନ ସମସ୍ତ ଦଳର ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମଧ୍ୟରେ ସିଲ  ହୋଇରହିଛି।

MCD Election 2022: ଦିଲ୍ଲୀ ନଗର ନିଗମ ନିର୍ବାଚନରେ କିଏ ମାରିବ ବାଜି? ସର୍ଭେରୁ ମିଳିଲା ଚକିତ କରିବା ଭଳି ଫଳାଫଳ?

MCD Election 2022 Exit Poll: ଦିଲ୍ଲୀ ନଗର ନିଗମ ନିର୍ବାଚନ ୨୦୨୨ ପରେ ପ୍ରକାଶ ପାଇଛି ଏକଜିଟ୍ ପୋଲ ରିପୋର୍ଟ। ଏକଜିଟ୍ ପୋଲ ଫଳାଫଳ ଆସିବା ଦିଲ୍ଲୀ ନଗର ନିଗମରେ କିଏ ଗଢିବ ସରକାର ତାହା ସ୍ପଷ୍ଟ ହୋଇଯାଇଛି। ଏହି ନିର୍ବାଚନ ଲାଗି ୪ ଡିସେମ୍ବରରେ ଅନୁଷ୍ଠିତ ହୋଇଥିଲା ମତଦାନ। ଦିଲ୍ଲୀ ନଗର ନିଗମ ନିର୍ବାଚନରେ ୫୦.୪୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ମୋଟ ୨୫୦ ୱାର୍ଡ଼ ଲାଗି ହୋଇଥିଲା ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ନିର୍ବାଚନ।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଦିଲ୍ଲୀ ନଗର ନିଗମ ନିର୍ବାଚନରେ ମୋଟ ୧୩୪୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ। ଏଥର ସିଧାସଳଖ ମୁକାବିଲା ଆମ୍ ଆଦମୀ ପାର୍ଟି ଏବଂ ବିଜେପି ମଧ୍ୟରେ ହୋଇଥିବା ଜଣାପଡ଼ିଛି। ନିର୍ବାଚନ ପ୍ରଚାର ସମୟରେ ଉଭୟ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ବିବାଦ ମଧ୍ୟ ଦେଖା ଦେଇଥିଲା। ବର୍ତ୍ତମାନ ସମସ୍ତ ଦଳର ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ ମଧ୍ୟରେ ସିଲ  ହୋଇରହିଛି।

ନିର୍ବାଚନ ଲଢିଥିବା ପ୍ରତ୍ୟେକ ରାଜନୈତିକ ଦଳ ସେମାନଙ୍କର ବିଜୟ ନେଇ ଦାବି କରୁଛନ୍ତି। ଆସନ୍ତା ୭ ଡିସେମ୍ବରରେ ପ୍ରକାଶ ପାଇବ ଦିଲ୍ଲୀ ନଗର ନିଗମ ନିର୍ବାଚନ ୨୦୨୨ ଫଳାଫଳ। ୨୦୨୨ ଦିଲ୍ଲୀ ନଗର ନିଗମ ନିର୍ବାଚନରେ କେଉଁ ଦଳ କେତେ ଆସନ ପାଇବ ସେ ନେଇ ବିଭିନ୍ନ ସଂସ୍ଥା ଏବଂ ଗଣମାଧ୍ୟମ ପକ୍ଷରୁ କରାଯାଇଛି ସର୍ଭେ। ଏଥର ଆମ ଆଦମୀ ପାର୍ଟି ନିୟନ୍ତ୍ରଣକୁ ଦିଲ୍ଲୀ ନଗର ନିଗମ ଯାଉଥିବା ଜଣାପଡ଼ିଛି।

ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରକାଶିତ ହୋଇଥିବା ଏକଜିଟ୍ ପୋଲ୍ ଫଳାଫଳ ଅନୁଯାୟୀ ଦିଲ୍ଲୀ ନଗର ନିଗମ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଜବରଦସ୍ତ ସଫଳତା ପାଉଥିବା ଏକଜିଟ୍ ପୋଲ୍ ରିପୋର୍ଟ ଦର୍ଶାଉଛି। ସର୍ଭେ ଅନୁଯାୟୀ ଦୀର୍ଘ ୧୫ ବର୍ଷ ଧରି କ୍ଷମତାସୀନ ଥିବା ଏଥର ଜବରଦସ୍ତ ଝଟକା ପାଇପାରେ। ଅନ୍ୟପଟେ କଂଗ୍ରେସର ପ୍ରଦର୍ଶନ ଗତ ୨୦୧୭ ନିର୍ବାଚନ ଅପେକ୍ଷା ଆହୁରି ଖରାପ ହେବ ବୋଲି ସର୍ଭେ ରିପୋର୍ଟ ଦର୍ଶାଉଛି। ଏଥର ଆମ୍ ଆଦମୀ ପାର୍ଟି ଝଡରେ ଉଭୟ ବିଜେପି-କଂଗ୍ରେସ ଉଡ଼ିଯାଇ ପାରନ୍ତି।

ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ଦିଲ୍ଲୀ ନଗର ନିଗମ ନିର୍ବାଚନରେ କେଉଁ ଦଳ ପାଇବ କେତେ ଆସନ?

  • Zee News-BARC ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ୨୦୨୨ ଦିଲ୍ଲୀ ନଗର ନିଗମ ନିର୍ବାଚନରେ ଆମ ଆଦମୀ ପାର୍ଟି ୧୩୪-୧୪୬, ବିଜେପି ୮୨-୯୪, କଂଗ୍ରେସ ୮-୧୪ ଏବଂ ଅନ୍ୟ ଦଳ ଭାଗରେ ୧୪-୧୯ ସିଟ ଆସିପାରେ।
  • News X ଏକଜିଟ୍ ପୋଲ୍ ଅନୁଯାୟୀ ଆମ ଆଦମୀ ପାର୍ଟି ୧୫୦-୧୭୫, ବିଜେପି ୭୦-୯୦, କଂଗ୍ରେସ ୪-୭ ସିଟ୍ ପାଇପାରେ।
  • Times Now-ETG ଏକଜିଟ୍ ପୋଲ୍ ଅନୁଯାୟୀ ଆମ ଆଦମୀ ପାର୍ଟି ୧୪୬-୧୫୬, ବିଜେପି ୮୪-୯୪, କଂଗ୍ରେସ ୬-୧୦ ଏବଂ ଅନ୍ୟ ଦଳ ଖାତାରେ ୪ ସିଟ ଆସିପାରେ।   
  • India Today- Axis My India ଏକଜିଟ୍ ପୋଲ ଅନୁସାରେ ଆମ ଆଦମୀ ପାର୍ଟି ୧୪୯-୧୭୧, ବିଜେପି ୬୯-୯୧, କଂଗ୍ରେସ ୩-୭ ଏବଂ ଅନ୍ୟ ଦଳ ଖାତାରେ ୫-୯ ସିଟ ଆସିପାରେ।   
  • TV9 ଏକଜିଟ୍ ପୋଲ ଅନୁସାରେ ଆମ ଆଦମୀ ପାର୍ଟି ୧୪୫, ବିଜେପି ୯୪, କଂଗ୍ରେସ ୮ ଏବଂ ଅନ୍ୟ ଦଳ ଖାତାରେ ୩ ସିଟ ଆସିପାରେ।   
  • Jan ki Baat ଏକଜିଟ୍ ପୋଲ ଅନୁସାରେ ଆମ ଆଦମୀ ପାର୍ଟି ୧୫୯-୧୭୫, ବିଜେପି ୭୦-୯୨, କଂଗ୍ରେସ ୪-୭ ସିଟ ପାଇପାରେ।