Tripura Assembly Election 2023: ରାଜ୍ୟରେ ହିଂସାମୁକ୍ତ ମତଦାନ ସମ୍ପନ୍ନ, ମତଦାନରେ ସାମିଲ ହେଲା ବ୍ରୁ ଜନଜାତି
Advertisement

Tripura Assembly Election 2023: ରାଜ୍ୟରେ ହିଂସାମୁକ୍ତ ମତଦାନ ସମ୍ପନ୍ନ, ମତଦାନରେ ସାମିଲ ହେଲା ବ୍ରୁ ଜନଜାତି

Tripura Assembly Election 2023 Update: ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ଲାଗି ହୋଇଥିବା ମତଦାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଏନେଇ ତ୍ରିପୁରା ନିର୍ବାଚନ ଆୟୋଗ କହିଛନ୍ତି ଏଥର ରାଜ୍ୟରେ ହିଂସାମୁକ୍ତ ମତଦାନ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ପ୍ରାୟ ୮୬.୧୦% ମତଦାନ ହୋଇଥିବା ଜଣାପଡ଼ିଛି। 

Tripura Assembly Election 2023:  ରାଜ୍ୟରେ ହିଂସାମୁକ୍ତ ମତଦାନ ସମ୍ପନ୍ନ, ମତଦାନରେ ସାମିଲ ହେଲା ବ୍ରୁ ଜନଜାତି

Tripura Assembly Election 2023 Voting: ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ଲାଗି ଶେଷ ହୋଇଛି ଭୋଟଗ୍ରହଣ। ଏହି ନିର୍ବାଚନ ଲାଗି ଫେବୃଆରୀ ୧୬ ତାରିଖ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା ମତଦାନ। ରାଜ୍ୟର ସମସ୍ତ ୬୦ ଆସନ ଲାଗି ଗତକାଲି ହୋଇଥିଲା ଭୋଟିଂ। ରାଜ୍ୟରେ ଏଥର ହିଂସାମୁକ୍ତ ମତଦାନ ହୋଇଥିବା ଜଣାପଡ଼ିଛି।

ତ୍ରିପୁରା ବିଧାନସଭା ନିର୍ବାଚନ ୨୦୨୩ ଲାଗି ହୋଇଥିବା ମତଦାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଏନେଇ ତ୍ରିପୁରା ନିର୍ବାଚନ ଆୟୋଗ କହିଛନ୍ତି ଏଥର ରାଜ୍ୟରେ ହିଂସାମୁକ୍ତ ମତଦାନ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନରେ ପ୍ରାୟ ୮୬.୧୦% ମତଦାନ ହୋଇଥିବା ଜଣାପଡ଼ିଛି। ମତଦାନ ବେଳେ ସେପରି କୌଣସି ବଡ଼ ଧରଣର ହିଂସାକାଣ୍ଡ ହୋଇନାହିଁ। ଦଳୀୟ ପ୍ରାର୍ଥୀ କିମ୍ବା ତାଙ୍କ ନିର୍ବାଚନ ଏଜେଣ୍ଟ ଉପରେ ଆକ୍ରମଣ ହୋଇନାହିଁ କିମ୍ବା ମତଦାତାଙ୍କୁ ଡରାଇବା କିମ୍ବା ଧମକାଇବା ଭଳି ଘଟଣା ଘଟିନାହିଁ। 

ମତଦାନ ବେଳେ ବୋମାମାଡ଼, ପୁନର୍ବାର ମତଦାନ କିମ୍ବା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଭଙ୍ଗାରୁଜା କରାଯାଇନାହିଁ। ମୋଟ ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଶାନ୍ତିପୂର୍ଣ୍ଣ ଉପାୟରେ ମତଦାନ ଅନୁଷ୍ଠିତ  ହୋଇଥିଲା। ରାଜ୍ୟରେ କୌଣସି ସ୍ଥାନରୁ ପୁନର୍ବାର ମତଦାନ କରିବା ପାଇଁ ଦାବି କରାଯାଇନାହିଁ।

ହେଲେ ଭୋଟିଂ ବେଳେ ରାଜ୍ୟର ଯେଉଁ ସ୍ଥାନ ଛୋଟ ମୋଟ ଧରଣର ହିଂସାକାଣ୍ଡ ହୋଇଥିବାର ଖବର ଆସିଛି, ତାହାର ମୁକାବିଲା ସ୍ଥାନୀୟ ଟିମ୍ ସହାୟତାରେ କରାଯାଇଛି। ଅନେକ ବର୍ଷ ପରେ ବ୍ରୁ ଜନଜାତି ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ବ୍ରୁ ଜନଜାତି ମତଦାତାଙ୍କୁ ମତଦାନ ପାଇଁ ସ୍ୱତନ୍ତ୍ର ପ୍ରୟାସ କରାଯାଇଥିଲା। ରାଜ୍ୟର ପ୍ରାୟ ୧୨ ସ୍ଥାନରେ ମୋଟ ୧୪ ହଜାର ୫୫ ଜଣ ଯୋଗ୍ୟ ବ୍ରୁ ମତଦାତା ପଞ୍ଜୀକୃତ ହୋଇଥିଲେ। ରାଜ୍ୟର ଚାରୋଟି ଗଠିତ ହୋଇଥିବା ମତଦାନ କେନ୍ଦ୍ରରେ ବ୍ରୁ ଜନଜାତି ମତଦାତା ମତଦାନ କରିଥିଲେ।

ନିର୍ବାଚନ ଆୟୋଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୦୧୮ ବିଧାନସଭା ନିର୍ବାଚନ ସମୟରେ ​​ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟବହୃତ ହେଉଥିବା ୧.୭୯ କୋଟି ମୂଲ୍ୟର ନଗଦ ଟଙ୍କା, ଡ୍ରଗ୍ସ, ମୂଲ୍ୟବାନ ଧାତୁ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ଏଥର ଏହାର ପରିମାଣରେ ୨୫ ପ୍ରତିଶତ ବୃଦ୍ଧି ହୋଇଛି। ଏଥର ରାଜ୍ୟରୁ ୪୪.୬୭ କୋଟି ମୂଲ୍ୟର ନଗଦ ଟଙ୍କା ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ଏଥର ବିଧାନସଭା ନିର୍ବାଚନରେ ମତଦାନ କରିବାକୁ ନେଇ ମତଦାତାଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଥିଲା। ଲୋକ ସ୍ୱତପ୍ରବୃତ୍ତ ଭାବେ ନିଜ ଆଡୁ ଭୋଟ ଦେବାକୁ ଭୋଟ ଗ୍ରହଣ କେନ୍ଦ୍ରରେ ପହଞ୍ଚିଥିଲେ। ମତଦାତାଙ୍କ ସଂଖ୍ୟା ଏପରି ବଢିଥିଲା ମତଦାନ ସମୟକୁ ବଢାଇବାକୁ ପଡ଼ିଥିଲା। ଗତକାଲି ଦିନ ଚାରିଟା ପରେ ପ୍ରାୟ ୫୦ ହଜାର ଲୋକ ରାଜ୍ୟର ବିଭିନ୍ନ ମତଦାନ କେନ୍ଦ୍ର ଠାରେ ଛିଡ଼ା ହୋଇଥିଲେ। ସେମାନଙ୍କୁ ସ୍ୱତନ୍ତ୍ର ଟୋକେନ୍ ଦେଇ ଭୋଟ୍ ଦେବାକୁ ଅନୁମତି ଦିଆଯାଇଥିଲା। ସନ୍ଧ୍ୟା ପାଞ୍ଚଟା ପରେ ମତଦାନ ସମୟ ଶେଷ ହେବା ସତ୍ତ୍ୱେ ପ୍ରାୟ ୫୦ ହଜାର ମତଦାତା ମତଦାନ କେନ୍ଦ୍ରରେ ଛିଡା ହୋଇଥିଲେ।

ନିକଟରେ ରାଜ୍ୟରେ ଅବସ୍ଥାପିତ ବ୍ରୁ ଶରଣାର୍ଥୀ ପ୍ରଥମ ଥର ପାଇଁ ମତଦାନରେ ଭାଗ ନେଇଥିଲେ। ରାଜ୍ୟରେ ବସବାସ କରୁଥିବା ମୋଟ ୩୭ ହଜାର ୧୩୬ ବ୍ରୁ ଜନସଂଖ୍ୟା ମଧ୍ୟରୁ ପାଖାପାଖି ୧୪ ହଜାର ୫୫ ଜଣ ଯୋଗ୍ୟ ବ୍ରୁ ମତଦାତା ଭୋଟ୍ ଦେବାକୁ ଯୋଗ୍ୟ ହୋଇଥିଲେ ଅଟନ୍ତି। ରାଜ୍ୟର ସମସ୍ତ ୩୩୩୭ ମତଦାନ କେନ୍ଦ୍ରରେ ସକାଳ  ସାତଟାରୁ ମତଦାନ ଆରମ୍ଭ ହୋଇଥିଲା। ହେଲେ କିଛି ଅଘଟଣ କାରଣରୁ ନିର୍ବାଚନ ମଧ୍ୟ ପ୍ରଭାବିତ ହୋଇଥିଲା।