Budget Session 2024: ବଜେଟ ଅଧିବେଶନ ପୂର୍ବରୁ ସାଂସଦଙ୍କ ଉପରୁ ହଟିଲା ନିଲମ୍ବନ
Advertisement
Article Detail0/zeeodisha/odisha2086813

Budget Session 2024: ବଜେଟ ଅଧିବେଶନ ପୂର୍ବରୁ ସାଂସଦଙ୍କ ଉପରୁ ହଟିଲା ନିଲମ୍ବନ

Lok Sabha Privilege Committee: ବଜେଟ ଅଧିବେଶନ ୨୦୨୪ ପୂର୍ବରୁ ବିରୋଧି ଦଳର ସାଂସଦଙ୍କ ଉପରୁ ହଟିଛି ନିଲମ୍ବନ।

Budget Session 2024: ବଜେଟ ଅଧିବେଶନ ପୂର୍ବରୁ ସାଂସଦଙ୍କ ଉପରୁ ହଟିଲା ନିଲମ୍ବନ

MP Suspension Revoked Before Budget Session 2024: ଜାନୁଆରୀ ୩୧ ତାରିଖ ବୁଧବାର ଠାରୁ ଆରମ୍ଭ ହେଉଛି ଥିବା ସଂସଦର ବଜେଟ୍ ଅଧିବେଶନ। ହେଲେ ଏହା ପୂର୍ବରୁ ଗତ ଶୀତ ଅଧିବେଶନରେ ନିଲମ୍ବିତ ହୋଇଥିବା ବିରୋଧି ଦଳ ସମସ୍ତ ସାଂସଦଙ୍କ ଉପରୁ ନିଲମ୍ବନ ହଟାଯାଇଛି। ଶୀତ ଅଧିବେଶନରେ ଲୋକସଭା ଏବଂ ରାଜ୍ୟସଭାର ମୋଟ ୧୪୧ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ନିଲମ୍ବିତ ହୋଇଥିବା ୧୪୬ ସାଂସଦଙ୍କ ମଧ୍ୟରୁ ୧୩୨ ଜଣ କେବଳ ଶୀତକାଳୀନ ଅଧିବେଶନ ପାଇଁ ନିଲମ୍ବିତ ହୋଇଥିଲେ। ଏହି ନିଲମ୍ବନ ସ୍ୱତପ୍ରବୃତ୍ତ ଭାବେ ସମାପ୍ତ ହୋଇଯାଇଛ। 

ଅନ୍ୟପଟେ ବାକି ୧୪ ଜଣ ସାଂସଦଙ୍କୁ ସେମାନଙ୍କ ନିଷ୍ପତ୍ତି ପର୍ଯ୍ୟନ୍ତ ଅଧିକାର କମିଟି ଦ୍ୱାରା ନିଲମ୍ବିତ କରାଯାଇଥିଲା। ଏହି ୧୪ ସାଂସଦଙ୍କ ମଧ୍ୟରୁ ୩ ଜଣ ଲୋକସଭା ଏବଂ ୧୧ ଜଣ ରାଜ୍ୟସଭା ସାଂସଦ ରହିଥିଲେ। ସେମାନଙ୍କର ମାମଲା ଲୋକସଭା ବିଶେଷାଧିକାର କମିଟି ପାଖକୁ ପଠାଯାଇଥିଲା। କମିଟି ନିଷ୍ପତ୍ତି ପର୍ଯ୍ୟନ୍ତ ଆସିବା ସାଂସଦଙ୍କୁ ନିଲମ୍ବିତ କରିଯାଇଥିଲା। ଲୋକସଭା ବିଶେଷାଧିକାର କମିଟି ଗତ ୧୨ ତାରିଖରେ ଲୋକସଭା ସାଂସଦଙ୍କ ନିଲମ୍ବନ ବାତିଲ କରାଯାଇଥିଲା। ସେହିପରି ୩୦ ତାରିଖରେ ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ରଦ୍ଦ କରାଯାଇଥିଲା।

ଗତ ବର୍ଷ ସଂସଦର ଶୀତକାଳୀନ ଅଧିବେଶନରେ ୧୪୬ ସାଂସଦଙ୍କୁ ଉଭୟ ଗୃହରୁ ନିଲମ୍ବିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩୨ ସାଂସଦ ଅଧିବେଶନ ଶେଷ ପର୍ଯ୍ୟନ୍ତ ନିଲମ୍ବିତ ହୋଇଥିଲେ। ଏହା ସହିତ ଲୋକସଭାର ୩ ଜଣ ସାଂସଦ ଏବଂ ରାଜ୍ୟସଭାର ୧୧ ଜଣ ସାଂସଦଙ୍କୁ ବିଶେଷାଧିକାର କମିଟି ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିଲା। 

ରାଜ୍ୟସଭା ଅଧ୍ୟକ୍ଷ ଗୃହକାର୍ଯ୍ୟ ପ୍ରକ୍ରିୟା ଏବଂ ଆଚରଣ ବିଧି ନିୟମ ୨୦୨ ଏବଂ ୨୬୬ ଅନୁଯାୟୀ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବେ। ସଂସଦର ସୁରକ୍ଷା ଉଲ୍ଲଂଘନ ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତ୍ତି ଦାବି ରେ ଗତ ମାସରେ ସଂସଦର ଶୀତକାଳୀନ ଅଧିବେଶନ ସମୟରେ ସଂସଦର ଉଭୟ ଗୃହରୁ ୧୪୬ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା।

ଶୀତକାଳୀନ ଅଧିବେଶନ ସମୟରେ ନିଲମ୍ବିତ ହୋଇଥିବା ୧୩୨ ଜଣ ସାଂସଦ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବନ କରାଯାଇଥିଲା। ଅଧିବେଶନ ଶେଷ ହେବା ପରେ ସେମାନଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଥିଲା। ବାକି ୧୪ ସାଂସଦଙ୍କ ନିଲମ୍ବନ ହଟାଇବା ସମ୍ପର୍କରେ ନିଷ୍ପତ୍ତି ନେବା ସମ୍ପର୍କିତ ପ୍ରସ୍ତାବ ବିଶେଷାଧିକାର କମିଟି ପାଖକୁ ପଠାଯାଇ ସାରିଛି। ଏହି ୧୪ ଜଣ ସାଂସଦ ରାଜ୍ୟସଭାର ୧୧ ଜଣ ଏବଂ ଲୋକସଭାର ୩ ଜଣ ସାଂସଦ ରହିଥିଲେ।

ଗତ ୧୨ ତାରିଖରେ ଲୋକସଭା ବିଶେଷାଧିକାର କମିଟି ୩ ଲୋକସଭା ସାଂସଦଙ୍କ ନିଲମ୍ବନ ହଟାଇଥିଲ। ଏହା ପରେ ମଙ୍ଗଳବାର ୧୧ ରାଜ୍ୟସଭା ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କରିଥିଲା। ଗୃହମନ୍ତ୍ରୀଙ୍କ ବିବୃତ୍ତି ପାଇଁ ବିରୋଧିଙ୍କ ପକ୍ଷରୁ କରାଯାଉଥିବା ଦାବି ଉପରେ ଲୋକସଭା ବାଚସ୍ପତି ଓମ ବିର୍ଲା କହିଛନ୍ତି ଯେ ଗୃହ ଭିତରେ ସୁରକ୍ଷା ସଚିବଙ୍କ ଅଧିନରେ ରହିଛି। ଏହି ମାମଲାରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିପାରିବେ ନାହିଁ। ଲୋକସଭା ସଚିବଙ୍କ କାର୍ଯ୍ୟରେ ସରକାର ହସ୍ତକ୍ଷେପ କରିପାରିବେ ନାହିଁ। ଆମେ ମଧ୍ୟ ଏହାକୁ ଅନୁମତି ଦେବୁ ନାହିଁ। ବିରୋଧି ଦଳ ଅଭିଯୋଗ କରିଛନ୍ତି ଯେ ସାଂସଦଙ୍କ ନିଲମ୍ବନ ପଛରେ ସରକାରଙ୍କ ଏକ ରାଜନୈତିକ ଉଦ୍ଦେଶ୍ୟ ରହିଛି। ତାହା ହେଉଛି ସରକାର ବିରୋଧିଙ୍କ ସହ କୌଣସି ଆଲୋଚନା ବିନା ପ୍ରମୁଖ ବିଲ୍ ପାସ୍ କରିବାକୁ ଚାହୁଁଛନ୍ତି।