Election 2023: ବିନା ନିର୍ବାଚନରେ ବାଜି ମାରିନେଲା ଶାସକ ଦଳ, ବିନା ମତଦାନରେ ବାଜିମାତ କଲେ ପ୍ରାର୍ଥୀ
Advertisement
Article Detail0/zeeodisha/odisha1664917

Election 2023: ବିନା ନିର୍ବାଚନରେ ବାଜି ମାରିନେଲା ଶାସକ ଦଳ, ବିନା ମତଦାନରେ ବାଜିମାତ କଲେ ପ୍ରାର୍ଥୀ

Municipal Election 2023: ପୌର ନିର୍ବାଚନରେ ବିଜେପି ପ୍ରାର୍ଥୀ କୁୱଁର ରାଜେନ୍ଦ୍ର ସିଂହ ଦଳ ପାଇଁ ଏପରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି। ଏଥର ଉତ୍ତର ପ୍ରଦେଶରେ ପୌର ନିର୍ବାଚନ ଆକର୍ଷଣୀୟ ହେବାରେ ଲାଗିଛି। 

Election 2023: ବିନା ନିର୍ବାଚନରେ ବାଜି ମାରିନେଲା ଶାସକ ଦଳ, ବିନା ମତଦାନରେ ବାଜିମାତ କଲେ ପ୍ରାର୍ଥୀ

UP Municipal Election 2023: ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ପୌର ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ପୌର ନିର୍ବାଚନ ଲାଗି ମତଦାନ ତାରିଖ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଲାଗିରହିଛି ଛକାପଞ୍ଝା। କିଛି ରାଜନେତା ନିଜର ରାଜନୈତିକ ଦୁର୍ଗ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଆଉ କିଛି ନେତା ପ୍ରଥମ ଥର ପାଇଁ ନିର୍ବାଚନ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ଏକ ଭିନ୍ନ ପ୍ରକାରର ରାଜନୈତିକ ଯୁଦ୍ଧ ଦେଖିବାକୁ ମିଳୁଛି। ହେଲେ ଝାନ୍ସି ଜିଲ୍ଲାରେ ଏକ ଭିନ୍ନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଏଠାରେ ପୌର ନିର୍ବାଚନ ଲାଗି ମତଦାନ ଏବଂ ଭୋଟ ଗଣତି ହେବା ପୂର୍ବରୁ ମଧ୍ୟ ବିଜେପି ବାଜି ମାରିନେଇଛି। ବିନା ନିର୍ବାଚନ ଲଢି ବିଜେପି ପ୍ରାର୍ଥୀ ରାଜନୈତିକ ଗଡ଼ ଦଖଲ କରିବାରେ ସଫଳ ହୋଇଛନ୍ତି। 

ପୌର ନିର୍ବାଚନରେ ବିଜେପି ପ୍ରାର୍ଥୀ କୁୱଁର ରାଜେନ୍ଦ୍ର ସିଂହ ଦଳ ପାଇଁ ଏପରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି। ଏଥର ଉତ୍ତର ପ୍ରଦେଶରେ ପୌର ନିର୍ବାଚନ ଆକର୍ଷଣୀୟ ହେବାରେ ଲାଗିଛି। ଏହା ପୂର୍ବରୁ ଝାନ୍ସି ଜିଲ୍ଲାରେ ଜଣେ ବିଜେପି କାଉନସିଲର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବର୍ତ୍ତମାନ କୁୱଁର ରାଜେନ୍ଦ୍ର ସିଂହ ଉତ୍ତର ପ୍ରଦେଶ ରାଜନୀତିରେ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ବିଜେପି ପ୍ରାର୍ଥ ଜଣଙ୍କ ଝାନ୍ସି ଚିରଗାଓଁ ଠାରୁ ନିର୍ବାଚିତ ହୋଇଛନ୍ତି।

ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେଉଥିବା ପୌର ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ଝାନ୍ସିରେ ମତଦାନ ଅନୁଷ୍ଠିତ ହେବ। ସମସ୍ତ ପ୍ରାର୍ଥୀ ଅପ୍ରେଲ ୧୮ ତାରିଖ ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଥିଲେ। ନାମାଙ୍କନ ପ୍ରତ୍ୟାହାର ପାଇଁ ଶେଷ ତାରିଖ ଥିଲା ୨୦ ଅପ୍ରେଲ। ନାମାଙ୍କନ ପ୍ରତ୍ୟାହାର ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା। ଯେତେବେଳେ ସମାଜବାଦୀ ପାର୍ଟି ଠାରୁ ନେଇ ବିଏସପି ଏବଂ ସମସ୍ତ ସ୍ୱାଧୀନ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରି ନେଇଥିଲେ। ଝାନ୍ସି ଚିରଗାଓଁରୁ ମଲଖାନ ସିଂହ ସମାଜବାଦୀ ପାର୍ଟି ଏବଂ ବିଏସପି ପକ୍ଷରୁ ନୀତିନ କୁମାର ଦୀକ୍ଷିତ ନାମାଙ୍କନପତ୍ର ଦାଖଲ କରିଥିଲେ। ବର୍ତ୍ତମାନ ଉଭୟ ଦଳର ପ୍ରାର୍ଥୀଙ୍କ ଦ୍ୱାରା ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିନିଆଯିବା ପରେ ବହୁଜନ ସମାଜ ପାର୍ଟି ଏବଂ ସମାଜବାଦୀ ପାର୍ଟି ସମାଲୋଚନାର ଶରବ୍ୟ ପାଲଟିଛି।

କୌଣସି ଦଳ କିମ୍ବା ସ୍ୱାଧୀନ ପ୍ରାର୍ଥୀଙ୍କ ଅନୁପସ୍ଥିତିରେ ଚିରଗାଓଁ ପୌରପାଳିକା ନିର୍ବାଚନ ଦାୟିତ୍ୱରେ ରହିଥିବା ଅଧିକାରୀ ରାଜେନ୍ଦ୍ର ସିଂହଙ୍କୁ ଅବିଳମ୍ବେ ବିଜୟୀ ଘୋଷଣା କରିଥିଲେ। ବିଜୟ ନିଶ୍ଚିତ କରିବା ପରେ କୁୱଁର ରାଜେନ୍ଦ୍ର ପ୍ରତିପକ୍ଷଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ତାଙ୍କ ବିଜୟକୁ ମୁଖ୍ୟମନ୍ତ୍ରୀ ଯୋଗୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡବଲ ଇଞ୍ଜିନ ସରକାରଙ୍କ ନୀତି ବୋଲି କହିଥିଲେ। ବିଜେପି କାଉନସିଲର କହିଛନ୍ତି ଯେ ଏହା ଆମର ଦଳର ବିଜୟ ଏବଂ ଲୋକମାନେ ବର୍ତ୍ତମାନ ଏକ ଟ୍ରିପଲ ଇଞ୍ଜିନ ସରକାର ଦେଖିବାକୁ ଚାହୁଁଛନ୍ତି।

ଚିରଗାଓଁ ପୌରପାଳିକା ନିର୍ବାଚନ ଦାୟିତ୍ୱରେ ରହିଥିବା ପ୍ରଭାରୀ ବିଧାୟକ ରାଜୀବ ପରିଚ୍ଛା କହିଛନ୍ତି ଯେ ବିଜେପି ସରକାରଙ୍କ କାର୍ଯ୍ୟ ତଥା ସଫଳତା ଦ୍ୱାରା ବିରୋଧୀ ଦଳର ନେତା ମଧ୍ୟ ପ୍ରଭାବିତ ହୋଇଛନ୍ତି। ବିରୋଧୀଙ୍କ ଅବସ୍ଥା ଏପରି ହୋଇଛି ଯେ ସେମାନଙ୍କୁ ବର୍ତ୍ତମାନ କୌଣସି ପ୍ରାର୍ଥୀ ମିଳୁନାହାଁନ୍ତି। ଏହି କାରଣରୁ ସମସ୍ତ ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବାର ସେମାନଙ୍କନ ନାମାଙ୍କନ ପ୍ରତ୍ୟାହାର କରିନେଇଛନ୍ତି। ଚିରଗାଓଁ ଅଞ୍ଚଳରେ କୁୱଁର ରାଜେନ୍ଦ୍ର ସିଂହଙ୍କ ଦବଦବା ରହିଛି। ଚିରଗାଓଁରେ ରାଜେନ୍ଦ୍ର ସିଂହ ମଜବୁତ ଉପସ୍ଥିତି ଦୀର୍ଘ ଦିନ ଧରି ରହିଆସିଛି। ଏହା ପୂର୍ବରୁ ସେ ସମାଜବାଦୀ ପାର୍ଟି ସହିତ ରହିଥିଲେ। ପୌର ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହେବାର ଗୋଟିଏ ଦିନ ପୂର୍ବରୁ ସେ ସମାଜବାଦୀ ପାର୍ଟି ଛାଡି ବିଜେପି ହାତ ଧରିଥିଲେ। ସେ ଚିରଗାଓଁ ପୌରପାଳିକା ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିସାରିଛନ୍ତି।