Telangana Election 2023: ଗତ ଥର କେଉଁ ଆସନରେ ହୋଇଥିଲା ସର୍ବାଧିକ ଏବଂ ସର୍ବନିମ୍ନ ଭୋଟିଂ? ଜାଣନ୍ତୁ
Advertisement
Article Detail0/zeeodisha/odisha1983123

Telangana Election 2023: ଗତ ଥର କେଉଁ ଆସନରେ ହୋଇଥିଲା ସର୍ବାଧିକ ଏବଂ ସର୍ବନିମ୍ନ ଭୋଟିଂ? ଜାଣନ୍ତୁ

Telangana Assembly Election 2023 Voting:  ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୩୦ ତାରିଖ ଗୁରୁବାର ହେବାକୁ ଯାଉଛି ମତଦାନ।

Telangana Election 2023: ଗତ ଥର କେଉଁ ଆସନରେ ହୋଇଥିଲା ସର୍ବାଧିକ ଏବଂ ସର୍ବନିମ୍ନ ଭୋଟିଂ? ଜାଣନ୍ତୁ

Telangana Assembly Election 2023: ୨୦୨୩ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୮ ତାରିଖ ମଙ୍ଗଳବାର ଶେଷ ହୋଇଛି ନିର୍ବାଚନ ପ୍ରଚାର। ଏହି ନିର୍ବାଚନ ପାଇଁ ୩୦ ତାରିଖ ଗୁରୁବାର ହେବାକୁ ଯାଉଛି ମତଦାନ। ଗୋଟିଏ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୧୧୯ ବିଧାନସଭା ନିର୍ବାଚନ ପାଇଁ ହେବ ମତଦାନ। ଆସନ୍ତା ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ।

ଗତ ୨୦୧୮ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ରାଜ୍ୟରେ ମୋଟ ୨ କୋଟି ୫୬ ଲକ୍ଷ ୯୪ ହଜାର ୪୪୩ ଜଣ ଭୋଟର ରହିଥିଲେ। ସେମାନଙ୍କ ମଧ୍ୟରୁ ୨ କୋଟି ୪ ଲକ୍ଷ ୭୦ ହଜାର ୭୪୯ ଜଣ ମତଦାତା ସେମାନଙ୍କ ମତାଧିକାର ପ୍ରୟୋଗ କରିଥିଲେ। ସମଗ୍ର ରାଜ୍ୟରେ ମୋଟ ୭୯.୭ ପ୍ରତିଶତ ମତଦାନ ହୋଇଥିଲା। ଏବେ ଆମେ ଆପଣଙ୍କୁ ରାଜ୍ୟର  ସେହି ବିଧାନସଭା ଆସନ ବିଷୟରେ କହିବୁ ଯେଉଁଠାରେ ଗତ ୨୦୧୮ ନିର୍ବାଚନରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ଭୋଟିଂ ହୋଇଥିଲା। ଏହା ସହିତ ରାଜ୍ୟର ସେହି ନିର୍ବାଚମଣ୍ଡଳୀ ବିଷୟରେ କହୁଛୁ ଯେଉଁଠି ସବୁଠାରୁ ଅଧିକ ନୋଟା ଭୋଟ ମିଳିଥିଲା।

୨୦୧୮ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ରାଜ୍ୟରେ କେଉଁ ଆସନରେ ହୋଇଥିଲା ସର୍ବାଧିକ ମତଦାନ?

  • ୨୦୧୮ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ରାଜ୍ୟର ପଲେୟର ଆସନରେ ସର୍ବାଧିକ ପ୍ରତିଶତ ମତଦାନ ହୋଇଥିଲା। ଏହି ନିର୍ବାଚନମଣ୍ଡଳୀରେ ୯୨.୧ ପ୍ରତିଶତ ମତଦାନ ହୋଇଥିଲା। ପଲେୟର ଆସନରେ ମୋଟ ୨ ଲକ୍ଷ ୮ ହଜାର ୬୫୯ ଜଣ ପଞ୍ଜୀକୃତ ମତଦାତା ରହିଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୧ ଲକ୍ଷ ୯୨ ହଜାର ୧୬୪ ଜଣ ମତଦାତା ମତଦାନ କରିଥିଲେ।
  • ସେହିପରି ରାଜ୍ୟର ମଧିରା ବିଧାନସଭା ଆସନରେ ୯୨ ପ୍ରତିଶତ ମତଦାନ ହୋଇଥିଲା। ଏହି ନିର୍ବାଚନମଣ୍ଡଳୀରେ ମୋଟ ୨ ଲକ୍ଷ ୩ ହଜାର ୨୪୦ ଜଣ ପଞ୍ଜୀକୃତ ମତଦାତା ରହିଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୮୬ ହଜାର ୯୪୩ ଜଣ ମତଦାତା ମତଦାନ କରିଥିଲେ।
  • ଅଲୟେର ନିର୍ବାଚନମଣ୍ଡଳୀରେ ୯୧.୫ ପ୍ରତିଶତ ମତଦାନ ହୋଇଥିଲା। ଏହି ନିର୍ବାଚନମଣ୍ଡଳୀରେ ମୋଟ ୨ ଲକ୍ଷ ୯ ହଜାର ୩୪୫ ଜଣ ପଞ୍ଜୀକୃତ ମତଦାତା ରହିଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୯୧ ହଜାର ୪୮୧ ଜଣ ମତଦାତା ମତଦାନ କରିଥିଲେ।

୨୦୧୮ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ରାଜ୍ୟରେ କେଉଁ ଆସନରେ ହୋଇଥିଲା ସର୍ବନିମ୍ନ ମତଦାନ?

  • ୨୦୧୮ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ରାଜ୍ୟର ମଲକପେଟ ବିଧାନସଭା ଆସନରେ ୪୨.୪ ପ୍ରତିଶତ ମତଦାନ ହୋଇଥିଲା। ଏହି ନିର୍ବାଚନମଣ୍ଡଳୀରେ ମୋଟ ପଞ୍ଜୀକୃତ ମତଦାତାଙ୍କ ସଂଖ୍ୟା ହେଉଛି ୨ ଲକ୍ଷ ୯୩ ହଜାର ୪୮୭। ସେମାନଙ୍କ ମଧ୍ୟରୁ ମାତ୍ର ୧ ଲକ୍ଷ ୨୪ ହଜାର ୩୧୫ ଜଣ ମତଦାତା ମତଦାନ କରିଥିଲେ।
  • ରାଜ୍ୟରୟାକୁତପୁରା ବିଧାନସଭା ଆସନରେ ୪୨.୫ ପ୍ରତିଶତ ମତଦାନ ହୋଇଥିଲା। ଏହି ନିର୍ବାଚନମଣ୍ଡଳୀରେ ମୋଟ ପଞ୍ଜୀକୃତ ମତଦାତାଙ୍କ ସଂଖ୍ୟା ହେଉଛି ୩ ଲକ୍ଷ ୩୩ ହଜାର ୫୭୭। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୪୧ ହଜାର ୮୩୯ ଜଣ ମତଦାତା ମତଦାନ କରିଥିଲେ।
  • ନାମପଲ୍ଲୀ ନିର୍ବାଚନମଣ୍ଡଳୀରେ ୪୫.୫ ପ୍ରତିଶତ ମତଦାନ ହୋଇଥିଲା। ଏହି ନିର୍ବାଚନମଣ୍ଡଳୀରେ ମୋଟ ପଞ୍ଜୀକୃତ ମତଦାତାଙ୍କ ସଂଖ୍ୟା ହେଉଛି ୩ ଲକ୍ଷ ୩ ହଜାର ୫୨୧। ହେଲେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୩୭ ହଜାର ୯୭୨ ଜଣ ମତାଦାତା ମତଦାନ କରିଥିଲେ।

୨୦୧୮ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ରାଜ୍ୟରେ କେଉଁ ଆସନରେ ସବୁଠାରୁ ଅଧିକ ନୋଟା ଭୋଟ ମିଳିଥିଲା?

  • ୨୦୧୮ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବର୍ଦ୍ଧନପଟେ ଆସନରେ ୫୮୬୪ ଭୋଟର ନୋଟା ବିକଳ୍ପ ଚୟନ କରିଥିଲେ।
  • ସେହିପରି ଚେଭେଲା ବିଧାନସଭା ଆସନରେ ​​ମୋଟ ୩୬୩୭ ଜଣ ମତଦାତା ନୋଟା ବିକଳ୍ପ ଚୟନ କରିଥିଲେ।
  • ଘନପୁର (ଷ୍ଟେସନ) ବିଧାନସଭା ଆସନରେ ୩୫୪୦ ଜଣ ମତଦାତା ନୋଟା ବିକଳ୍ପ ଚୟନ କରିଥିଲେ।
  • ହୁସନାବାଦ ନିର୍ବାଚନମଣ୍ଡଳୀରେ ୩୫୩୪ ଜଣ ମତଦାତା ନୋଟା ବିକଳ୍ପ ଚୟନ କରିଥିଲେ।
  • ଖମାମ ନିର୍ବାଚନମଣ୍ଡଳୀରେ ପ୍ରାୟ ୩୫୧୩ ଜଣ ମତଦାତା ନୋଟା ବିକଳ୍ପ ଚୟନ କରିଥିଲେ।