UP Civic Body Election 2023: ପୌର ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି, ପ୍ରକାଶ ପାଇଲା ସଂରକ୍ଷଣ ତାଲିକା
Advertisement
Article Detail0/zeeodisha/odisha1634377

UP Civic Body Election 2023: ପୌର ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି, ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

Uttar Pradesh Election 2023: ଉତ୍ତର ପ୍ରଦେଶରେ ପୌର ନିର୍ବାଚନ ପାଇଁ ଦୀର୍ଘ ଦିନ ଧରି ପ୍ରସ୍ତୁତି ଜାରି ରହିଥିଲା। ଓବିସି ସଂରକ୍ଷଣ ଉପରେ କୌଣସି ନିଷ୍ପତ୍ତି ହୋଇ ନ ଥିବାରୁ ବିଜ୍ଞପ୍ତି ପ୍ରକାଶ କରିବାରେ ବିଳମ୍ବ ହୋଇଥିଲା। ପ୍ରାୟ ୨ ଦିନ ପୂର୍ବେ ସୁପ୍ରିମକୋର୍ଟ ଓବିସି ସଂରକ୍ଷଣ ସଂରକ୍ଷଣ ମାମଲାରେ ଶୁଣାଣି କରିବା ସହ ରାୟ ପ୍ରଦାନ କରିଥିଲେ। ଓବିସି ସଂରକ୍ଷଣ ମାମଲାରେ ସୁପ୍ରିମକୋର୍ଟ ରାୟ ଆସିବା ପରେ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। 

UP Civic Body Election 2023: ପୌର ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି, ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

UP Nagar Nigam Election 2023: ଚଳିତ ବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଯାଉଥିବା ପୌର ନିର୍ବାଚନ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ସଂରକ୍ଷଣ ମାମଲାରେ ସୁପ୍ରିମକୋର୍ଟ ରାୟ ଆସିବାର ୨ ଦିନ ପରେ ଉତ୍ତର ପ୍ରଦେଶ ସରକାରଙ୍କ ପକ୍ଷର ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିବା ସହିତ କେଉଁ ଆସନ କେଉଁ ବର୍ଗର ପ୍ରାର୍ଥୀଙ୍କ ତାଲିକା ସଂରକ୍ଷିତ ରହିଛି ସେ ନେଇ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ଅନୁସୂଚିତ ଜାତି, ପଛୁଆ ବର୍ଗ, ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ଆସନ ସମ୍ପର୍କରେ ଘୋଷଣା କରାଯାଇଛି। ଉତ୍ତର ପ୍ରଦେଶ ସରକାର ରାଜ୍ୟର ୧୯୯ ନଗରପାଳିକା ପରିଷଦ ଆସନ ପାଇଁ ସଂରକ୍ଷଣ ତାଲିକା ମଧ୍ୟ ପ୍ରସ୍ତୁତ କରିଛନ୍ତି।

ଉତ୍ତର ପ୍ରଦେଶରେ ପୌର ନିର୍ବାଚନ ପାଇଁ ଦୀର୍ଘ ଦିନ ଧରି ପ୍ରସ୍ତୁତି ଜାରି ରହିଥିଲା। ଓବିସି ସଂରକ୍ଷଣ ଉପରେ କୌଣସି ନିଷ୍ପତ୍ତି ହୋଇ ନ ଥିବାରୁ ବିଜ୍ଞପ୍ତି ପ୍ରକାଶ କରିବାରେ ବିଳମ୍ବ ହୋଇଥିଲା। ପ୍ରାୟ ୨ ଦିନ ପୂର୍ବେ ସୁପ୍ରିମକୋର୍ଟ ଓବିସି ସଂରକ୍ଷଣ ସଂରକ୍ଷଣ ମାମଲାରେ ଶୁଣାଣି କରିବା ସହ ରାୟ ପ୍ରଦାନ କରିଥିଲେ। ଓବିସି ସଂରକ୍ଷଣ ମାମଲାରେ ସୁପ୍ରିମକୋର୍ଟ ରାୟ ଆସିବା ପରେ ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। 

ଉତ୍ତରପ୍ରଦେଶ ସରକାର ଗୁରୁବାର ନଗର ନିଗମ ମେୟର, ନଗରପାଳିକ ତଥା ନଗର ପଞ୍ଚାୟତ ଅଧ୍ୟକ୍ଷ ପାଇଁ ମଧ୍ୟବର୍ତ୍ତୀକାଳୀନ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି। ବୁଧବାର ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଉତ୍ତର ପ୍ରଦେଶ ନଗର ନିଗମ ଏବଂ ନଗର ପାଳିକା ଅଧିନିୟମରେ ସଂଶୋଧନ କରିବା ପାଇଁ ଆସିଥିବା ଏକ ଅଧ୍ୟାଦେଶକୁ ଅନୁମୋଦନ କରିଥିଲେ। ପୂର୍ବରୁ ଏହି ଅଧ୍ୟାଦେଶକୁ ଉତ୍ତର ପ୍ରଦେଶ କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ମିଳିଥିଲା। 

ରାଜ୍ୟରେ ହେବାକୁ ଯାଉଥିବା ପୌର ନିର୍ବାଚନ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରୀ ଏ.କେ ଶର୍ମା। ଗୁରୁବାର ଗଣମାଧ୍ୟମରେ ମନ୍ତ୍ରୀ ଶର୍ମା କହିଛନ୍ତି ଯେ ସଂରକ୍ଷିତ ଆସନ ପାଇଁ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୭ ଦିନ ମଧ୍ୟରେ ସଂରକ୍ଷିତ ଆସନ ତାଲିକା ଉପରେ କୌଣସି ପ୍ରକାର ଅଭିଯୋଗ ଦାଖଲ କରାଯାଇ ପାରିବ। ତ୍ରିସ୍ତରୀୟ ପୌର ନିର୍ବାଚନ ପାଇଁ ରାଜ୍ୟର ୧୭ ନଗର ନିଗମ ମେୟର, ନଗରପାଳିକ ତଥା ନଗର ପଞ୍ଚାୟତ ଅଧ୍ୟକ୍ଷ ପଦ ଲାଗି ସଂରକ୍ଷିତ ଆସନ ତାଲିକା ଜାରି କରିଛନ୍ତି। ଯଦି ଆସନ ସଂରକ୍ଷଣକୁ ନେଇ କାହାର କୌଣସି ଅଭିଯୋଗ ରହିଥାଏ ତାହେଲେ, ଆସନ୍ତା ୬ ଅପ୍ରେଲ ପର୍ଯ୍ୟନ୍ତ ଅଭିଯୋଗ ଦାଖଲ କରାଯାଇ ପାରିବ। 

ଡ୍ରାଫ୍ଟ ବିଜ୍ଞପ୍ତି ଅନୁଯାୟୀ ଆଗ୍ରା ମେୟର ସିଟ୍ ଅନୁସୂଚିତ ଜାତି ମହିଳା, ଝାନ୍ସୀ ମେୟର ସିଟ୍ ଅନୁସୂଚିତ ଜାତି, ଶାହଜହାଁପୁର ଏବଂ ଫିରୋଜାବାଦ ମେୟର ସିଟ୍ ପଛୁଆ ବର୍ଗ ମହିଳା, ସାହାରନପୁର ଏବଂ ମେରଟ ମେୟର ସିଟ୍ ପଛୁଆ ବର୍ଗ ପାଇଁ ସଂରକ୍ଷିତ ରହିଛି। ଲକ୍ଷ୍ନୌ, କାନପୁର ଏବଂ ଗାଜିଆବାଦ ମେୟର ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ବାରାଣାସୀ, ପ୍ରୟାଗରାଜ, ଆଲିଗଡ଼, ବରେଲି, ମୁରାଦାବାଦ, ଗୋରଖପୁର, ଅଯୋଧ୍ୟା, ମଥୁରା-ବୃନ୍ଦାବନ ମେୟର ସିଟ୍ ଅଣସଂରକ୍ଷିତ ରହିଛି। 

କେଉଁ ବର୍ଗର ପ୍ରାର୍ଥୀଙ୍କ ଲାଗି ସଂରକ୍ଷିତ ରହିଲା କେଉଁ ନଗର ନିଗମ ମେୟର ଆସନ

  • ଆଗ୍ରା ନଗର ନିଗମ: ଅନୁସୂଚିତ ଜାତି ମହିଳା
  • ଝାନ୍ସି ନଗର ନିଗମ: ଅନୁସୂଚିତ ଜାତି 
  • ଶାହଜହାଁପୁର ନଗର ନିଗମ: ପଛୁଆ ବର୍ଗ ମହିଳା
  • ଫିରୋଜବାଦ ନଗର ନିଗମ: ପଛୁଆ ବର୍ଗ ମହିଳା
  • ସହାରନପୁର ନଗର ନିଗମ: ପଛୁଆ ବର୍ଗ 
  • ମେରଠ ନଗର ନିଗମ: ପଛୁଆ ବର୍ଗ 
  • ଲକ୍ଷ୍ନୌ ନଗର ନିଗମ: ମହିଳା
  • କାନପୁର ନଗର ନିଗମ: ମହିଳା
  • ଗାଜିଆବାଦ ନଗର ନିଗମ: ମହିଳା
  • ବାରଣାସୀ ନଗର ନିଗମ: ଅଣ-ସଂରକ୍ଷିତ
  • ପ୍ରୟାଗରାଜ ନଗର ନିଗମ: ଅଣ-ସଂରକ୍ଷିତ
  • ଆଲିଗଡ଼ ନଗର ନିଗମ: ଅଣ-ସଂରକ୍ଷିତ
  • ବରେଲି ନଗର ନିଗମ: ଅଣ-ସଂରକ୍ଷିତ
  • ମୁରାଦାବାଦ ନଗର ନିଗମ: ଅଣ-ସଂରକ୍ଷିତ
  • ଗୋରଖପୁର ନଗର ନିଗମ: ଅଣ-ସଂରକ୍ଷିତ
  • ଅଯୋଧ୍ୟ ନଗର ନିଗମ: ଅଣ-ସଂରକ୍ଷିତ
  • ମଥୁରା-ବୃନ୍ଦାବନ ନଗର ନିଗମ: ଅଣ-ସଂରକ୍ଷିତ