Dussehra Rally Venue: ମାଟିରେ ମିଶିବ ଠାକରେ ପରିବାରର ସମ୍ମାନ! ଏକନାଥ ସିନ୍ଦେଙ୍କୁ ପାୱାର ଦେଲେ ଏହି ପରାମର୍ଶ
Advertisement
Article Detail0/zeeodisha/odisha1334909

Dussehra Rally Venue: ମାଟିରେ ମିଶିବ ଠାକରେ ପରିବାରର ସମ୍ମାନ! ଏକନାଥ ସିନ୍ଦେଙ୍କୁ ପାୱାର ଦେଲେ ଏହି ପରାମର୍ଶ

ଦଶହରା ରାଲିକୁ ନେଇ ଶିବସେନାରେ ଚାଲିଥିବା ବିବାଦର ସମାଧାନ କରିବା ପାଇଁ ଏନସିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସରଦ ପାୱାର ଆଗକୁ ଆସିଛନ୍ତି। ସେ ଶନିବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଜଣେ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ ପରିସ୍ଥିତିରୁ ବିରତ ରହିବା ସହ ସମସ୍ତଙ୍କୁ ଏକାଠି ନେଇ ଚାଲିବା ଉଚିତ। 

Dussehra Rally Venue: ମାଟିରେ ମିଶିବ ଠାକରେ ପରିବାରର ସମ୍ମାନ! ଏକନାଥ ସିନ୍ଦେଙ୍କୁ ପାୱାର ଦେଲେ ଏହି ପରାମର୍ଶ

Shiv Sena Dussehra Rally Venue, ମୁମ୍ବାଇ: ମାଟିରେ ମିଶିବାରୁ ଯାଉଛି ଠାକରେ ପରିବାରର ସମ୍ମାନ! ଶିବସେନାର ଦଶହରା ରାଲିକୁ ନେଇ ଚାଲିଛି ବିବାଦ। ଶିବାଜୀ ପାର୍କ ଗ୍ରାଉଣ୍ଡରେ କିଏ କରିବ ଦଶହରା ରାଲି? ଭାଙ୍ଗି ଯିବ କି ପାଞ୍ଚ ଦଶନ୍ଦିର ପରମ୍ପରା? ଠାକରେ ପରିବାର ବଦଳରେ କିଏ ଉଡାଇବ ଶିବସେନା ଧ୍ୱଜା? ଏଭଳି ଅନେକ ପ୍ରଶ୍ନ ଏବେ ମହାରାଷ୍ଟ୍ର ରାଜନୈତିକ ମାହୋଲରେ ଉଙ୍କି ମାରୁଛି। ଆଉ ଏହି ପରମ୍ପରାକୁ ବଞ୍ଚାଇ ରଖିବାକୁ ଠାକରେ ପରିବାର ସହ ଠିଆ ହୋଇଛନ୍ତି ଏନସିପି ମୁଖିଆ ସରଦ ପାୱାର। 

ଐତିହାସିକ ଦଶହରା ରାଲିକୁ ନେଇ ଶିବସେନାର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗିରହିଛି। ଉଭୟ ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ସ୍ଥାନୀୟ ଶିବାଜୀ ପାର୍କ ଗ୍ରାଉଣ୍ଡରେ ଦଶହରା ରାଲି କରିବାକୁ ଅଡି ବସିଛନ୍ତି। ରାଲି ପାଇଁ ମୁମ୍ବାଇ ମହାନଗର ନିଗମକୁ ପ୍ରଥମେ ଠାକରେ ସମର୍ଥକ ଶିବସେନା ଗୋଷ୍ଠୀ ଆବେଦନ କରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ମହାନଗର ନିଗମ ପକ୍ଷରୁ ଆବେଦନ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ। ଅନ୍ୟ ପଟେ ନିଜକୁ ଅସଲି ଶିବସେନା ଦାବି କରୁଥିବା ସିନ୍ଦେ ଗୋଷ୍ଠୀ ମଧ୍ୟ ସେହି ପାର୍କରେ ରାଲି କରିବାକୁ ଚାହୁଁଛି। ଯାହାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।

Also Read: ନୀତିଶଙ୍କ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନରେ ପାଣି ପକାଇବେ ମମତା! ନେଲେ ଏହି ବଡ ନିଷ୍ପତ୍ତି

ଦଶହରା ରାଲିକୁ ନେଇ ଶିବସେନାରେ ଚାଲିଥିବା ବିବାଦର ସମାଧାନ କରିବା ପାଇଁ ଏନସିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସରଦ ପାୱାର ଆଗକୁ ଆସିଛନ୍ତି। ସେ ଶନିବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଜଣେ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ ପରିସ୍ଥିତିରୁ ବିରତ ରହିବା ସହ ସମସ୍ତଙ୍କୁ ଏକାଠି ନେଇ ଚାଲିବା ଉଚିତ। ତେବେ ସିନ୍ଦେ ଗୋଷ୍ଠୀର ମୁଖପାତ୍ର ନରେଶ ମହାସ୍କେ, ପାୱାରଙ୍କ ପରାମର୍ଶର ଜବାବ ଦେଇଛନ୍ତି। ଦିନେ ଠାକରେ ସମର୍ଥନକ ଗୋଷ୍ଠୀରେ ଥିବା ନରେଶ କହିଛନ୍ତି, 'ଯେତେବେଳେ ଖାଦ୍ୟ ଖାଉଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଉଦ୍ଧବ ସରକାର ଗିରଫ କରିଥିଲା ସେତେବେଳେ ପାୱାର କାହିଁକି ଉଦ୍ଧବ ଠାକରେଙ୍କୁ ପରାମର୍ଶ ଦେଲେ ନାହିଁ? ସିନ୍ଧେଙ୍କୁ ନେଇ ଆଦିତ୍ୟ ଠାକରେ ଆପତ୍ତିଜନକ କମେଣ୍ଟ କଲାବେଳେ ଏନସିପି ମୁଖ୍ୟ କାହିଁକି ଚୁପ ଥିଲେ?'

ସୂଚନା ଯୋଗ୍ୟ, ୧୯୬୬ ମସିହାରେ ବାଲ ଠାକରେ ଶିବସେନା ପ୍ରତିଷ୍ଠା କରିଥିଲେ। ସେବେଠାରୁ ମୁମ୍ବାଇର ଶିବାଜୀ ପାର୍କରେ ଦରଶହରା ରାଲି ଅନୁଷ୍ଠାତ ହେଉଛି। ବାଲା ସାହେବଙ୍କ ପରେ ପ୍ରତିବର୍ଷ ଠାକରେ ପରିବାର ନେତୃତ୍ୱାଧିନ ଶିବସେନା ଏହାକୁ ଆୟୋଜନ କରୁଛନ୍ତି। କିନ୍ତୁ ଚଳିତ ଥର ଶିବସେନା ଦୁଇ ଭାଗରେ ବିଭକ୍ତ ହୋଇଛି। ଉଦ୍ଧବ ଠାକରେ ନିଜକୁ ଅସଲି ଶିବସେନା ବୋଲି କହୁଥିବା ବେଳେ ସିନ୍ଦେ ଗୋଷ୍ଠୀ ନିଜକୁ ଅସଲି ଶିବ ସୈନିକ ବୋଲି ଦାବି କରୁଛନ୍ତି। ଏଭଳି ପରିସ୍ଥିତିରେ ଶିବାଜୀ ପାର୍କରେ କିଏ ରାଲି କରିବ ତାହାକୁ ନେଇ ସସ୍ପେନ୍ସ ଜାରି ରହିଛି।

Also Read: Shinde Against Urmila Matondkar :ଉର୍ମିଳାଙ୍କ ବିରୋଧରେ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ସିନ୍ଦେ,

ସୂଚନାଯୋଗ୍ୟ, ଗତ ଜୁନରେ ଏକନାଥ ସିନ୍ଦେ, ଶିବସେନାରେ ବିଦ୍ରୋହ କରିଥିଲେ। ଏହା ପରେ ଶିବସେନା ଦୁଇ ଭାଗରେ ବିଭକ୍ତ ହେଲା। ସିନ୍ଧେ ସମର୍ଥକ ବିଧାୟକମାନେ ବିଜେପି ସହ ମିଶି ମହାରାଷ୍ଟ୍ରରେ ନୂଆ ସରକାର ଗଠନ କଲେ। ଆଉ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହାବିକାଶ  ଅଘାଡି ସରକାର ଭାଙ୍ଗିଗଲା। ଶିବସେନା, କଂଗ୍ରେସ ଓ ଏନସିପି ମେଣ୍ଟ କରି ମହା ବିକାଶ ଅଘାଡି ସରକାର ତିଆରି କରିଥିଲେ। ବିଜେପି ସମର୍ଥିତ ସରକାରରେ ଏବେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଅଛନ୍ତି।