VK Pandian: ରାଜନୀତିରୁ ସନ୍ନ୍ୟାସ ନେବେ ପାଣ୍ଡିଆନ୍‍ !
Advertisement
Article Detail0/zeeodisha/odisha2242561

VK Pandian: ରାଜନୀତିରୁ ସନ୍ନ୍ୟାସ ନେବେ ପାଣ୍ଡିଆନ୍‍ !

Odisha Politics: ଯଦି ରାଜ୍ୟରେ ପରିବର୍ତ୍ତନର ହାଓ୍ୱା ନବୀନଙ୍କୁ ବହୁମତରୁ ବଞ୍ଚିତ କରାଏ ଏବଂ ସେ ସରକାର ନକରିପାରନ୍ତି ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି ପାଣ୍ଡିଆନ୍‍। ଏପରିକି କେନ୍ଦ୍ରମନ୍ତ୍ରୀଙ୍କ ସାହସ ଥିଲେ ଏପରି ଘୋଷଣା କରନ୍ତୁ ବୋଲି ବ୍ରଜରାଜ ନଗରରେ ପ୍ରଚାର ସଭାବୁ ଉଦବୋଧନ ଦେବା ବେଳେ ସେ ଏହି ଆହ୍‍ୱାନ ଦେଇଛନ୍ତି।

VK Pandian: ରାଜନୀତିରୁ ସନ୍ନ୍ୟାସ ନେବେ ପାଣ୍ଡିଆନ୍‍ !

ଭୁବନେଶ୍ୱର: ବିଜୁ ଜନତା ଦଳର ଦ୍ୱିତୀୟ ଷ୍ଟାର କ୍ୟାମ୍ପେନର ଭି କେ ପାଣ୍ଡିଆନ୍‍ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଚ୍ୟାଲେଞ୍ଜ୍ ଦେଇଛନ୍ତି। ଯଦି ରାଜ୍ୟରେ ପରିବର୍ତ୍ତନର ହାଓ୍ୱା ନବୀନଙ୍କୁ ବହୁମତରୁ ବଞ୍ଚିତ କରାଏ ଏବଂ ସେ ସରକାର ନକରିପାରନ୍ତି ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି ପାଣ୍ଡିଆନ୍‍। ଏପରିକି କେନ୍ଦ୍ରମନ୍ତ୍ରୀଙ୍କ ସାହସ ଥିଲେ ଏପରି ଘୋଷଣା କରନ୍ତୁ ବୋଲି ବ୍ରଜରାଜ ନଗରରେ ପ୍ରଚାର ସଭାବୁ ଉଦବୋଧନ ଦେବା ବେଳେ ସେ ଏହି ଆହ୍‍ୱାନ ଦେଇଛନ୍ତି।

ସେ ବ୍ରଜରାଜନଗର ସଭାରେ କହିଛନ୍ତି, ‘ସେମାନେ କହୁଛନ୍ତି ଯେ ଓଡ଼ିଶାରେ ପରିବର୍ତ୍ତନର ହାୱା ବହୁଛି । ମୁଁ ତାଙ୍କୁ ଆଜି ଚ୍ୟାଲେଞ୍ଜ କରୁଛି ଯଦି ନବୀନ ପଟ୍ଟନାୟକ ତିନି-ଚତୁର୍ଥାଂଶ ବହୁମତରେ  ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ନ ହୁଅନ୍ତି, ଜୁନ ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନ ନିଅନ୍ତି, ତା’ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି’ ।

ବରଗଡ଼ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର ଏବଂ ଝାରସୁଗୁଡ଼ା ବିଧାନସଭା ପ୍ରାର୍ଥୀ ଦୀପାଳି ଦାସ ଓ ବ୍ରଜରାଜନଗର ବିଧାନସଭା ପ୍ରାର୍ଥୀ ଅଳକା ମହାନ୍ତିଙ୍କ ଲାଗି ସେ ଆଜି ପ୍ରଚାର କରୁଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି ବୋ ଅଭିଯୋଗ ଆଣିଥିଲେ। ‘ମୋତେ ଚାମ୍‍ଚା, ଗୁମାସ୍ତା ବୋଲି କହୁଛନ୍ତି । ମୋତେ ଯାହାବି କହିଲେ କିଛି ଅସୁବିଧା ନାହିଁ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କଲେ ମୁଁ ସହିବି ନାହିଁ’ ବୋଲି କହିଛନ୍ତି ପାଣ୍ଡିଆନ୍‍ ।

ନିର୍ବାଚନ ଥିବାରୁ ବିରୋଧୀ ନେତାମାନେ ଆସି ମିଛକଥା କହିବା ଆରମ୍ଭ କରିଛନ୍ତି । ‘ଆପଣଙ୍କ ଭୋଟ ନେଇଯିବେ, ତା’ପରେ ଖୋଜିଲେ ମିଳିବେନି । ସେମାନେ କେବେ ଆପଣମାନଙ୍କୁ ହିସାବ ଦେବେନାହିଁ । ପୂର୍ବ ନିର୍ବାଚନରେ ଦରଦାମ୍‍ କମିବ ବୋଲି ସେମାନେ କହିଥିଲେ । ଏଲ୍‍.ପି.ଜି, ପେଟ୍ରୋଲ, ଡିଜେଲ ଦାମ୍‍ କମିଲା କି ’ ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ୍‍।

Also Read- Kuber Yog: ୧୨ ବର୍ଷ ପରେ ସୃଷ୍ଟି ହେଉଛି କୁବେର ଯୋଗ, ୩ ରାଶି ଜୀବନରେ ଟଙ୍କା ବର୍ଷା !