କିଏ ହେବେ ପଶ୍ଚିମବଙ୍ଗର ପରବର୍ତ୍ତୀ ରାଜ୍ୟପାଳ? ଚର୍ଚ୍ଚାରେ ଏହି ସବୁ ନାମ
Advertisement
Article Detail0/zeeodisha/odisha1263004

କିଏ ହେବେ ପଶ୍ଚିମବଙ୍ଗର ପରବର୍ତ୍ତୀ ରାଜ୍ୟପାଳ? ଚର୍ଚ୍ଚାରେ ଏହି ସବୁ ନାମ

ପଶ୍ଚିମବଙ୍ଗର ପରବର୍ତ୍ତୀ ରାଜ୍ୟପାଳ ଦୌଡ଼ରେ ମୁଖତାର ଆବ୍ବାସ ନକଭି ଏବଂ ଆରିଫ ମହମ୍ମଦ ଖାନଙ୍କ ନାମ ଅଗରେ ରହିଛି। ତେବେ ଏହାପୂର୍ବରୁ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନକଭିଙ୍କ ନାମକୁ ନେଇ କଳ୍ପନା ଜଳ୍ପନା କରାଯାଉଥିଲା। 

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଏନଡିଏରୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରାଯଆଇଛି। ଯାହା ପରେ ତାଙ୍କର ସ୍ଥାନ କିଏ ନେବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପଶ୍ଚିମବଙ୍ଗର ରାଜନୈତିକ କରିଡରରେ ନୂତନ ରାଜ୍ୟପାଳଙ୍କ ପାଇଁ ଅନେକ ନାମ ଉପରେ ଆଲୋଚନା ଜୋରଦାର ହେଉଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମୁଖତାର ଅବ୍ବାସ ନାକଭି ଏବଂ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ଠାରୁ ଆରମ୍ଭ କରି ସାଂସଦ ଶିଶିର ଅଧିକାରୀଙ୍କ ନାମ ରହିଛି। ସମ୍ଭାବ୍ୟ ରାଜ୍ୟପାଳଙ୍କ ତାଲିକାରେ ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ମଧ୍ୟ ସ୍ଥାନ ପାଇଛନ୍ତି।

ପଶ୍ଚିମବଙ୍ଗର ପରବର୍ତ୍ତୀ ରାଜ୍ୟପାଳ ଦୌଡ଼ରେ ମୁଖତାର ଆବ୍ବାସ ନକଭି ଏବଂ ଆରିଫ ମହମ୍ମଦ ଖାନଙ୍କ ନାମ ଅଗରେ ରହିଛି। ତେବେ ଏହାପୂର୍ବରୁ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନକଭିଙ୍କ ନାମକୁ ନେଇ କଳ୍ପନା ଜଳ୍ପନା କରାଯାଉଥିଲା। କିନ୍ତୁ ବିଜେପି ନେତୃତ୍ୱ ସମସ୍ତଙ୍କୁ ଚକିତ କରି ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଏବଂ ବର୍ତ୍ତମାନ ଜଗଦୀପ ଧନଖରଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି। ଏଭଳି ପରିସ୍ଥିତିରେ ଧନଖର ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହେବା ପରେ ଏବଂ ତାଙ୍କ ସ୍ଥାନରେ ବେଙ୍ଗଲର ରାଜ୍ୟପାଳ ଭାବେ କାହାକୁ ନିଯୁକ୍ତ କରାଯିବ।

Also Read: ଜଗଦୀପ ଧନଖରଙ୍କୁ କାହିଁକି ଉପରାଷ୍ଟ୍ରପତି ପ୍ରାର୍ଥୀ କଲା ବିଜେପି? ଜାଣନ୍ତୁ ପରଦା ପଛର ପୁରା କାହାଣୀ

ରାଜନୌତିକ ବିଶେଷଜ୍ଞଙ୍କ ଅନୁଯାୟୀ, ବର୍ତ୍ତମାନର ରାଜ୍ୟପାଳ ଧନଖର ଗତ ତିନି ବର୍ଷ ମଧ୍ୟରେ ରାଜ୍ୟର ମମତା ସରକାରଙ୍କ ଉପରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସମୟରେ ବେଙ୍ଗଲରେ ଧନଖରଙ୍କ ପରି ବ୍ୟକ୍ତିଙ୍କୁ ଏଠାରେ ନିଯୁକ୍ତ କରାଯାଇପାରିବ। ଜୁଲାଇ ୨୦୧୯ରେ ଜଗଦୀପ ଧନଖର, ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ ହେବା ପରଠାରୁ ମମତା ବାନାର୍ଜୀ ସରକାରଙ୍କ ସହ ତାଙ୍କର ସମ୍ପର୍କ ତିକ୍ତ ହୋଇପଡିଛି। ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ତାଙ୍କ ଉପରେ ଲଗାତାର ରାଜନୈତିକ ଆକ୍ରମଣ ହେଉଛି।

ଜଗଦୀପ ଧନଖର ରାଜ୍ୟର ଆଇନ ଶୃଙ୍ଖଳା ପରେ ବଙ୍ଗଳାର ଶିକ୍ଷା କ୍ଷେତ୍ରରେ ବିଶୃଙ୍ଖଳା ସହ ଜଡିତ ପ୍ରସଙ୍ଗ ଉଠାଇଥିଲେ। ଏହାକୁ ନେଇ ମମତା ସରକାରଙ୍କ ସହ ତାଙ୍କର ବିବାଦ ଏତେ ସ୍ତରରେ ପହଞ୍ଚିଛି ଯେ, ବଙ୍ଗଳା ବିଧାନସଭାର ଶେଷ ମୌସୁମୀ ଅଧିବେଶନରେ ରାଜ୍ୟପାଳଙ୍କୁ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ତଥା ରାଜ୍ୟର ବେସରକାରୀ ବିଶ୍ୱବିଦ୍ୟାଳୟର ପରିଦର୍ଶକ ପଦରୁ ହଟାଇବା ପାଇଁ ବିଲ୍ ପାରିତ ହୋଇଥିଲା। କିନ୍ତୁ ତଥ୍ୟ ଅଭାବ ଦର୍ଶାଇ ରାଜ୍ୟପାଳ ବିଲକୁ ଫେରାଇ ଦେଇଥିଲେ।

Also Read: Presidential Election 2022: ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ

ସୂଚନାଯୋଗ୍ୟ, ରାଜସ୍ଥାନର ଜାଟ ସମ୍ପଦାୟରୁ ଆସୁଥିବା ଜଗଦୀପ ଧନଖରଙ୍କୁ ବିଜେପି, ଉପରାଷ୍ଟ୍ରପତି ପ୍ରାର୍ଥୀ କରିଛି। ଜଗଦୀପଙ୍କ ମାଧ୍ୟମରେ ବିଜେପି ଆସନ୍ତା ବିଧାନସଭା ନିର୍ବାଚନରେ ରାଜସ୍ଥାନ ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି। ସେ କୃଷକ ପରିବାରରୁ ଆସୁଥିବାରୁ କୃଷି ଆଇନକୁ ନେଇ ଅସନ୍ତୁଷ୍ଟ କୃଷକଙ୍କୁ ସନ୍ତୁଷ୍ଟ କରିବାରେ ସହଜ ହେବ। ଏପରି କି ଧନଖର ଓ ହରିୟାଣା ମଧ୍ୟରେ ଏକ ନିବିଡ ସମ୍ପର୍କ ରହିଛି, ତେଣୁ କୃଷକ ଓ ଜାଟ ଭୋଟକୁ ବିଜେପି ସହଜରେ ନିଜ ଆଡକୁ ଆକର୍ଷଣ କରିପାରିବ ବୋଲି କୁହାଯାଉଛି।