Odisha Election: ଆଜି ଆସିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି
Advertisement
Article Detail0/zeeodisha/odisha2226548

Odisha Election: ଆଜି ଆସିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

ଗତ ୨୬ ତାରିଖରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆଗାମୀ ୩ ତାରିଖରେ ଶେଷ ହେବ। 

Odisha Election: ଆଜି ଆସିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

Odisha Election 2024: ଭୁବନେଶ୍ୱର: ଦେଶରେ ଷଷ୍ଠ ତଥା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଅର୍ଥାତ ଏପ୍ରିଲ ୨୯ ସୋମବାର ଦିନ ବିଜ୍ଞପ୍ତି ଜାରି ହେବ। ଆସନ୍ତା ମଇ ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ଆଜି ବିଜ୍ଞପ୍ତି ଜାରି ହେବା ପରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ। ଏହି ନାମାଙ୍କନ ପ୍ରକ୍ରିୟା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ୭ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ୯ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। ଏହି ୬ଟି ଲୋକସଭା ଆସନ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଲୋକସଭା ଆସନ ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୯୪ ଲକ୍ଷ ୪୧ ହଜାର ୭୧୭ ଜଣ ଭୋଟର ରହିଛନ୍ତି। ଏମାନଙ୍କ ମଧ୍ୟରୁ ୪୮,୨୬,୩୭୫ ଜଣ ପୁରୁଷ ଓ ୪୬୧୪୧୩୪ ଜଣ ମହିଳା ଭୋଟର ରହିଛନ୍ତି। ୧୨୮୮ ଜଣ କିନ୍ନର ଭୋଟର ରହିଛନ୍ତି। ଏଠାରେ କହି ରଖୁ କି ଗତ ୨୬ ତାରିଖରୁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆଗାମୀ ୩ ତାରିଖରେ ଶେଷ ହେବ।