Bharat Jodo Nyaya Yatra: ଅଧାରେ ଯାତ୍ରା ଛାଡ଼ି ଦିଲ୍ଲୀ ଫେରିଲେ ରାହୁଲ ଗାନ୍ଧୀ; ଜାଣନ୍ତୁ କାରଣ
Advertisement

Bharat Jodo Nyaya Yatra: ଅଧାରେ ଯାତ୍ରା ଛାଡ଼ି ଦିଲ୍ଲୀ ଫେରିଲେ ରାହୁଲ ଗାନ୍ଧୀ; ଜାଣନ୍ତୁ କାରଣ

Bharat Jodo Nyay Yatra Congress: ଗୁରୁବାର ନିଜର ଭାରତ ଯୋଡୋ ନ୍ୟାୟ ଯାତ୍ରା ଛାଡି ଦିଲ୍ଲୀ ଫେରିଯାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

Bharat Jodo Nyaya Yatra: ଅଧାରେ ଯାତ୍ରା ଛାଡ଼ି ଦିଲ୍ଲୀ ଫେରିଲେ ରାହୁଲ ଗାନ୍ଧୀ; ଜାଣନ୍ତୁ କାରଣ

Rahul Gandhi Left Bharat Jodo Nyay Yatra in Midway: ଜାନୁଆରୀ ୨୫ ତାରିଖ ଗୁରୁବାର ବିଭିନ୍ନ କାରଣକୁ ନେଇ ସରଗରମ ହୋଇଉଠିଛି ଦେଶର ରାଜନୈତିକ ପାଣିପାଗ। ବିଶେଷ କରି ବିହାର ରାଜନୀତିରେ ଅପ୍ରତ୍ୟାଶିତ ଭାବକେ ଘଟିବାରେ ଲାଗିଛି ବିଭିନ୍ନ ଘଟଣାକ୍ରମ। କୁହାଯାଉଛି ଯେ ଜେଡିୟୁ-ଆରଜେଡି ମଧ୍ୟରେ ଚାଲିଥିବା ବିବାଦ ବର୍ତ୍ତମାନ ଆହୁରି ତେଜିବାରେ ଲାଗିଛି। ଏହି ବିବାଦକୁ ନେଇ ବିହାର ରାଜନୀତି ସରଗରମ ହୋଇଉଠିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ଭାରତ ଯୋଡୋ ନ୍ୟାୟ ଯାତ୍ରା ଛାଡି ଦିଲ୍ଲୀ ଫେରିଛନ୍ତି। ଯଦି କଂଗ୍ରେସ ପକ୍ଷରୁ ଆୟୋଜିତ ହେଉଥିବା ନ୍ୟାୟ ଯାତ୍ରାର କାର୍ଯ୍ୟସୂଚୀ ଉପରେ ନଜର ପକାଯାଏ ତାହେଲେ ଆସନ୍ତା ୨୭-୨୮ ତାରିଖ ଅର୍ଥାତ୍ ଶନିବାର ଏବଂ ରବିବାର ପାଇଁ ଏକ ଛୁଟି ପୂର୍ବରୁ ରଖାଯାଇଥିଲା। ହେଲେ ଗୁରୁବାର ନିଜେ ରାହୁଲ ଗାନ୍ଧୀଙ୍କ ଆକସ୍ମିକ ଭାବେ ଭାରତ  ଯୋଡ଼ ନ୍ୟାୟ ଯାତ୍ରା ଛାଡି଼ବାକୁ ନେଇ ଅନେକ ପ୍ରକାରର ଅନୁମାନ କରାଯାଉଛି। 

କାହିଁକି ଅଧାରୁ ଯାତ୍ରା ଛାଡ଼ି ଦିଲ୍ଲୀ ଫେରିଲେ ରାହୁଲ ଗାନ୍ଧୀ?
ରାଜନୀତିରେ ଅନେକ କଥା ଇସାରା ମାଧ୍ୟମରେ କୁହାଯାଇଥାଏ। ଗୁରୁବାର ସକାଳେ ପ୍ରଥମ ଖବର ଆସିଥିଲା ଯେ ବିହାରରେ ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଂଶଗ୍ରହଣ କରିବେ ନାହିଁ। ଏହା ସହିତ ରାଜଧାନୀ ପାଟନା ଠାରେ ଏଭଳି ଘଟଣାକ୍ରମ ଘଟିଥିଲା ​​ଯାହାକୁ ନେଇ ସରଗରମ ହୋଇ ଉଠିଥିଲା ରାଜ୍ୟର ରାଜନୈତିକ ପାଣିପାଗ। ଦ୍ୱିତୀୟ ଘଟଣାକ୍ରମ ସେତେବେଳେ ଦେଖିବାକୁ ମିଳିଥିଲା ଗୁରୁବାର ଅନୁଷ୍ଠିତ ହୋଇଥିବା ବିହାର କ୍ୟାବିନେଟ ବୈଠକ ମାତ୍ର ୧୫ ମିନିଟ ମଧ୍ୟରେ ଶେଷ ହୋଇଯାଇଥିଲା। ଏହି ଅବଧି ମଧ୍ୟରେ ମୁଖ୍ୟମନ୍ତ୍ର ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନଥିଲା। ଏହାର ଆଉ କିଛି ସମୟ ପରେ ଆଉ ଏକ ବଡ ଖବର ଆସିଲା ଯେ ବିହାର ବିଧାନସଭା ଭଙ୍ଗ କରିବାକୁ ଆଇନଗତ ପରାମର୍ଶ ନେଉଛନ୍ତି ମୁଖ୍ୟମନ୍ତ୍ର ନୀତିଶ କୁମାର।

ସମାଜବାଦୀ ନେତା ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ କରିବାକୁ ଘୋଷଣା କରାଯିବା ମାତ୍ରେ ବିହାର ରାଜନୀତିରେ ଅନେକ ଅପ୍ରତ୍ୟାଶିତ ଘଟଣାକ୍ରମ ଘଟିଯାଇଥିଲା। ଗତକାଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଥିଲେ ଯେ ସେ ନିଜ ପରିବାରକୁ ରାଜନୀତିରେ ଆଗକୁ ନେଇନାହାଁନ୍ତି। ହେଲେ ଆଜିକାଲି ଲୋକେ ନିଜ ପୁଅଙ୍କୁ ନେତା କରୁଛନ୍ତି। ଆରଜେଡ଼ି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତଥା ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦୀର୍ଘ ସମୟ ଧରି  ବିହାର ମୁଖ୍ୟମନ୍ତ୍ରୀ ପଦ ପାଇବାକୁ ଅପେକ୍ଷା କରି ବସି ରହିଛନ୍ତି। ରାଷ୍ଟ୍ରୀୟ ଜନତା ଦଳ ତାଙ୍କୁ ସ୍ପଷ୍ଟ ଭାବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ ଦାବିଦାର ଭାବେ ବିବେଚନା କରୁଛି। ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପରିବାରବାଦ ପ୍ରସଙ୍ଗରେ ଦେଇଥିବୂା ବିବୃତ୍ତିକୁ ନେଇ ବିହାର ରାଜନୀତିରେ ଅନେକ ପ୍ରକାରର ଅନେକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଯେତେବେଳେ କଥା ପରିବାର ଉପରକୁ ଆସିଲା ସେତେବେଳେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ମଧ୍ୟ ଅନେକ ଟ୍ୱିଟ କରି ବିରୋଧିଙ୍କୁ ଟାର୍ଗେଟ କରିଥିଲେ। ଗୁରୁବାର ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗର କୁଚ ବିହାରା ଠାରେ ପହଞ୍ଚୁଛି। ଏହି ସୂଚନା କଂଗ୍ରେସ ଦଳର ଏକ୍ସ ହ୍ୟାଣ୍ଡେଲ ମାଧ୍ୟମରେ ଦିଆଯାଇଥିଲା। ହେଲେ ରାହୁଲ ଗାନ୍ଧୀ ଅଧାରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଛାଡି ଦେଇ ଫେରୁଥିବାର ଖବର ଆସିଲା।

ବର୍ତ୍ତମାନ ବିଜେପି ନେତୃତ୍ୱାଧିନ ଏନଡିଏ ମେଣ୍ଟକୁ ଫେରିବା ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯାହା ନିଷ୍ପତ୍ତି ନିଅନ୍ତି ନାଁ କାହିଁକି, ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ନ୍ୟାୟା ଯାତ୍ରା ଆସନ୍ତା ୨୯ ତାରିଖ ସୋମବାର ବିହାରରେ ପହଞ୍ଚିବ। ପୂର୍ବ ଯୋଜନା ଅନୁଯାୟୀ ରାହୁଲ ଗାନ୍ଧୀ ଜାନୁଆରୀ ୨୯ ତାରିଖରେ ବିହାର ଗସ୍ତ ସମୟରେ ରାଜ୍ୟର କିଶନଗଞ୍ଜ ଜିଲ୍ଲାରେ ଏକ ବୈଠକ କରିବେ। ତାଙ୍କର ଦ୍ୱିତୀୟ ବୈଠକ ୩୦ ତାରିଖ ମଙ୍ଗଳବାର ପୂର୍ଣ୍ଣିଆ ଏବଂ ତୃତୀୟ ୩୧ ତାରିଖ ବୁଧବାର କିଶନଗଞ୍ଜ ଜିଲ୍ଲାରେ ଅନୁଷ୍ଠିତ ହେବ। ଯଦିଓ ପୂର୍ବରୁ ଖବର ଆସିଥିଲା ​​ଯେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭାରତ ଯୋଡ଼  ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ରାଜି ହୋଇଥିଲେ। ହେଲେ ତାଙ୍କ ଦଳ ଜେଡ଼ିୟୁ ପକ୍ଷରୁ ଦଳର ନେତା ନୀତୀଶ କୁମାରଙ୍କ ଅଂଶଗ୍ରହଣ କରିବା ବିଷୟରେ କୌଣସି ନିଶ୍ଚିତତା ମିଳି ନଥିଲା। ଗୁରୁବାର ରାଜନୀତିରେ ଘଟୁଥିବା ନାଟକୀୟ ଘଟଣାକ୍ରମ ମଧ୍ୟରେ ରାହୁଲ ଗାନ୍ଧୀ ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅଧାରୁ ଛାଡି ଦିଲ୍ଲୀ ଫେରିଯିବାର   ନୟା ଯାତ୍ରା ଛାଡି ଦିଲ୍ଲୀ ଫେରିବାର କାରଣ ହୋଇପାରେ ବୋଲି ବିଶ୍ୱାସ କରାଯାଏ। ତେବେ ଏ ସମ୍ପର୍କରେ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖା ଯାଇନାହିଁ।