Varsha Priyadarshini: ପୁଣି ନବୀନ ନିବାସରେ ବର୍ଷା, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା !
Advertisement
Article Detail0/zeeodisha/odisha2215068

Varsha Priyadarshini: ପୁଣି ନବୀନ ନିବାସରେ ବର୍ଷା, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା !

Varsha Priyadarshini:  ଆଜି ନବୀନ ନିବାସରେ ପହଞ୍ଚି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବର୍ଷାପ୍ରିୟଦର୍ଶିନୀ । ମୁଖ୍ୟମନ୍ତ୍ରୀଙ୍କ ସହ ବର୍ଷାଙ୍କର ବେଶ୍ କିଛି ସମୟ ଆଲୋଚନା ହୋଇଥିବା ଜଣାପଡିଛି ।

Varsha Priyadarshini: ପୁଣି ନବୀନ ନିବାସରେ ବର୍ଷା, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା !

Varsha Priyadarshini: ଲୋକପ୍ରିୟ ସିନେ ନାୟିକା ବର୍ଷାପ୍ରିୟଦର୍ଶନୀ ବିଜେଡିରେ ମିଶିବା ପରେ ଦଳ ତାଙ୍କୁ ବଡ଼ଚଣାରୁ ବିଧାୟିକା ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଦାୟିତ୍ୱ ଦେଇଛି । ବିଧିବଦ୍ଧ ଭାବେ ଟିକଟ ମିଳିଥିବା ନେଇ ବିଜୁ ଜନତା ଦଳ ପକ୍ଷରୁ ଘୋଷଣା କରାଯିବା ପରେ ଗତକାଲି ବର୍ଷାପ୍ରିୟଦର୍ଶିନୀ ମାଆ କଟକ ଚଣ୍ଡୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ଏଥିସହ ବିଜେଡି ସୁଯୋଗ ଦେଇଥିବାରୁ ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କିନ୍ତୁ ଆଜି ନବୀନ ନିବାସରେ ପହଞ୍ଚି ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବର୍ଷାପ୍ରିୟଦର୍ଶିନୀ । ମୁଖ୍ୟମନ୍ତ୍ରୀଙ୍କ ସହ ବର୍ଷାଙ୍କର ବେଶ୍ କିଛି ସମୟ ଆଲୋଚନା ହୋଇଥିବା ଜଣାପଡିଛି ।

ଏଥିସହିତ ଦଳୀୟ ଟିକଟ ପାଇଥିବା ଅନ୍ୟ ପ୍ରାର୍ଥୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି । ଚମ୍ପୁଆରୁ ଟିକଟ ପାଇଥିବା ସନାତନ ମହାକୁଡ, କରଂଜିଆ ବିଧାୟିକା ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ୍, ଚିଲିକା ପ୍ରାର୍ଥୀ ରଘୁନାଥ ସାହୁଙ୍କ ସମେତ ଆହୁରି ଅନେକ ପ୍ରାର୍ଥୀଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଦଳକୁ ଜିତାଇବାକୁ ସମସ୍ତ ପ୍ରକାରର ପ୍ରୟାସ କରିବେ ବୋଲି ପ୍ରାର୍ଥୀମାନେ ବିଶ୍ୱାସ ରଖିଛନ୍ତି ।

Also Read- Saptahik Rashifal: ୨୨ରୁ ୨୮ ଏପ୍ରିଲ୍ କେମିତି କଟିବ ? ଜାଣନ୍ତୁ ସାପ୍ତାହିକ ରାଶିଫଳ

Also Read- Sahara India Refund: ଆପଣ ଫେରି ପାଇଛନ୍ତି କି ସାହାରା ଟଙ୍କା ? ଯଦି ନା ତେବେ ତାଲିକା କରନ୍ତୁ ଯାଞ୍ଚ