ୟୁପି ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ! ଏହି ଦିନ ହେବ ଶପଥ ଉତ୍ସବ, ଆସିବେ ସ୍ପେସିଆଲ୍ ଗେଷ୍ଟ୍
Advertisement

ୟୁପି ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ! ଏହି ଦିନ ହେବ ଶପଥ ଉତ୍ସବ, ଆସିବେ ସ୍ପେସିଆଲ୍ ଗେଷ୍ଟ୍

ନିର୍ବାଚନ ଫଳାଫଳ ଘୋଷଣାକୁ ସପ୍ତାହେ ବିତିଯାଇଥିଲେ ମଧ୍ୟ ପଞ୍ଜାବକୁ ଛାଡି ଦେଲେ କୌଣସି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇନାହିଁ। ଏହାରି ମଧ୍ୟରେ ଶୁକ୍ରବାର ଉତ୍ତର ପ୍ରଦେଶରୁ ଏକ ବଡ ଖବର ଆସିଛି।

 

ଫାଇଲ ଫଟୋ

ନୂଆଦିଲ୍ଲୀ: ୨୦୨୨ ବିଧାନସଭା ନିର୍ବାଚନରେ ୫ ରାଜ୍ୟରୁ ୪ ରାଜ୍ୟରେ ବିଜେପି ବିପୁଳ ବିଜୟ ହାସଲ କରିଛି। ପଞ୍ଜାବରେ ପ୍ରଥମ ଥର ଆମ ଆଦମୀ ପାର୍ଟୀ କ୍ଷମତାକୁ ଆସିଛି। ଗୋଆ, ମଣିପୁର, ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ ପ୍ରଭୃତି ୪ ରାଜ୍ୟରେ କ୍ରମାଗତ ଭାବେ ଦ୍ୱିତୀୟ ଥର ଲଗି ବିଜେପି ସରକାର ଗଠନ କରିବାକୁ ଯାଉଛି। ହେଲେ ନିର୍ବାଚନ ଫଳାଫଳ ଘୋଷଣାକୁ ସପ୍ତାହେ ବିତିଯାଇଥିଲେ ମଧ୍ୟ ପଞ୍ଜାବକୁ ଛାଡି ଦେଲେ କୌଣସି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇନାହିଁ। ଏହାରି ମଧ୍ୟରେ ଶୁକ୍ରବାର ଉତ୍ତର ପ୍ରଦେଶରୁ ଏକ ବଡ ଖବର ଆସିଛି।

ସରକାରୀ ସୂତ୍ର ଅନୁସାରେ, ମାର୍ଚ୍ଚ ୨୫ ଅପରାହ୍ନ ୪ଟାରେ ଉତ୍ତର ପ୍ରଦେଶର ନବ ନିର୍ବାଚିତ ବିଜେପି (BJP) ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।  ରାଜଧାନୀର ଶହୀଦ୍ ପଥରେ ଅବସ୍ଥିତ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଏହି ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ। ଏହାପୂର୍ବରୁ ମାର୍ଚ୍ଚ ୨୧ରେ ବିଜେପି ବିଧାନସଭା ବୋର୍ଡର ନେତା ନିର୍ବାଚିତ ହେବେ। କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) , ବିଜେପି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହେବେ।

Also Read: କାହିଁକି ବିଳମ୍ବିତ ହେଉଛି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ?

 

ଯୋଗୀ ଆଦିତ୍ୟନାଥ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ। ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତାମାନେ ଯୋଗଦେବେ ବୋଲି ବିଜେପି ସୂତ୍ରରୁ ପ୍ରକାଶ। ଏହା ବ୍ୟତୀତ ଅନ୍ୟ ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳର ବରିଷ୍ଠ ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ ବୋଲି ସୂଚନା ମିଳିଛି। 

ୟୁପି ମଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଯେଉଁଥିରେ ଯୋଗୀ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ। ତେବେ ମୁଖ୍ୟମନ୍ତ୍ରୀଙ୍କ ସହ କେଉଁମାନେ ଆଉ କେଉଁମାନେ ଶପଥ ନେବେ, ମନ୍ତ୍ରଣାଳୟର ଆକାର କଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।