Rahul Gandhi On Varun Gandhi: କଂଗ୍ରେସରେ ଯୋଗଦେବେ ବରୁଣ ଗାନ୍ଧୀ? ଜାଣନ୍ତୁ ଏହି ପ୍ରଶ୍ନ ଉପରେ କ'ଣ କହିଲେ ରାହୁଲ ଗାନ୍ଧୀ
Advertisement

Rahul Gandhi On Varun Gandhi: କଂଗ୍ରେସରେ ଯୋଗଦେବେ ବରୁଣ ଗାନ୍ଧୀ? ଜାଣନ୍ତୁ ଏହି ପ୍ରଶ୍ନ ଉପରେ କ'ଣ କହିଲେ ରାହୁଲ ଗାନ୍ଧୀ

Rahul Gandhi On Varun Gandhi: ବରୁଣ ଗାନ୍ଧୀ ଭାରତୀୟ ଜନତା ପାର୍ଟିରୁ ସାଂସଦ ଅଛନ୍ତି । ସେପଟେ ରାହୁଲ ଗାନ୍ଧୀ ଆଜି (ଶନିବାର) ଅର୍ଥାତ ଡିସେମ୍ୱର ୩୧ରେ ଏକ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି । ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ଆଗରେ ବରୁଣ ଗାନ୍ଧୀ କଂଗ୍ରେସରେ ଯୋଗଦେବେ କି ନାହିଁ ପ୍ରଶ୍ନ ଉଠିଛି । ଏହା ଉପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା କେରଳର ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀ ନିଜର ଜବାବ ରଖିଛନ୍ତି ।

Rahul Gandhi On Varun Gandhi: କଂଗ୍ରେସରେ ଯୋଗଦେବେ ବରୁଣ ଗାନ୍ଧୀ? ଜାଣନ୍ତୁ ଏହି ପ୍ରଶ୍ନ ଉପରେ କ'ଣ କହିଲେ ରାହୁଲ ଗାନ୍ଧୀ

Rahul Gandhi On Varun Gandhi: ବର୍ତ୍ତମାନ ସମୟରେ କଂଗ୍ରେସ (Congress) ରାହୁଲ ଗାନ୍ଧୀ (Rahul Gandhi) ଙ୍କ ନେତୃତ୍ୱରେ ଭାରତ ଯୋଡ଼ୋ ଯାତ୍ରା (Bharat Jodo Yatra) କରୁଛି । ଏହି ଯାତ୍ରା ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ପହଞ୍ଚିସାରିଛି ଓ ଯାତ୍ରାକୁ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଜାନୁଆରୀ ୩ରୁ ଭାରତ ଯୋଡ଼ୋ ଯାତ୍ରା ଉତ୍ତର ପ୍ରଦେଶ ପ୍ରବେଶ କରିବ । ଏହା ପୂର୍ବରୁ ଗାନ୍ଧୀ ପରିବାର (Gandhi Family) ର ଅନ୍ୟତମ ସଦସ୍ୟ ବରୁଣ ଗାନ୍ଧୀ (Varun Gandhi) ଙ୍କ କଂଗ୍ରେସରେ ସାମିଲ ହେବାର ଚର୍ଚ୍ଚା ଜୋର ଧରିଛି । ଏଠାରେ କହି ରଖୁଛି ଯେ, ବରୁଣ ଗାନ୍ଧୀ ଭାରତୀୟ ଜନତା ପାର୍ଟି (BJP) ରୁ ସାଂସଦ ଅଛନ୍ତି । ସେପଟେ ରାହୁଲ ଗାନ୍ଧୀ ଆଜି (ଶନିବାର) ଅର୍ଥାତ ଡିସେମ୍ୱର ୩୧ରେ ଏକ ସାମ୍ୱାଦିକ ସମ୍ମିଳନୀ କରିଛନ୍ତି । ଏହି ଅବସରରେ ରାହୁଲ ଗାନ୍ଧୀଙ୍କ ଆଗରେ ବରୁଣ ଗାନ୍ଧୀ କଂଗ୍ରେସରେ ଯୋଗଦେବେ କି ନାହିଁ ପ୍ରଶ୍ନ ଉଠିଛି । ଏହା ଉପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା କେରଳର ୱାୟନାଡରୁ ସାଂସଦ ରାହୁଲ ଗାନ୍ଧୀ ନିଜର ଜବାବ ରଖିଛନ୍ତି ।

ରାହୁଲ ଗାନ୍ଧୀ (Rahul Gandhi) ଉତ୍ତର ଦେଇ କହିଛନ୍ତି ଯେ, ଆପଣଙ୍କୁ ମଲ୍ଲିକାର୍ଜୁନ ଖର୍ଗେ (Mallikarjun Kharge) ଙ୍କୁ ଏହି ପ୍ରଶ୍ନ ପଚାରିବା ଉଚିତ୍ । ସମସ୍ତଙ୍କୁ ସ୍ୱାଗତ କରାଯାଉଛି, କିନ୍ତୁ ଯଦି ସେ ବିଜେପି (BJP) ରେ ଅଛନ୍ତି ତେବେ ଅସୁବିଧା ତ ହେବ । ସେପଟେ ବରୁଣ ଗାନ୍ଧୀ (Varun Gandhi) ଙ୍କ ପରେ ଗୁଲାମ ନବୀ ଆଜାଦ (Ghulam Nabi Azad) ଙ୍କ କଂଗ୍ରେସ (Congress) କୁ ଫେରିବା ନେଇ ପ୍ରଶ୍ନ ଉଠିଛି । ଏହା ଉପରେ ରାହୁଲ ଗାନ୍ଧୀ କହିଛନ୍ତି, "ମୁଁ ହିଁ ଦ୍ୱନ୍ଦ୍ୱରେ ପଡ଼ିଛି । କେବେ ବାହାର ତ କେବେ ଭିତରେ । କେବେ ବାହାରେ ତ କେବେ ଭିତରେ ।"

ଅଧିକ ପଢ଼ନ୍ତୁ:-ଋଷଭ ପନ୍ତ ଯଦି ଆଇପିଏଲ୍ ୨୦୨୩ ପର୍ଯ୍ୟନ୍ତ ଫିଟ୍ ନ ହୁଅନ୍ତି ତ ଦିଲ୍ଲୀ କ୍ୟାପିଟାଲ୍ସ କାହାକୁ କରିବେ ଅଧିନାୟକ? ଏହି ଖେଳାଳିଙ୍କୁ ମିଳିବ କମାଣ!

ଅଧିକ ପଢ଼ନ୍ତୁ:-ପ୍ରତିଦିନ ସ୍ନାନ ନ କରିବାର ବି ରହିଛି ଆଶ୍ଚର୍ଯ୍ୟଜନକ ଲାଭ, ଜାଣିଲେ ବନ୍ଦ କରିଦେବେ ପ୍ରତିଦିନ ଗାଧୋଇବା!

ଅଧିକ ପଢ଼ନ୍ତୁ:-୨୦୨୪ରେ କଂଗ୍ରେସରୁ କିଏ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, କମଲ ନାଥ କଲେ ଖୁଲାସା

ସେହିପରି ମଧ୍ୟ ପ୍ରଦେଶରେ କଂଗ୍ରେସ (Congress) ର ସରକାର ଗଢ଼ିବାର ସମ୍ଭାବନା ସମ୍ପର୍କରେ ରାହୁଲ ଗାନ୍ଧୀ (Rahul Gandhi) କହିଛନ୍ତି ଯେ, "ମୁଁ ଆପଣଙ୍କୁ ଗୋଟିଏ କଥା ଲେଖି ଦେଇପାରି କି ମଧ୍ୟ ପ୍ରଦେଶରେ କଂଗ୍ରେସ ଜିତିବ ଓ ସେଠାରେ ବିଜେପି ଦୃଶ୍ୟମାନ ହେବ ନାହିଁ । ମଧ୍ୟ ପ୍ରଦେଶରେ ଝଡ଼ ସୃଷ୍ଟି ହୋଇଛି । ସମସ୍ତ ଜାଣନ୍ତି ଯେ ବିଜେପି ସେଠାରେ ଟଙ୍କା ଦେଇ ସରକାର ଗଠନ କରିଛି । ସମଗ୍ର ରାଜ୍ୟରେ ଅସନ୍ତୋଷ ରହିଛି ।"