୮ଜଣିଆ ଟାସ୍କଫୋର୍ସ ଗଠନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Advertisement
Article Detail0/zeeodisha/odisha2350666

୮ଜଣିଆ ଟାସ୍କଫୋର୍ସ ଗଠନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Task force: ଚଳିତ ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ଓ ବିକାଶ ପରିଷଦ ସ୍ଥାପନ ଲାଗି ଏକ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

୮ଜଣିଆ ଟାସ୍କଫୋର୍ସ ଗଠନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ଟାସ୍କଫୋର୍ସ ଗଠନ କରାଯାଇଛି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଟାସ୍କଫୋର୍ସର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ଏହି ଟାସ୍କଫୋର୍ସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଠନ କରିଛନ୍ତି। ଏହି ଟାସ୍କଫୋର୍ସରେ ମୋଟ ୮ଜଣ ସଦସ୍ୟ ରହିଛନ୍ତି। 

୮ଜଣିଆ ସଦସ୍ୟଙ୍କ ମଧ୍ୟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ୱର ଏମ୍‌ପି ପ୍ରତାପ ଷଡଙ୍ଗୀ, କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ବିଧାୟକ ଫକୀର ମୋହନ ନାୟକ, ବିଧାୟକ ପଦ୍ମ ଚରଣ ହାଇବୁରୁ, ବିଧାୟକ ସନାତନ ମହାକୁଡ଼, ବିଧାୟକ ଅଶୋକ କୁମାର ଦାସ ଅଛନ୍ତି । ଚଳିତ ମାସ ପ୍ରଥମ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ଓ ବିକାଶ ପରିଷଦ ସ୍ଥାପନ ଲାଗି ଏକ ଟାସ୍କଫୋର୍ସ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 

ଅନ୍ୟପଟେ ବିଧାନସଭା ବଜେଟ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହେଲେ ତୃତୀୟ ଦିନ ଗୃହ ଆରମ୍ଭରୁ ହଟ୍ଟଗୋଳ ଦେଖାଯାଇଛି। ପ୍ରଶ୍ନକାଳରେ ହଟ୍ଟଗୋଳ କରି ବିଜେଡି ସଦସ୍ୟ କକ୍ଷତ୍ୟାଗ କରିଛନ୍ତି। ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ମଧ୍ୟ ହୋହାଲ୍ଲା କରିଛନ୍ତି। ଫଳରେ ବାଚସ୍ପତି ଦିନ ୧୧ଟା ୩୦ ଯାଏ ଗୃହ ମୁଲତବୀ ରଖିଛନ୍ତି। ଗୃହ ଆରମ୍ଭରୁ ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଥିବା ପ୍ରସଙ୍ଗ ଉଠାଇଲେ ବିରୋଧୀ।