Rajya Sabha Leader of the Opposition: ରାଜ୍ୟସଭାରେ କିଏ ହେବେ ବିରୋଧୀ ଦଳର ନେତା? ଚର୍ଚ୍ଚାରେ ଏହି ୩ ନାମ
Advertisement
Article Detail0/zeeodisha/odisha1376697

Rajya Sabha Leader of the Opposition: ରାଜ୍ୟସଭାରେ କିଏ ହେବେ ବିରୋଧୀ ଦଳର ନେତା? ଚର୍ଚ୍ଚାରେ ଏହି ୩ ନାମ

Rajya Sabha Leader of the Opposition: ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସୂତ୍ରରୁ ଶନିବାର ଜଣାପଡ଼ିଛି । ଯାହା ପରେ ପ୍ରଶ୍ନ ଉଠିବାରେ ଲାଗିଛି କିଏ ହେବେ ରାଜ୍ୟସଭାରେ ପରବର୍ତ୍ତୀ ବିରୋଧୀ ଦଳର ନେତା? ଖଡ଼ଗେଙ୍କ ଇସ୍ତଫା ପରେ ଖାଲି ହୋଇଥିବା ଏହି ପଦ ପାଇଁ ଅନେକ ନେତାଙ୍କ ନାମ ସାମ୍ନାକୁ ଆସୁଛି । 

Rajya Sabha Leader of the Opposition: ରାଜ୍ୟସଭାରେ କିଏ ହେବେ ବିରୋଧୀ ଦଳର ନେତା? ଚର୍ଚ୍ଚାରେ ଏହି ୩ ନାମ

ନୂଆଦିଲ୍ଲୀ: Rajya Sabha Leader of the Opposition: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ (Congress President Election) କୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଉଠିଛି । ରାଜ୍ୟସଭାରେ ବିରୋଧୀ ଦଳର ନେତା (Rajya Sabha Leader of the Opposition) ତଥା ବରିଷ୍ଠ କଂଗ୍ରେସ ନେତା (Senior Congress Leader) ମଲ୍ଲିକାର୍ଜୁନ ଖଡ଼ଗେ (Mallikarjun Kharge) ଓ ଦଳର ଥିରୁବନନ୍ତପୁରମରୁ ସାଂସଦ (Congress MP) ଶଶି ଥରୁର (Shashi Tharoor) ଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ (Congress President) ପଦ ପାଇଁ ଲଢ଼େଇ ହେବ । ଏହା ପୂର୍ବରୁ ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସୂତ୍ରରୁ ଶନିବାର ଜଣାପଡ଼ିଛି । ଯାହା ପରେ ପ୍ରଶ୍ନ ଉଠିବାରେ ଲାଗିଛି କିଏ ହେବେ ରାଜ୍ୟସଭାରେ ପରବର୍ତ୍ତୀ ବିରୋଧୀ ଦଳର ନେତା? ଖଡ଼ଗେଙ୍କ ଇସ୍ତଫା ପରେ ଖାଲି ହୋଇଥିବା ଏହି ପଦ ପାଇଁ ଅନେକ ନେତାଙ୍କ ନାମ ସାମ୍ନାକୁ ଆସୁଛି । କିନ୍ତୁ ଏହି ରେସରେ ୩ ଜଣ କଂଗ୍ରେସ ନେତା ଆଗରେ ଅଛନ୍ତି ।  

ଆପଣଙ୍କୁ କହିରଖୁଛୁ ଯେ, ଚଳିତ ବର୍ଷ ମେ ମାସରେ କଂଗ୍ରେସ (Congress) ଉଦୟପୁରରେ ଆୟୋଜିତ ଚିନ୍ତନ ଶିବରରେ 'ଜଣେ ବ୍ୟକ୍ତି, ଗୋଟିଏ ପଦ'ର ନୂତନ ନୀତି ଘୋଷଣା କରିଥିଲା । ମଲ୍ଲିକାର୍ଜୁନ ଖଡ଼ଗେ (Mallikarjun Kharge) ଙ୍କ ଇସ୍ତଫା ପରେ ରାଜ୍ୟସଭାରେ ବିରୋଧୀଦଳର ନେତା ପଦ ପାଇଁ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ (P Chidambaram), ଦିଗବିଜୟ ସିଂ (Digvijay Singh) ଏବଂ ପ୍ରମୋଦ ତିୱାରୀ (Pramod Tiwari) ଙ୍କ ନାମ ଆଗକୁ ଚାଲୁଛି । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଦିଗବିଜୟ ସିଂ ମଧ୍ୟ ଘୋଷଣା କରିଥିଲେ । ତେବେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନାମ ସାମ୍ନାକୁ ଆସିବା ପରେ ସେ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ ।

ସୂତ୍ରରୁ ପ୍ରକାଶ ଯେ ପ୍ରମୋଦ ତିୱାରୀ ମଧ୍ୟ ରାଜ୍ୟସଭାରେ ବିରୋଧୀଦଳର ନେତା ପଦ ପାଇଁ ଦୌଡ଼ରେ ଅଛନ୍ତି । ଶୁକ୍ରବାର ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରତିଯୋଗିତା ପାଇଁ ମଞ୍ଚ ସ୍ଥିର ହୋଇସାରିଛି । କର୍ଣ୍ଣାଟକର ଦଳିତ ନେତା ଖଡ଼ଗେ ସବୁଠାରୁ ମଜବୁତ ପ୍ରାର୍ଥୀ ହୋଇଥିବା ଜଣାପଡିଛି। ଝାରଖଣ୍ଡର ପୂର୍ବତନ ମନ୍ତ୍ରୀ କେଏନ୍ ତ୍ରିପାଠୀ ମଧ୍ୟ ଏହି ପଦ ପାଇଁ ନାମାଙ୍କନ ଦାଖଲ କରିଥିଲେ । କିନ୍ତୁ ଏହି ନାମାଙ୍କନ ଖାରଜ ହୋଇଯାଇଛି ।

ଅଧିକ ପଢ଼ନ୍ତୁ:-ଆରମ୍ଭ ହୋଇସାରିଛି ତୃତୀୟ ବିଶ୍ୱଯୁଦ୍ଧ, ମାନିବାକୁ ପ୍ରସ୍ତୁତ ନୁହଁନ୍ତି ପାଶ୍ଚାତ୍ୟ ଦେଶ!

ଅଧିକ ପଢ଼ନ୍ତୁ:-ଘରର ଏହି ସ୍ଥାନରେ ଲଗାନ୍ତୁ ଘଣ୍ଟା, ଖୋଲି ଯିବ ଆପଣଙ୍କ ଭାଗ୍ୟର ତାଲା

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ଖେଳିବ ନାହିଁ ଦୁନିଆର ୫ ଖତରନାକ୍ ଖେଳାଳି, ଭାରତ ସମେତ ଏସବୁ ଦେଶକୁ ହେବ କ୍ଷତି

 

ଆପଣଙ୍କୁ କହି ରଖୁଛୁ ଯେ, କଂଗ୍ରେସର ବରିଷ୍ଠ ନେତା ତଥା ଜି-23 ଗୋଷ୍ଠୀର ଅନେକ ନେତା ଖଡ଼ଗେଙ୍କୁ ସମର୍ଥନ କରିଛନ୍ତି । ଏହି ନେତାଙ୍କ ମଧ୍ୟରେ ଅଶୋକ ଗେହଲୋତ (Ashok Gehlot), ଦିଗବିଜୟ ସିଂ (Digvijay Singh), ଏକେ ଆଣ୍ଟୋନି (AK Antony), ଅମ୍ବିକା ସୋନି (Ambika Soni), ମୁକୁଲ ୱାସନିକ (Mukul Wasnik), ଆନନ୍ଦ ଶର୍ମା (Anand Sharma), ଭୁପିନ୍ଦର ହୁଡା (Bhupinder Hooda), ପୃଥ୍ୱୀରାଜ ଚୌହ୍ୱାନ (Prithviraj Chavan) ଏବଂ ମନୀଷ ତିୱାରୀ (Manish Tewari) ଙ୍କ ନାମ ସାମିଲ ରହିଛି ।