Bharat Jodo Yatra: ତେଲେଙ୍ଗାନାରେ ଅଚାନକ୍ 'ଗିଅର' ବଦଳାଇଲେ ରାହୁଲ ଗାନ୍ଧି, ଛାନିଆ ହୋଇଗଲେ ସୁରକ୍ଷାକର୍ମୀ
Advertisement

Bharat Jodo Yatra: ତେଲେଙ୍ଗାନାରେ ଅଚାନକ୍ 'ଗିଅର' ବଦଳାଇଲେ ରାହୁଲ ଗାନ୍ଧି, ଛାନିଆ ହୋଇଗଲେ ସୁରକ୍ଷାକର୍ମୀ

Bharat Jodo Yatra: କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବି.ଭି ଟ୍ୱିଟରରେ ୫୨ ବର୍ଷିୟ ରାହୁଲ ଗାନ୍ଧିଙ୍କ ଦୌଡିବାର ଭିଡିଓ ସେୟାର କରିଛନ୍ତି। ତାଙ୍କର କଣ ମନ ହେଲା ଯେ, ସେ ସେହି ପିଲାଙ୍କ ସହ ରେସ୍ ଲଗାଇଦେଲେ। 

 Bharat Jodo Yatra: ତେଲେଙ୍ଗାନାରେ ଅଚାନକ୍ 'ଗିଅର' ବଦଳାଇଲେ ରାହୁଲ ଗାନ୍ଧି, ଛାନିଆ ହୋଇଗଲେ ସୁରକ୍ଷାକର୍ମୀ

Bharat Jodo Yatra, ହାଇଦ୍ରାବାଦ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ସବୁ କାମ ଛାଡି ଏବେ କେବଳ ଭାରତ ଯୋଡୋ ଯାତ୍ରାରେ ଫକୋସ ରଖିଛନ୍ତି। କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ପଦଯାତ୍ରା ଏବେ ତେଲେଙ୍ଗାନାର ଗୋଲାପଲ୍ଲି ପହଞ୍ଚିଛି। ରବିବାର  ଭାରତ ଯୋଡୋ ଯାତ୍ରା ଗୋଲାପଲ୍ଲିରୁ ଆରମ୍ଭ ହୋଇଥିବା ବେଳେ ସାଦନଗରରେ ରାତ୍ର ରହଣୀ କାର୍ଯ୍ୟକ୍ରମ ରହିଛି। ତେବେ ଏହି ଯାତ୍ରା ମଝିରେ ରାହୁଲ ଗାନ୍ଧି ଏମିତି କିଛି କରିଦେଲେ, ଯାହା ସେଠାରେ ଉପସ୍ଥିତ ଥିବା ଦଳୀୟ ନେତା ଓ ସୁରକ୍ଷାକର୍ମୀଙ୍କୁ ଆଚମ୍ପିତ କରିଦେଇଥିଲା।

କଂଗ୍ରେସର ଭାରତ ଯୋଡୋ ଯାତ୍ରା ସମୟରର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେଥିରେ ରାହୁଲ ଗାନ୍ଧିଙ୍କ ଆଉ ଏକ ଭିଡିଓ ଯୋଡି ହୋଇଛି। ତେଲେଙ୍ଗାନାରେ ଭାରତ ଯୋଡୋ ଯାତ୍ରା ପଞ୍ଚମ ଦିନରେ ପହଞ୍ଚିଛି। ତେବେ ପଞ୍ଚମ ଦିନରେ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଦଯାତ୍ରା ବେଳେ ହଠାତ ଦୌଡିବା ଆରମ୍ଭ କରିଦେଲେ। ରାହୁଲ ଅଚାନକ ଏମିତି ଗିଅର ବଦଳାଇବେ ବୋଲି ସୁରକ୍ଷା କର୍ମୀ ମଧ୍ୟ ଜାଣିନଥିଲେ। ଏପରି କି ରାହୁଲଙ୍କ ଏପରି ବ୍ୟବହାର ଦେଖି ତେଲେଙ୍ଗାନା ପିସିସି ସଭାପତି ଆର.ରେଡ୍ଡୀ ଏବଂ ଅନ୍ୟମାନେ କଂଗ୍ରେସ ନେତାମାନେ ଛାନିଆ ହୋଇଯାଇଥିଲେ। ପରେ ସେମାନେ ମଧ୍ୟ ରାହୁଲ ଗାନ୍ଧିଙ୍କ ପଛରେ ଦୌଡିଥିଲେ।

Also Read: Gujrat Election 2022: ନିର୍ବାଚନ ପୂର୍ବରୁ ଗୁଜରାଟରେ ୟୁନିଫର୍ମ ସିଭିଲ କୋଡ୍!

ପ୍ରକୃତରେ କଂଗ୍ରେସ ନେତା ରାହୁଲ ଗାନ୍ଧି ରବିବାର ଭାରତ ଯୋଡ ଯାତ୍ରା ସମୟରେ କିଛି ସ୍କୁଲ ପିଲାଙ୍କ ସହ ମାର୍ଚ୍ଚ କରୁଥିଲେ। ହେଲେ ତାଙ୍କର କଣ ମନ ହେଲା ଯେ, ସେ ସେହି ପିଲାଙ୍କ ସହ ରେସ୍ ଲଗାଇଦେଲେ। ଏହା ଭାରତ ଯୋଡ ଯାତ୍ରାରେ ସାମିଲ ଥିଲା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ରୋମାଞ୍ଚକର ମୂହୁର୍ତ୍ତ ଥିଲା। ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀନିବାସ ବି.ଭି ଟ୍ୱିଟରରେ ୫୨ ବର୍ଷିୟ ରାହୁଲ ଗାନ୍ଧିଙ୍କ ଦୌଡିବାର ଭିଡିଓ ସେୟାର କରିଛନ୍ତି। ଦକ୍ଷିଣ ଭାରତରେ ପାର୍ଟି ଅଭିଯାନ ସମୟରେ ରାହୁଲ ଗାନ୍ଧି, ସେଠାକାର କ୍ରୀଡା, ବ୍ୟବସାୟ ଏବଂ ମନୋରଞ୍ଜନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସମେତ ବିଭିନ୍ନ ସମ୍ପ୍ରଦାୟର ନେତାଙ୍କୁ ଭେଟିବେ। ସେ ତେଲେଙ୍ଗାନାର ଗୀର୍ଜା, ମସଜିଦ ଏବଂ ମନ୍ଦିର ପରିଦର୍ଶନ କରିବେ ଏବଂ ପ୍ରାର୍ଥନା କରିବେ ବୋଲି ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟମାନେ କହିଛନ୍ତି।

ଅନ୍ୟପଟେ ୱାନାଡ ସାଂସଦ, ବିଜେପି ବିରୋଧରେ ନିଜର ଆଭିମୁଖ୍ୟ ଜାରି କରି କହିଛନ୍ତି, "ଲୋକମାନେ ପରସ୍ପର ସହ ଲଢେଇ କରି ଦେଶକୁ ଦୁର୍ବଳ କରୁଛନ୍ତି। ବିଜେପି ସରକାର ବିମୁଦ୍ରୀକରଣ ଏବଂ ଜିଏସଟି ଭଳି ନୀତି ପ୍ରଣୟନ କରିଛି, ଯାହା ଗରିବ, କୃଷକ, ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଇଛି। ତେଲେଙ୍ଗାନାରେ ଉଭୟ ଶାସକ ଟିଆରଏସ ଏବଂ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ଦିଲ୍ଲୀରେ ବିଜେପି ଯାହା କରୁଛି, ତେଲେଙ୍ଗାନାରେ ଟିଆରଏସ ତାହା କରୁଛି। ମୁଁ ଏଠାରେ ସ୍ପଷ୍ଟ ଭାବରେ କହିବାକୁ ଚାହେଁ ଯେ, ଆମ ପାଇଁ, ବିଜେପି ଏବଂ ଟିଆରଏସ ସମାନ।"

Also Read: Missing Posters: ଟିଏମସି ସାଂସଦଙ୍କ ପରେ ବିଜେପି ବିଧାୟକ ନିଖୋଜ, ଲାଗିଲା ପୋଷ୍ଟର

ସୂଚନାଯୋଗ୍ୟ, ସେପ୍ଟେମର ୭ ତାରିଖରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତ ଯୋଡ ଯାତ୍ରା ଆରମ୍ଭ କରିଛନ୍ତି। କନ୍ୟାକୁମାରୀରେ ଏହି ଅଭିଯାନ ଶୁଭାରମ୍ଭ ହୋଇବେଳେ ଜାମ୍ମୁ କାଶ୍ମୀରରେ ଶେଷ ହେବ। ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଭାରତ ଯୋଡ ଯାତ୍ରା ଶେଷ ହୋଇଛି। ଗତ ସପ୍ତାହରେ ତେଲେଙ୍ଗାନାରେ ଏହି ଯାତ୍ରା ଆରମ୍ଭ ହୋଇଛି। ରବିବାର ଏହା ପଞ୍ଚମ ଦିନରେ ପହଞ୍ଚିଛି।