Mamata Banerjee Car Accident: ମମତା ବାନାର୍ଜୀଙ୍କ କାର ଦୁର୍ଘଟଣାଗ୍ରସ୍ତ; ଅଚାନକ ବ୍ରେକ ମାରିବା କାରଣରୁ ମୁଣ୍ଡରେ ଲାଗିଲା ଆଘାତ
Advertisement
Article Detail0/zeeodisha/odisha2076478

Mamata Banerjee Car Accident: ମମତା ବାନାର୍ଜୀଙ୍କ କାର ଦୁର୍ଘଟଣାଗ୍ରସ୍ତ; ଅଚାନକ ବ୍ରେକ ମାରିବା କାରଣରୁ ମୁଣ୍ଡରେ ଲାଗିଲା ଆଘାତ

West Bengal CM Car Accident: ରାଜ୍ୟର ବର୍ଦ୍ଧମାନ ଜିଲ୍ଲାରୁ ଏକ ବୈଠକ ସାରି ରାଜଧାନୀ କୋଲକାତା ଫେରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର।

Mamata Banerjee Car Accident: ମମତା ବାନାର୍ଜୀଙ୍କ କାର ଦୁର୍ଘଟଣାଗ୍ରସ୍ତ; ଅଚାନକ ବ୍ରେକ ମାରିବା କାରଣରୁ ମୁଣ୍ଡରେ ଲାଗିଲା ଆଘାତ

West Bengal CM Mamata Banerjee: ବୁଧବାର କାର ଦୁର୍ଘଟଣାରେ ଆହତ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟର ବର୍ଦ୍ଧମାନ ଜିଲ୍ଲାରେ ଆୟୋଜିତ ହୋଇଥିବା ଏକ ବୈଠକ ସାରି ଫେରିବା ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଜଣାପଡ଼ିଛି। ଦୁର୍ଘଟଣା ସମୟରେ କାର ହଠାତ୍ ବ୍ରେକ୍ ମାରିବା କାରଣରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଦୁର୍ଘଟଣା ସମ୍ପର୍କରେ ଅଧିକ ଖବର ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ। ହେଲେ ପ୍ରାଥମିକ ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ କାର ଯାତ୍ରା କରୁଥିବା ରାସ୍ତାରେ ଏକ ଉଚ୍ଚ ସ୍ଥାନ ଆସିଥିଲା। ଯେଉଁ କାରଣରୁ କାର ଡ୍ରାଇଭର ଅଚାନକ ବ୍ରେକ୍ ମାରିଥିଲେ। ହଠାତ୍ ବ୍ରେକିଂ ମାରିବା ହେତୁ କାର ଯୋଗେ ଯାତ୍ରା କରୁଥିବା ଲୋକ ନିଜର ଭାରସାମ୍ୟ ହରାଇଥିଲେ। ଯେଉଁ କାରଣରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। 

ବୁଧବାର ମମତା ବାନାର୍ଜୀ ଏକ ସଭାରେ ଯୋଗଦେଇ ଫେରିବା ସମୟରେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାତ୍ରା କରିବା ସମୟରେ ହଠାତ୍ ତାଙ୍କ କାର ବ୍ରେକ୍ ମାରିବା କାରଣରୁ ସେ ଆହତ ହୋଇଥିଲେ। ଯାତ୍ରା କରିବା ସମୟରେ ରାସ୍ତାରେ ଏକ ଉଚ୍ଚ ସ୍ଥାନ ଆସିଯାଇଥିଲା। ଯେଉଁ କାରଣରୁ କାର ଡ୍ରାଇଭର ଅଚାନକ ବ୍ରେକ୍ ମାରି ଦେଇଥିଲେ। ଯାହା ଫଳରେ କାର ଯୋଗେ ଯାତ୍ରା କରୁଥିବା ଲୋକେ ଭାରସାମ୍ୟ ହରାଇଥିଲେ। ଅନ୍ୟପଟେ ମମତା ବାନାର୍ଜୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ହେଲେ ସେ ଗୁରୁତର ଆହତ ହୋଇନାହାଁନ୍ତି।

ରାସ୍ତାରେ ବର୍ଦ୍ଧମାନ ଠାରୁ କାହିଁକି ଫେରୁଥିଲେ କୋଲକାତା?
ଏହା ମଧ୍ୟ ଜଣାପଡ଼ିଛି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଜନସେବା ବିତରଣ କାର୍ଯ୍ୟକ୍ରମରେ ଭାଗ ନେବାକୁ ରାଜ୍ୟର ବର୍ଦ୍ଧମାନ ଜିଲ୍ଲା ଗସ୍ତରେ ଆସିଥିଲେ। ସେଠାରୁ ତାଙ୍କୁ ହେଲିକପ୍ଟର ଯୋଗେ ଫେରିବାର ଥିଲା।। ହେଲେ ଖରାପ ପାଗ ହେତୁ ହେଲିକପ୍ଟର ଉଡ଼ାଣ ଭରି ପାରିନଥିଲା। ଏଭଳି ପରିସ୍ଥିତିରେ ତାଙ୍କୁ ସଡ଼କ ମାର୍ଗରେ କାର ଯୋଗେ ରାଜଧାନୀ କୋଲକାତା ଫେରିବାକୁ ହୋଇଥିଲା। ରାସ୍ତାରେ ତାଙ୍କ କାର ଅନ୍ୟ ଏକ ଗାଡି କାରଣରୁ ଦୁର୍ଘଟଣାର ସାମ୍ନା କରିଥିଲା।

ପୂର୍ବରୁ ମଧ୍ୟ ହୋଇସାରିଛନ୍ତି ଆହତ 
ଆପଣଙ୍କୁ କହିରଖୁଛୁ ଯେ ଗତ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମଧ୍ୟ ଆହତ ହୋଇଥିଲେ। ବିଧାନସଭା ନିର୍ବାଚନ ଲାଗି ରାଜ୍ୟର ନନ୍ଦିଗ୍ରାମ ଠାରେ ପ୍ରଚାର କରିବା ସମୟରେ ଏକ ଦୁର୍ଘଟଣାରେ ସେ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା, ଯେଉଁଥିପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ଏହି ଦୁର୍ଘଟଣାରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ଏବଂ ଏହା ପଛରେ ବିଜେପି ଷଡଯନ୍ତ୍ର ରହିଛି ବୋଲି ମମତା ବାନାର୍ଜୀ ଅଭିଯୋଗ କରିତିଲେ। ହେଲେ ବିଜେପି ଏପରି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଥିଲା।