ଛଠ ପୂଜା ପୂର୍ବରୁ ପଞ୍ଚିମବଙ୍ଗରେ ଚାଞ୍ଚଲ୍ୟ! ଟିଏମସି ସାଂସଦଙ୍କ ପରେ ବିଜେପି ବିଧାୟକ ନିଖୋଜ, ଲାଗିଲା ପୋଷ୍ଟର
Advertisement
Article Detail0/zeeodisha/odisha1415196

ଛଠ ପୂଜା ପୂର୍ବରୁ ପଞ୍ଚିମବଙ୍ଗରେ ଚାଞ୍ଚଲ୍ୟ! ଟିଏମସି ସାଂସଦଙ୍କ ପରେ ବିଜେପି ବିଧାୟକ ନିଖୋଜ, ଲାଗିଲା ପୋଷ୍ଟର

Shatrughan Sinha Missing Posters: ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବିହାରୀବାବୁ ଶତ୍ରୁଘ୍ନ ସିହ୍ନା। ତେବେ ୧୦୧୫ରେ ମେନପୁରା ଅଞ୍ଚଳରେ ଶତ୍ରୁଘ୍ନ ସିହ୍ନାଙ୍କ ଠିକ୍ ଏହିଭଳି ପୋଷ୍ଟର ଲାଗିଥିଲା। କେବଳ ଟିଏମସି ସାଂସଦ ନୁହଁ ବିଜେପି ବିଧାୟକ ମଧ୍ୟ ନିଖୋଜ ଥିବା ନେଇ ପୋଷ୍ଟର ଲଗାଯାଇଛି।

ଛଠ ପୂଜା ପୂର୍ବରୁ ପଞ୍ଚିମବଙ୍ଗରେ ଚାଞ୍ଚଲ୍ୟ! ଟିଏମସି ସାଂସଦଙ୍କ ପରେ ବିଜେପି ବିଧାୟକ ନିଖୋଜ, ଲାଗିଲା ପୋଷ୍ଟର

Missing Posters, କୋଲକାତା: ବିହାରର ଗଣପର୍ବ ଛଠ ପୂଜା ପୂର୍ବରୁ ପଞ୍ଚିମବଙ୍ଗରେ ଚାଞ୍ଚଲ୍ୟ ଖେଳିଯାଇଛି। ଟିଏମସି ସାଂସଦ ତଥା ବିହାରୀବାବୁ ଶତ୍ରୁଘ୍ନ ସିହ୍ନାଙ୍କ ପରେ ବିଜେପି ବିଧାୟକ ନିଖୋଜ ହୋଇଯାଇଛନ୍ତି। ଏଭଳି ପୋଷ୍ଟର ଏବେ ପଞ୍ଚିମବଙ୍ଗର ଆସନସୋଲ ଜିଲ୍ଲାର ଗଳିକନ୍ଦିରେ ଲାଗିଛି। ତେବେ ପ୍ରକୃତରେ କୌଣସି ନେତା ନିଖୋଜ ହୋଇନାହାନ୍ତି, ବରଂ ପ୍ରତିବାଦ ସ୍ୱରୂପ ଲୋକମାନେ ନିଖୋଜ ପୋଷ୍ଟ ଲଗାଇଛନ୍ତି। 

ନେତାଙ୍କ ନିଖୋଜ ହେବା ଘଟଣା କୌଣସି ନୂଆ ନୁହଁ, ରାଜନୈତିକ କାରଣରୁ ଅନେକ ସମୟରେ ବିଭିନ୍ନ ରାଜ୍ୟର ବିଧାନସଭା ମଣ୍ଡଳୀରେ ଜନପ୍ରତିନିଧିଙ୍କ ନିଖୋଜ ପୋଷ୍ଟର ଲାଗିଛି। ଗୁରୁଦାସପୁରରେ ବିଜେପି ସାଂସଦ ତଥା ଅଭିନେତା ସନ୍ନି ଦେଓଲଙ୍କ ନିଖୋଜ ପୋଷ୍ଟର ଏକାଧିକ ଥର ଲଗାଯାଇଛି। ବିଶେଷ କରି ନିର୍ବାଚନ ଜିତିଲା ପରେ ଲୋକଙ୍କ ଗହଣରେ ନେତା ପହଞ୍ଚୁ ନଥିବା ଅଭିଯୋଗ କରି ଲୋକେ କିମ୍ବା ବିରୋଧି ଦଳ ଏପରି ପୋଷ୍ଟର ଲଗାଇଥାଏ। ତେବେ ଏହା କୌଣସି ନିର୍ଦ୍ଧିଷ୍ଟ ଦଳରେ ନୁହଁ, ଦେଶର ପ୍ରାୟ ସମସ୍ତ ଦଳରେ ଏଭଳି ପ୍ରତିବାଦ ଦେଖିବାକୁ ମିଳିଛି। ଆଉ ଏବେ ସେହି ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ବିହାରୀବାବୁ ଶତ୍ରୁଘ୍ନ ସିହ୍ନା। 

Also Read: Reservation in govt jobs: ଯୁବପିଢ଼ିଙ୍କ ପାଇଁ ଖୁସି ଖବର, ସଂରକ୍ଷଣରେ ସାମିଲ ହେବ ନୂଆ କୋଟା

ବର୍ତ୍ତମାନ ସାରା ଦେଶରେ ବିଶେଷ କରି ବିହାର ଓ ବିହାରୀ ବହୁଳ ଅଞ୍ଚଳରେ ଛଠ ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ରାତି ପାହିଲେ ଅର୍ଥାତ ୩୦ ଅକ୍ଟୋବରରେ ଛଠ ପୂଜା ପାଳନ କରାଯିବ। ପଞ୍ଚିମବଙ୍ଗର ଆସନସୋଲରେ ବହୁଳ ସଂଖ୍ୟାରେ ବିହାରୀ ବସବାସ କରନ୍ତି। ଆଉ ଅଭିନେତା ଶତ୍ରୁଘ୍ନ ସିହ୍ନା ଏହି ନିର୍ବାଚନ କ୍ଷେତ୍ରୁରୁ ଟିଏମସି ଟିକଟରେ ଲୋକସଭାକୁ ଯାଇଛନ୍ତି। କିନ୍ତୁ ନିର୍ବାଚନ ପରେ ସେ ନିଜ ନିର୍ବାଚନ କ୍ଷେତ୍ରକୁ ଯାଇନଥିବା ଭୋଟରମାନେ ଅଭିଯୋଗ କରିଛନ୍ତି। ଯାହାର ପ୍ରତିବାଦରେ କୁଲଟି ଅଞ୍ଚଳରେ ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ନିଖୋଜ ପୋଷ୍ଟର ଲଗାଯାଇଛି। ତେବେ ୧୦୧୫ରେ ମେନପୁରା ଅଞ୍ଚଳରେ ଶତ୍ରୁଘ୍ନ ସିହ୍ନାଙ୍କ ନିଖୋଜ ପୋଷ୍ଟର ଲାଗିଥିଲା।

କେବଳ ଟିଏମସି ସାଂସଦ ନୁହଁ ବିଜେପି ବିଧାୟକ ମଧ୍ୟ ନିଖୋଜ ଥିବା ନେଇ ପୋଷ୍ଟର ଲଗାଯାଇଛି। ଆସନସୋଲରେ ବିଜେପି ବିଧାୟକ ଅଗ୍ନିମିତ୍ରା ପାଲଙ୍କ ନିଖୋଜ ପୋଷ୍ଟର ଦେଖିବାକୁ ମିଳିଛି। ଗୋପାଳପୁର ଫ୍ଲାୱାର ମିଲ୍ ଅଞ୍ଚଳର ଅନେକ ବିଦ୍ୟୁତ ଖୁଣ୍ଡରେ ବିଧାୟକ ନିଖୋଜ ଥିବା ପୋଷ୍ଟର ଲଗାଯାଇଥିଲା। ଏହି ପୋଷ୍ଟର ଲାଗିବାର ୨୪ ଘଣ୍ଟା ମଧ୍ୟରେ ବିଜେପି ବିଧାୟକ ଅଗ୍ନିମିତ୍ରା ତାଙ୍କ ବିଧାନସଭା ମଣ୍ଡଳୀ ଗସ୍ତ କରିଥିଲେ। ତେବେ ଏହି ପୋଷ୍ଟର ଟିଏମସି ଦ୍ୱାରା ଲଗାଯାଇଥିବା ବିଜେପି ଅଭିଯୋଗ କରିଛି। 

Also Read: ବିଜେପି ସାାମ୍ନାରେ ରହିଛି ପରମ୍ପରା ଭାଙ୍ଗିବାର ଆହ୍ୱାନ, ପୁରୁଣା ରେକର୍ଡ ଭାଙ୍ଗିପାରିବ କି ଦଳ?

ଏହି ପୋଷ୍ଟର ୱାର ମଧ୍ୟରେ ବିଜେପି ଅଭିଯୋଗ କରିଛି ଯେ, ଟିଏମସି ଲୋକଙ୍କ ଧ୍ୟାନ ହଟାଇବା ପାଇଁ ଷଡଯନ୍ତ୍ର ରଚିଛି। ଏଥିପାଇଁ ତାଙ୍କ ଦଳର କର୍ମୀମାନେ ଅଗ୍ନିମିତ୍ରାଙ୍କ ନିଖୋଜ ପୋଷ୍ଟର ଲଗାଇଛନ୍ତି। ସେପଟେ ଅଗ୍ନିମିତ୍ରା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ଭଲ ଭାବେ ଜାଣନ୍ତି। ସେ ସବୁ ପୂଜା ସମୟରେ ଉପସ୍ଥିତ ରୁହନ୍ତି। ଏବେ ଛଠ ପୂଜାରେ ମଧ୍ୟ ସେ ନିଜ ଜନତାଙ୍କର ଗହଣରେ ଉପସ୍ଥିତ ରହିବେ।