Rahul Gandhi America Visit: ଆମେରିକାରେ ରାହୁଲ ଗାନ୍ଧୀଙ୍କ ଟ୍ରକ୍ ଯାତ୍ରା; ଡ୍ରାଇଭରଙ୍କ ମାସିକ ଦରମା ଶୁଣି ହୋଇଗଲେ ଆଶ୍ଚର୍ଯ୍ୟ
Advertisement

Rahul Gandhi America Visit: ଆମେରିକାରେ ରାହୁଲ ଗାନ୍ଧୀଙ୍କ ଟ୍ରକ୍ ଯାତ୍ରା; ଡ୍ରାଇଭରଙ୍କ ମାସିକ ଦରମା ଶୁଣି ହୋଇଗଲେ ଆଶ୍ଚର୍ଯ୍ୟ

Congress Leader Rahul Gandhi: ଚଣ୍ଡିଗଡ଼ ପରେ ଆମେରିକା ଗସ୍ତ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ରକ ଯାତ୍ରା କରିଛନ୍ତି। ଏହି ଅବସରରେ ସେ  ଭାରତୀୟ ବଂଶୋଦ୍ଭବ ଟ୍ରକ ଚାଳକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।

Rahul Gandhi America Visit: ଆମେରିକାରେ ରାହୁଲ ଗାନ୍ଧୀଙ୍କ ଟ୍ରକ୍ ଯାତ୍ରା; ଡ୍ରାଇଭରଙ୍କ ମାସିକ ଦରମା ଶୁଣି ହୋଇଗଲେ ଆଶ୍ଚର୍ଯ୍ୟ

Rahul Gandhi Truck Journey: ଚଣ୍ଡିଗଡ଼ ପରେ ରାହୁଲ ଗାନ୍ଧୀ ତାଙ୍କର ଆମେରିକା ଗସ୍ତ ସମୟରେ ଟ୍ରକ୍ ଯାତ୍ରା କରିଛନ୍ତି। ରାହୁଲ ଗାନ୍ଧୀ ଟ୍ରକ ଯୋଗେ ୱାଶିଂଟନ ଠାରୁ ନ୍ୟୁୟର୍କ ପର୍ଯ୍ୟନ୍ତ ପ୍ରାୟ ୧୯୦ କିଲୋମିଟର ଯାତ୍ରା କରିଥିଲେ। ଯାହାର ଭିଡିଓ ସେ ସେୟାର କରିଛନ୍ତି। ଏହି ସମୟରେ ରାହୁଲ ଭାରତୀୟ ବଂଶୋଦ୍ଭବ ଟ୍ରକ ଡ୍ରାଇଭର ତାଜିନ୍ଦ୍ର ସିଂହଙ୍କୁ ତାଙ୍କ ଆୟ ବିଷୟରେ ପଚାରିଥିଲେ। ଯେତେବେଳେ ଡ୍ରାଇଭର ତାଙ୍କ ଆୟ ବିଷୟରେ କହିଥିଲା, ସେତେବେଳେ ରାହୁଲ ଗାନ୍ଧୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ରାହୁଲ ଗାନ୍ଧୀ ଟ୍ରକ ଡ୍ରାଇଭର ତାଜିନ୍ଦ୍ର ସିଂହଙ୍କ ସହିତ ରାଜନୀତି ଠାରୁ ଆରମ୍ଭ କରି ମୁଦ୍ରାସ୍ଫୀତି ପର୍ଯ୍ୟନ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଦିବଂଗତ ପଞ୍ଜାବୀ ସିଦ୍ଧୁ ମୁସେୱାଲାଙ୍କ ଗୀତ ମଧ୍ୟ ଶୁଣିଥିଲେ। ଟ୍ରକ୍ ଡ୍ରାଇଭର ରାହୁଲ ଗାନ୍ଧୀଙ୍କୁ ପଚାରିଛନ୍ତି ଆପଣ ସିଦ୍ଧୁ ମୁସେୱାଲାଙ୍କ ଗୀତ ଶୁଣିବ? ଯିଏ ଜଣେ କଂଗ୍ରେସ କର୍ମକର୍ତ୍ତା ଥିଲେ। ଯାହାଙ୍କୁ ନ୍ୟାୟ ମିଳି ନଥିଲା। ଏହା ଜବାବରେ ରାହୁଲ ଗାନ୍ଧୀ କହିଥିଲେ ଯେ, ହଁ ମୁ ତାଙ୍କ ଗୀତ ଶୁଣିବି। ମୁଁ ତାଙ୍କୁ ବହୁତ ପସନ୍ଦ କରୁଥିଲି। ଗତ ମେ ୩୦ ତାରିଖରୁ ରାହୁଲ ଗାନ୍ଧୀ ଆମେରିକା ଗସ୍ତରେ ଅଛନ୍ତି।

ରାହୁଲ ଗାନ୍ଧୀ କହିଥିଲେ ଆମେରିକାର ଟ୍ରକ୍ ଅଧିକ ଆରାମଦାୟକ। ୱାଶିଂଟନ୍ ଠାରୁ ନ୍ୟୁୟର୍କ ଯାତ୍ରା କରିବା ସମୟରେ ସେ ଟ୍ରକ୍ ଡ୍ରାଇଭର ପାଖରେ ରହିଥିବା ଆସନରେ ବସିଥିଲେ। ଯାତ୍ରା କରିବା ବେଳେ ରାହୁଲ ଗାନ୍ଧୀ କହିଥିଲେ ଆମେରିକୀୟ ଟ୍ରକ ଭାରତୀୟ ଟ୍ରକ ଅପେକ୍ଷା ଅଧିକ ଆରାମଦାୟକ। ଭାରତୀୟ ଟ୍ରକ ଗାଡ଼ି ଚାଳକଙ୍କ ଆରାମ ପାଇଁ ଚିନ୍ତା କରନ୍ତି ନାହିଁ। ସେହି ଟ୍ରକ୍ ଗାଡ଼ି ଚାଳକଙ୍କ ପାଇଁ ତିଆରି କରାଯାଇ ନାହିଁ। ତାଜିନ୍ଦ୍ର ସିଂହ ରାହୁଲ ଗାନ୍ଧୀଙ୍କୁ କହିଥିଲେ ଯେ ଆମେରିକାରେ ଟ୍ରକ୍ ଚଳାଇବା ଏକ ସମ୍ମାନର କାର୍ଯ୍ୟ।

ଆପଣ କେତେ ରୋଜଗାର କରନ୍ତି?
ଟ୍ରକ୍ ଯାତ୍ରା କରିବା ସମୟରେ ରାହୁଲ ଗାନ୍ଧୀ ତାଜିନ୍ଦ୍ର ସିଂହଙ୍କୁ ତାଙ୍କ ରୋଜଗାର ବିଷୟରେ ପଚାରିଥିଲେ ଏବଂ ଏହାର ଉତ୍ତର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଜିନ୍ଦ୍ର ସିଂହ ରାହୁଲ ଗାନ୍ଧୀଙ୍କୁ କହିଥିଲେ ଯେ ଜଣେ ଡ୍ରାଇଭର ଭାବରେ ଭାରତୀୟ ଟ୍ରକ ଚାଳକଙ୍କ ତୁଳନାରେ ବହୁତ ଅଧିକ ରୋଜଗାର କରନ୍ତି। ତାଜିନ୍ଦ୍ର ସିଂହ କହିଛନ୍ତି  ଯେ ଯଦି ଆପଣ ରେଟ ଅନୁଯାୟୀ ଗାଡି ଚଳାନ୍ତି, ତାହେଲେ ୫ ଲକ୍ଷରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ।

ଅନ୍ୟପକ୍ଷରେ, ଯଦି ଆପଣଙ୍କ ପାଖରେ ଆପଣଙ୍କର ନିଜସ୍ୱ ଟ୍ରକ୍ ରହିଛି, ତାହେଲେ ଆପଣ ଗୋଟିଏ ମାସରେ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ। ଏହି ଉତ୍ତର ଶୁଣିବା ପରେ ରାହୁଲ ଗାନ୍ଧୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ଉପରେ ତାଜିନ୍ଦ୍ର ସିଂହ କହିଛନ୍ତି ଯେ ଆମେରିକାରେ ଟ୍ରକ୍ ଚଳାଇ ଜଣେ ବହୁତ ଭଲ ରୋଜଗାର କରିପାରିବ। ଯେତେବେଳେ ଭାରତୀୟ ଟ୍ରକ୍ ଡ୍ରାଇଭର ନିଜ ପରିବାରକୁ ଠିକ୍ ଭାବରେ ଖାଇବାକୁ ଦେଇପାରୁ ନାହାଁନ୍ତି।

ରାହୁଲ ପଚାରିଲେ ଭାରତୀୟ ଟ୍ରକ ଚାଳକଙ୍କୁ ଆପଣ କେଉଁ ବାର୍ତ୍ତା ଦେବେ?
ରାହୁଲ ଗାନ୍ଧୀ ପଚାରିଥିଲେ ଯେ ଆପଣ ଭାରତୀୟ ଟ୍ରକ ଚାଳକଙ୍କୁ କେଉଁ ବାର୍ତ୍ତା ଦେବେ? ଏହାର ଜବାବରେ ତାଜିନ୍ଦ୍ର ସିଂହ କହିଛନ୍ତି ଯେ ଆପଣ ବହୁତ ପରିଶ୍ରମ କରୁଛନ୍ତି। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ ଭାରତରେ ଟ୍ରକ ଚଲାଇବା ଅନ୍ୟ ଏକ ଜିନିଷ। ସେଠାରେ ଟ୍ରକ ଡ୍ରାଇଭର ପାଖରେ ଟ୍ରକ ନାହିଁ। ଟ୍ରକଟି ଅନ୍ୟ କାହାର ହୋଇଥାଏ।

ଏହା ଉପରେ ତେଜିନ୍ଦର ରାହୁଲଙ୍କୁ କହିଛନ୍ତି ଯେ ଏଠାରେ କାହାରି ପାଖରେ ଟଙ୍କା ନାହିଁ। ଦେୟ ପ୍ରଦାନ କରି ସେମାନେ ଏକ ଟ୍ରକ୍ ନେଇଥାନ୍ତି। ବ୍ୟାଙ୍କ ପାଖରୁ ଋଣ ନେଇଥାନ୍ତି। ଭାରତରେ ଋଣ ପାଇଁ ସମ୍ପତ୍ତି କାଗଜପତ୍ର ଆବଶ୍ୟକ। ଗରିବ ଲୋକଙ୍କ ପାଖର ସମ୍ପତ୍ତି କାଗଜପତ୍ର ନାହିଁ। ସେଥିପାଇଁ ସେମାନେ ଅନ୍ୟ କାହାର ଟ୍ରକ୍ ଚଲାଇଥାନ୍ତି।

ଗତ ମାସରେ ଚଣ୍ଡିଗଡ଼ରେ ଟ୍ରକ୍ ଯାତ୍ରା କରିଥିଲେ ରାହୁଲ ଗାନ୍ଧୀ 
କଂଗ୍ରେସ ନେତା ରାହୁଲ ଗାନ୍ଧୀ ମେ ମାସରେ ଏକ ଟ୍ରକ ଯୋଗେ ଅମ୍ବାଲା ଠାରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ପ୍ରାୟ ୫୦ କିଲୋମିଟର ଯାତ୍ରା କରିଥିଲେ। ସେ କାର୍ ଯୋଗେ ଶିମଲା ଅଭିମୁଖେ ଯାଇଥିଲେ। ଏହି ସମୟରେ ରାହୁଲ ଗା୍ନଧୀ ଟ୍ରକ ଚାଳକଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କ ସମସ୍ୟା ମଧ୍ୟ ଶୁଣିଥିଲେ।