'ମୋତେ ତଳେ ପକାଇ ମାରି ଦେବାର ଏହା ହେଉଛି ପ୍ରକୃତ ସମୟ'
Advertisement

'ମୋତେ ତଳେ ପକାଇ ମାରି ଦେବାର ଏହା ହେଉଛି ପ୍ରକୃତ ସମୟ'

ମୋ ବିରୋଧରେ ଆସୁଥିବା ମିଥ୍ୟା ଅଭିଯୋଗକୁ ମୋତେ ଖଣ୍ଡନ କରିବାକୁ ହେବ।

'ମୋତେ ତଳେ ପକାଇ ମାରି ଦେବାର ଏହା ହେଉଛି ପ୍ରକୃତ ସମୟ'

ଡେରାଡୁନ: ବିଧାନସଭା ନିର୍ବାଚନରେ ଦଳୀୟ ପରାଜୟ ପରେ ନିଜ ବିରୋଧରେ ଆସିଥିବା ଅଭିଯୋଗ ଉପରେ ପାଲଟା ଜବାବ ଦେଇଛନ୍ତି ପୂର୍ବତନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ। ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ଦଳୀୟ ପରାଜୟ ପାଇଁ ତାଙ୍କୁ ଦାୟୀ କରାଯିବା ସହ ଦଳୀୟ ନେତାଙ୍କ ପକ୍ଷରୁ ତାଙ୍କୁ କ୍ରମାଗତ ଭାବେ ଚାର୍ଗେଟ କରାଯାଇଛି। 

ନିଜ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଜବାବ ରଖି ହରିଶ ରାୱତ କହିଛନ୍ତି ସେ କଂଗ୍ରେସ କାର୍ଯ୍ୟାଳୟରେ ଉପବାସରେ ବସି ସମଗ୍ର ଘଟଣାର ତଦନ୍ତ ଦାବି କରେ ତାହେଲେ ଅଖିଳ ଭାରତୀୟ କଂଗ୍ରେସ କମିଟିକୁ ଏକ ସ୍ୱାଧୀନ ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ହେବ। ସୋସିଆଲ ମିଡିଆ ମାଧ୍ୟମରେ ସେ କହିଛନ୍ତି ଯେ ମୁଁ ଜାଣେ ଯେ ନିର୍ବାଚନ ପରାଜୟ ପରେ ଦଳକୁ ଗଭୀର ଆଘାତ ଲାଗିଛି।

ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ​​ହାରିଯିବା ପରେ ଦୀର୍ଘ ଦିନ ଧରି ସୋସିଆଲ ମିଡିଆ ଜରିଆରେ ମୋତେ କ୍ରମାଗତ ଭାବେ ଟାର୍ଗେଟ କରାଯାଉଛି। ବିଜେପି ସହ ମିଶି ଆମ ଦଳର କେତେକ ନେତା ମୋତେ କ୍ରମାଗତ ଭାବେ ଟାର୍ଗେଟ କରିବା ସହ  ନିର୍ବାଚନରେ ଦଳୀୟ ପରାଜୟ ପରେ ମୋତେ ଦାୟୀ କରୁଛନ୍ତି। ସେମାନେ ଅନୁଭବ କରୁଛନ୍ତି "ମୋତେ ତଳେ ପକାଇ ମାରି ଦେବାର ଏହା ହେଉଛି ପ୍ରକୃତ ସମୟ।"

ନିର୍ବାଚନରେ ମୋର ହୋଇଥିବା କ୍ଷତିକୁ ଦଳ ସହ ଯୋଡି଼ବାକୁ ଚାହେଁ ନାହିଁ। ହେଲେ ମୋ ବିରୋଧରେ ଆସୁଥିବା ମିଥ୍ୟା ଅଭିଯୋଗକୁ ମୋତେ ଖଣ୍ଡନ କରିବାକୁ ହେବ। ମୋ ବିରୋଧରେ ପ୍ରଚାର ପ୍ରସାର କରୁଥିବା ଲୋକଙ୍କ ପର୍ଦ୍ଦାଫାଶ ମଧ୍ୟ କରାଯିବା ଆବଶ୍ୟକ। ବିଜେପି ସହ ମିଶି ଆମ ଦଳର ଯେଉଁ ନେତା ମୋ ବିରୋଧରେ ବର୍ଷୁଛନ୍ତି ସେମାନଙ୍କ ପର୍ଦ୍ଦାଫାଶ ମୋତେ କରିବାକୁ ହେବ।

Also Read: 'ହୋଲିକା ଦହନ ବେଳେ ମୋତେ ଦହନ କରିଦେଉ କଂଗ୍ରେସ'

ହରିଶ ରାୱତ କହିଛନ୍ତି ଯେ କେଉଁ ଠାରୁ ବିଶ୍ୱବିଦ୍ୟାଳୟର ପ୍ରସଙ୍ଗ ଉଠିଛି। କିଏ ତାଙ୍କୁ ଉଠାଇଲା। ଆପଣ କାହା ସାମ୍ନାରେ ଏହାକୁ ଉଠାଇଲେ? କିଏ ସେହି ବ୍ୟକ୍ତିଙ୍କୁ ଦଳର ଉପସଭାପତି କରିଥିଲେ, ଏହି କାହାଣୀ ବର୍ତ୍ତମାନ ସମଗ୍ର ରାଜ୍ୟବାସୀଙ୍କୁ ସ୍ପଷ୍ଟ ଭାବରେ ଜଣା ପଡିଛି। ବିଶ୍ୱବିଦ୍ୟାଳୟ ବିଷୟରେ କଥାବାର୍ତ୍ତା କରୁଥିବା ବ୍ୟକ୍ତିଙ୍କ ରାଜନୈତିକ ଜୀବନରେ ତାଙ୍କୁ ସଚିବ ଏବଂ ସାଧାରଣ ସଚିବ କରିବାର ନାମ ମଧ୍ୟ ସାମ୍ନାକୁ ଆସିଛି। 

କିଏ ହରିଦ୍ୱାର ଗ୍ରାମାଞ୍ଚଳ ଆସନରେ ସେହି ବ୍ୟକ୍ତିଙ୍କୁ କାହାର ଆଦେଶରେ ଦଳୀୟ ପର୍ଯ୍ୟବେକ୍ଷକ କରି ପଠାଇଥିଲା। ଏହି ତଥ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ହେଲେ ଉଦ୍ଦେଶ୍ୟ ସ୍ପଷ୍ଟ ଥିଲା ଯେ ପୂର୍ବରୁ ଏକ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ଥିବା ହରିଦ୍ୱାର ଗ୍ରାମୀଣ ଆସନର ପ୍ରାର୍ଥୀଙ୍କୁ ପରାସ୍ତ କରିବାକୁ ହେବ। ମୁଁ ନିର୍ବାଚନରେ ପରାସ୍ତ ହେବି ସେ ନେଇ କିଛି ଲୋକ ଏହାର ବ୍ୟବସ୍ଥା କରିଥିଲେ।

ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ରାଜ୍ୟରେ ମୁସଲିମ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବା ନେଇ ଖବର ପ୍ରସାରିତ। ଯଦି କେହି ଏହି ଖବରର ପ୍ରମାଣ ମୋ ପାଖକୁ ଆଣିପାରନ୍ତି ତାହେଲେ ମୁଁ ତାଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ଦେବି। ଏହାପୂର୍ବରୁ ଏହି ପୁରସ୍କାର ୫୦ ହଜାର ଟଙ୍କା ଥିଲା। ଯେଉଁ ସମ୍ବାଦପତ୍ର ଜରିଆରେ ଏହି ଖବର ପ୍ରକାଶ ପାଇଛି ତାହା ମୋତେ ପ୍ରଦାନ କରାଯାଉ। ବର୍ତ୍ତମାନ କିଛି ତଥାକଥିତ କଂଗ୍ରେସ ନେତା ମୋ ବିରୋଧରେ ଚାଲିଥିବା ପ୍ରଚାର ଅଭିଯାନରେ ଯୋଗ ଦେଇଛନ୍ତି। ଯେଉଁ ଦିନ ଏହା ପ୍ରମାଣିତ ହେବ ମୁଁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ବସି ରାଜନୀତିରୁ ଅବସର ଘୋଷଣା କରିବି।