Dr Damodar Rout: ରୋକଠୋକ କଥା ହିଁ ଦାମଙ୍କୁ ବିବାଦ ମଧ୍ୟକୁ ଟାଣି ଆଣୁଥିଲା
Advertisement

Dr Damodar Rout: ରୋକଠୋକ କଥା ହିଁ ଦାମଙ୍କୁ ବିବାଦ ମଧ୍ୟକୁ ଟାଣି ଆଣୁଥିଲା

ଦାମ ରାଉତଙ୍କ ସହିତ ଓଡ଼ିଶା ରାଜନୀତିର ଗୋଟିଏ ଅଧ୍ୟାୟର ସମାପ୍ତି ଘଟିଛି। କଂଗ୍ରେସ ବିରୋଧୀ ରାଜନୀତିର ମଜବୁତ ସ୍ତମ୍ବ ଦାମ ରାଉତ ବିଜୁ ପଟ୍ଟନାୟକଙ୍କ ସହଯୋଗୀ ହୋଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଆଉ ସେହି କ୍ୟାରିୟରର ଅନ୍ତ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଅମଳରେ ଶେଷ ହୋଇଥିଲା। 

Dr Damodar Rout: ରୋକଠୋକ କଥା ହିଁ ଦାମଙ୍କୁ ବିବାଦ ମଧ୍ୟକୁ ଟାଣି ଆଣୁଥିଲା

Senior Politician Damodar rout: ଆରପାରିରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। ୮୩ ବର୍ଷ ବୟସରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଦେହାନ୍ତ। ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୫ଟା ୨୩ରେ ଦେହାନ୍ତ ସୂଚନା।ଦେହାନ୍ତ ନେଇ ସୂଚନା ଦେଲେ ପୁଅ ସମ୍ବିତ ରାଉତରାୟ। ଓଡ଼ିଶା ଇତିହାସରେ ଜଣେ ମହାଦ୍ରୁମ ଭାବେ ପରିଚିତ ଥିଲେ।

ଦାମ ରାଉତଙ୍କ ସହିତ ଓଡ଼ିଶା ରାଜନୀତିର ଗୋଟିଏ ଅଧ୍ୟାୟର ସମାପ୍ତି ଘଟିଛି। କଂଗ୍ରେସ ବିରୋଧୀ ରାଜନୀତିର ମଜବୁତ ସ୍ତମ୍ବ ଦାମ ରାଉତ ବିଜୁ ପଟ୍ଟନାୟକଙ୍କ ସହଯୋଗୀ ହୋଇ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଆଉ ସେହି କ୍ୟାରିୟରର ଅନ୍ତ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ଅମଳରେ ଶେଷ ହୋଇଥିଲା। 

ଦାମ ରାଉତ କହିଲେ ଏମିତି ଗୋଟିଏ ଚିତ୍ର ମନକୁ ଆସେ ଯିଏ ରୋକଠୋକ କଥା କହିବାରେ ବିଶ୍ୱାସ କରନ୍ତି। ଏମିତି ଗୋଟିଏ ଚରିତ୍ର ଯିଏ ବିନ୍ଦାସ ଓ ବିବାଦୀୟ। ଦାମଙ୍କ କଥା ଯେତେବେଳେ ଉଠିବ ସେତେବେଳେ ବିବାଦର କଥା ମଧ୍ୟ ଆସିବ। କାରଣ ଦାମ ଓ ବିବାଦ ଥିଲେ ମୁଦ୍ରାର ଦୁଇ ପାର୍ଶ୍ୱ। ଦାମ ଖବରକାଗଜର ଯୁଗରେ ନିଜ ବୟାନବାଜୀ ପାଇଁ ପ୍ରସିଦ୍ଧ ଥିଲେ। ଆଉ ସାଟେଲାଇଟ୍ ଯୁଗରେ ସାଉଣ୍ଡ୍ ବାଇଟ୍ ପାଇଁ ପଲିଟିକାଲ ରିପୋର୍ଟରଙ୍କ ଫେଭରେଟ୍ ଥିଲେ। ଖବରକାଗଜ ଯୁଗରୁ ରାଜନୀତିକୁ ଦେଖିଥିବା ଓ ରାଜନୀତିର କେନ୍ଦ୍ରରେ ଥିବା ଦାମ କେବଳ ନିଜ ବିବାଦୀୟ ବୟାନ ପାଇଁ ସୋସିଆଲ ମିଡିଆ ଯୁଗରେ ମଧ୍ୟ ନିଜର ମହତ୍ୱ ହରାଇନଥିଲେ। ଦାମଙ୍କ ଆବର୍ତ୍ତନରେ ଆସନ୍ତୁ ନଜର ପକାଇବା ତାଙ୍କର କିଛି ବିବାଦୀୟ ବୟାନ ଉପରେ ଯାହା ଗୋଟିଏ ସମୟରେ ଓଡ଼ିଶା ରାଜନୀତିକୁ ଦୋହଲାଇ ଦେଇଥିଲା । ବ୍ରାହ୍ମଣ ଭିକ୍ଷା ମାଗନ୍ତି ଠାରୁ ସ୍ୱାମୀ ଛାଡ଼ି ଅଙ୍ଗନୱାଡୀ ,ଏମିତି କାନଶୁଣିନଥିବା ବୟାନ କେବଳ ଦାମବାବୁଙ୍କ ଭଳି ବ୍ୟକ୍ତି ହିଁ ଦେଇ ପାରନ୍ତି। ପୁଣି ସେ ଜଗତସିଂହପୁର ରାଜନୀତିର ଜଣେ ପୋଖତଙ୍କୁ ଘୁକାଳିକା ସହ ତୁଳନା କରିପାରନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏତେ ସତ୍ୱେ ବି ତାଙ୍କ ରାଜନୀତି ଜାରି ରୁହେ।

ଆଦିବାସୀ ଭିକ ମାଗନ୍ତି ନାହିଁ। ବ୍ରାହ୍ମଣ ଭିକ ମାଗନ୍ତି। ଏମିତି ବିବାଦୀୟ ବୟାନ ପାଇଁ ଏକଦା ଦାମ ବାବୁ ନବୀନଙ୍କ ମନ୍ତ୍ରୀ ମଣ୍ଡଳରୁ ବାଦ ପଡିଥିଲେ।  ଦାମ ପ୍ରଥମ କ୍ଷମା ମାଗିବାକୁ ଅମଙ୍ଗ ଥିଲେ କିନ୍ତୁ ବିବାଦ ବଢିବାରୁ ଫେସବୁକରେ କ୍ଷମା ମାଗିଥିଲେ। 

ଦାମବାବୁଙ୍କର ସବୁଠାରୁ କୁଖ୍ୟାତ,ବିବାଦୀୟ ବୟାନ ଭିତରୁ ଗୋଟିଏ ଥିଲା ସ୍ୱାମୀ ଛାଡ଼ି ଅଙ୍ଗନୱାଡ଼ି। ନାରୀ ଶକ୍ତିକୁ ଭୋଟ୍ ବ୍ୟାଙ୍କ କରିଥିବା ବିଜେଡି ପାଇଁ ଏହି ବୟାନ ସହନୀୟ ନଥିଲା। ବିରୋଧୀ ଓ ନିଜ ଦଳର ନେତାଙ୍କ ସମାଲୋଚନର ଶିକାର ହେବା ପରେ ଦାମବାବୁ କ୍ଷମା ମାଗିଥିଲେ।
ଜଗତସିଂହପୁର ରାଜନୀତିର ଆଉ ଜଣେ ଧୁରନ୍ଧର ବିଷ୍ଣୁଦାସଙ୍କ ସହିତ ଦାମଙ୍କ ଅହିନକୁଳ ସମ୍ପର୍କରୁ ଜନ୍ମ ନେଇଥିଲା ଆଉ ଗୋଟିଏ ବିବାଦୀୟ ବୟାନ। ଦାମଙ୍କ ଟିଟୋ ଲିଙ୍କ୍ ଆଡକୁ ଇଂଗିତ କରି ବିଷ୍ଣୁ ଦାସ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖି ସେ କହିଥିଲେ ଘୁକାଳିକା ଗୋଟେ ପକ୍ଷୀ ଆଉ ବିଷ୍ଣୁଦାସ ଗୋଟେ ମଣିଷ ...

ଦାମ ବାବୁ କେବଳ ବର୍ତ୍ତମାନର ରାଜନୀତିକୁ ନେଇ ଟିକ୍କାଟିପ୍ପଣୀ କରି ବିବାଦକୁ ଆସୁନଥିଲେ। ସେ ମଧ୍ୟ ଇତିହାସର ପୋଷ୍ଟମର୍ଟମ କରି ବିବାଦୀୟ ହୋଇଥିଲେ। ଖୋର୍ଦ୍ଧା ମହୋତ୍ସବରେ ସେ ଜୟୀ ରାଜଗୁରୁଙ୍କୁ ସ୍ୱାଧିନତା ସଂଗ୍ରାମୀ ବୋଲି ମାନିବାକୁ ମନା କରିଦେଇଥିଲେ। ସେ କହିଥିଲେ ଯେ, ଇଂରେଜ ମାନେ ଜୟୀ ରାଜଗୁରୁଙ୍କୁ ଖୋର୍ଦ୍ଧାର ଶାସକ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେମାନେ ପ୍ରତିଶ୍ରୁତି ପୁରଣ ନକରିବାରୁ ଜୟୀ ରାଜଗୁରୁ ସେମାନଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ଜୟୀ ରାଜଗୁରୁଙ୍କ ବିଦ୍ରୋହ ଜାତି ପାଇଁ ନଥିଲା ବୋଲି ସେ କହିଥିଲେ। ଏହାକୁ ନେଇ ବିବାଦ ବଢିବାରୁ ସେ ଏହା ମଧ୍ୟ କହିଥିଲେ ଯେ, ଗଜପତି ଇତିହାସ ଜାଣିନାହାନ୍ତି।

Also Read- ଜୟରାମ ପାଙ୍ଗୀଙ୍କୁ ଗିରଫ କରିବାକୁ ଭୟ କରୁଛି କି ପୋଲିସ?

Also Read- Gold Price Hike: ପୁଣି ମହଙ୍ଗା ହେଲା ସୁନା,ରୂପା... ଜାଣନ୍ତୁ କେତେ ବଢିଲା ଦର