Uttar Pradesh Politics: ଚା-ପକୁଡ଼ି ସାହାରାରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, କ'ଣ ରହିଛି ପରଦା ପଛର ରଣନୀତି?
Advertisement

Uttar Pradesh Politics: ଚା-ପକୁଡ଼ି ସାହାରାରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, କ'ଣ ରହିଛି ପରଦା ପଛର ରଣନୀତି?

Samajwadi Party President Akhilesh Yadav: ଗତ ବର୍ଷ ଅନୁଷ୍ଠିତ ହୋଇଥିବା ମୈନ୍ପୁରୀ ଲୋକସଭା ଉପନିର୍ବାଚନରେ ଦଳର ​​ବିଜୟ ପରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବେ ଉତ୍ସାହିତ ହୋଇପଡି଼ଛନ୍ତି। ତାଙ୍କ ପିତା ତଥା ଦଳର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସାମ୍ରାଜ୍ୟକୁ ଆଗକୁ ନେବା ପାଇଁ ଏବେ ସେ ଏକ ସ୍ୱତନ୍ତ୍ର ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି।

 Uttar Pradesh Politics: ଚା-ପକୁଡ଼ି ସାହାରାରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, କ'ଣ ରହିଛି ପରଦା ପଛର ରଣନୀତି?

Akhilesh Yadav plan for 2024 Poll: ଆସନ୍ତାବର୍ଷ ହେବାକୁ ଯାଉଥିବା ଲୋକସଭା ନିର୍ବାଚନକୁ ନେଇ ଏବେ ଠାରୁ ସରଗରମ ହୋଇଉଠିଲାଣି ଉତ୍ତର ପ୍ରଦେଶ ରାଜନୀତି। ଏହାର ଝଲକ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପଟରୁ ଦେଖିବାକୁ ମିଳିଛି। କାରଣ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣୀ ସମାଜବାଦୀ ପାର୍ଟି ମଙ୍ଗୁଆଳ। 

ଗତ ବର୍ଷ ଅନୁଷ୍ଠିତ ହୋଇଥିବା ମୈନ୍ପୁରୀ ଲୋକସଭା ଉପନିର୍ବାଚନରେ ଦଳର ​​ବିଜୟ ପରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବେ ଉତ୍ସାହିତ ହୋଇପଡି଼ଛନ୍ତି। ତାଙ୍କ ପିତା ତଥା ଦଳର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସାମ୍ରାଜ୍ୟକୁ ଆଗକୁ ନେବା ପାଇଁ ଏବେ ସେ ଏକ ସ୍ୱତନ୍ତ୍ର ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି। ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପି ବିରୋଧରେ ଘେରାବନ୍ଦୀ କରିବା ପାଇଁ ଅଖିଳେଶ ଯାଦବ, ଯାଦବଲାଣ୍ଡ ଠାରେ ଦଳୀୟ ସଙ୍ଗଠନକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି। ଏନେଇ ଅଖିଳେଶ ଯାଦବ ପ୍ରଥମ ଥର ପାଇଁ ଇଟାୱା, ମୈନ୍ପୁରୀ, ଏଟା, ଫିରୋଜାବାଦ, ଔରୈୟା, ଫର୍ରୁଖବାଦ୍ ଏବଂ କନ୍ନୌଜ ଜିଲ୍ଲା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି। 

ସମାଜବାଦୀ ପାର୍ଟି ରଣନୀତିଜ୍ଞ ବିଶ୍ୱାସ କରନ୍ତି ଯେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ପରେ ଯଦି ଯାଦବଲାଣ୍ଡ ଠାରେ ଦଳର କୌଣସି ନେତାଙ୍କ ମଜବୁତ ଉପସ୍ଥିତ ରହିଥାଏ, ତାହେଲେ ସେ ହେଉଛନ୍ତି ଶିବପାଲ ଯାଦବ। ଏହାକୁ ନଜରରେ ରଖି ଯାଦବଲାଣ୍ଡ ଠାରେ ସମାଜବାଦୀ ପାର୍ଟି ଉପସ୍ଥିତିକୁ ମଜବୁତ କରିବା ପାଇଁ ଅଖିଳେଶ ଯାଦବ ପ୍ରଥମେ ତାଙ୍କ ଚାଚା ଶିବପାଲ ଯାଦବଙ୍କୁ ଦଳକୁ ଫେରାଇ ଆଣିଛନ୍ତି। ଏହା ପରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କ ନଜର ସ୍ଥାନୀୟ ଯୁବପିଢିଙ୍କ ଉପରେ ରହିଛି। ଏନେଇ ସେ ଏହି ଅଞ୍ଚଳରେ ଅବସ୍ଥିତ ଗାଁ ଗଣ୍ଡାକୁ ଯାଇ ଯୁବପିଢିଙ୍କୁ ଦଳ ସହ ସିଧାସଳଖ ଯୋଡ଼ି ଭବିଷ୍ୟତର ରଣନୀତିକୁ ମଜବୁତ କରିବାରେ ଲାଗିଛନ୍ତି।

ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ମାହୋଲ ବନାଇବା ଏବେ ଅଣ୍ଟାଭିଡ଼ିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ। ଏନେଇ ଅଖିଲେଶ ଯାଦବ ଚା-ପକୁଡ଼ି ସାହାରା ନେଇଛନ୍ତି। ଯାଦବଲାଣ୍ଡ ଭ୍ରମଣ ସମୟରେ ତାଙ୍କୁ ଏଠାରେ ଚା-ଜଳଖିଆ ଖାଉଥିବାର ଦେଖିବାକୁ ମିଳିଛି। ରାଜନୈତିକ ଦୃଷ୍ଟିକୋଣରୁ ଯାଦବଲ୍ୟାଣ୍ଡ ଉତ୍ତର ପ୍ରଦେଶ ରାଜନୀତିରେ ବେଶ ଗୁରୁତ୍ୱପୂର୍ଣ୍ଣ। ଏଠାରେ ନିଜର ପ୍ରଭାବ ବିସ୍ତାର କରିବାକୁ କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାଁନ୍ତି ସମାଜବାଦୀ ପାର୍ଟି ମଙ୍ଗୁଆଳ। 

ଯାଦବଲ୍ୟାଣ୍ଡ ଅଞ୍ଚଳରେ ଅବସ୍ଥିତ ମୈନପୁରୀ ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ସମାଜବାଦୀ ପାର୍ଟି ​​ବିଜୟ ପରେ ଅଖିଳେଶ ଯାଦବ ତାଙ୍କ ଅଞ୍ଚଳରେ ଅଧିକ ସକ୍ରିୟ ହୋଇଉଠିଛନ୍ତି।  ଏହି ନିର୍ବାଚନ ସମୟରେ ମଧ୍ୟ ତାଙ୍କର ସକ୍ରିୟ ଉପସ୍ଥିତି ଦେଖିବାକୁ ମିଳିଥିଲା। ହେଲେ ବର୍ତ୍ତମାନ ତାଙ୍କୁ ପ୍ରତ୍ୟେକ ଛୋଟ ବଡ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି। ଅଖିଳେଶ ଯାଦବ ଅନୁଭବ କରିବା ଆରମ୍ଭ କରିଛନ୍ତି ଯେ ଯଦି ଦଳର ପାରମ୍ପରିକ ଭୋଟ୍ ବ୍ୟାଙ୍କ ସଞ୍ଚୟ କରି ହୁଏ ତାହେଲେ ଆସନ୍ତା ନିର୍ବାଚନରେ ​​ଭଲ କାମ କରାଯାଇପାରିବ।

ରାଜନୈତିକ ବିଶେଷଜ୍ଞଙ୍କ ଅନୁଯାୟୀ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶ ରାଜନୀତିରେ ନେତାଜୀ ଭାବେ ଜଣାଶୁଣା ମୁଲାୟମ ସିଂହ ଯାଦବ ତାଙ୍କ ଗଡକୁ ମଜବୁତ କରିବା ପାଇଁ କଠିନ ପରିଶ୍ରମ କରିଥିଲେ। ନିଜର ଗଡ଼ ଛାଡିବା ପରେ ମୈନ୍ପୁରୀ କିମ୍ବା ଏହାର ଆଖପାଖ ଅଞ୍ଚଳର ଲୋକେ ତାଙ୍କୁ ଲକ୍ଷ୍ନୌ କିମ୍ବା ଦିଲ୍ଲୀ ଯାଇ ତାଙ୍କୁ ଭେଟୁଥିଲେ। ମୁଲାୟମ ସିଂହ ଲୋକଙ୍କ ସମସ୍ୟା ଶୁଣିବା ପରେ ଏହାର ସମାଧାନ କରି ଦେଉଥିଲେ। ଲୋକଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ରହିଥିଲେ। ଯାହା ତାଙ୍କର ରାଜନୈତିକ ଶକ୍ତିକୁ ବଢାଇବାରେ ସହାୟକ ହୋଇଥିଲେ। ଯାହାର ଫଳସ୍ୱରୂପ ଇଟାୱା, କନ୍ନୌଜ, ଫିରୋଜାବାଦ ପରି ଯାଦବ ପ୍ରାଧାନ୍ୟ ଅଞ୍ଚଳରେ ଦଳୀୟ ସଙ୍ଗଠନକୁ ମଜବୁତ କରିବାରେ ସଫଳ ହୋଇଥିଲେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା। ଆଗମୀ ୨୦୨୪ ଲୋକସଭା ନିର୍ବାଚନ ସମୟରେ ଅଖିଳେଶ ଯାଦବ ହୁଏତ ଏହି ଅଞ୍ଚଳରେ ଅଧିକ ସମୟ ବିତାଇ ନପାରନ୍ତି। ଏହି କାରଣରୁ ସେ ତାଙ୍କ ପିତା ମୁଲାୟମ ସିଂହ ଯାଦବଙ୍କ ନିଧନ ପରେ ଖାଲି ପଡ଼ିଥିବା ତାଙ୍କ ସ୍ଥାନ ପୂରଣ କରିବାକୁ ବର୍ତ୍ତମାନ ଏଠାରେ ସର୍ବାଧିକ ସମୟ ଦେବାକୁ ଚେଷ୍ଟା କରୁଛନ୍ତି। ଯାଦବଲାଣ୍ଡରେ ଲଗାତାର କ୍ଷତି ହେବା ପରେ ସମାଜବାଦୀ ପାର୍ଟି ଏହାର ରଣନୀତି ବଦଳାଇଛି। ଏହା ସହିତ ଉପ-ନିର୍ବାଚନ ଠାରୁ ଦୂରରେ ରହିବାର ପରମ୍ପରାକୁ ଭାଙ୍ଗି ଅଖିଳେଶ ଯାଦବ ମୈନପୁରୀ ଉପନିର୍ବାଚନ ପାଇଁ ଘର ଘର ବୁଲି ପ୍ରଚାର କରିଥିଲେ। ଯାହାର ଲାଭ ସମାଜବାଦୀ ପାର୍ଟି ପାଇଥିଲା। 

ଗତ ୨୦୧୪ ଲୋକସଭା ନିର୍ବାଟନ ପର ଠାରୁ ବିଜେପି ଯାଦବଲ୍ୟାଣ୍ଡ ଠାରେ ଦଳୀୟ ସଙ୍ଗଠନକୁ କ୍ରମାଗତ ଭାବରେ ବୃଦ୍ଧି କରିଆସୁଛି। ଯାହା ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଗଡ଼ ଭାବେ ଜଣାଶୁଣା। ଯାହାର ଫଳ ସ୍ୱରୂପ ଗତ ୨୦୧୯ ଲୋକସଭା ନିର୍ବାଚନରେ ଯାଦବ ପ୍ରାଧାନ୍ୟ ବିସ୍ତାର କରିଥିବା କନ୍ନୌଜ, ଫିରୋଜାବାଦ, ଇଟାୱା ଆଦି ଲୋକସଭା ଆସନରେ ବିଜୟବାନା ଉଡାଇଥିଲା। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ​​ଅନେକ ସମାଜବାଦୀ ପାର୍ଟି ନେତା ବିଜେପି ହାତ ଧରିସାରିଛନ୍ତି। ଯେଉଁମାନଙ୍କୁ ଆଗକୁ ବଢାଇ ବିଜେପି ଯାଦବଲ୍ୟାଣ୍ଡ ଠାରେ ସମାଜବାଦୀ ପାର୍ଟି ଗଡକୁ ଦଖଲ କରିବାରେ ସଫଳ ହୋଇଛି।