ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେଲେ ବିଜେପିକୁ ହେବ ଏସବୁ ଲାଭ!
Advertisement
Article Detail0/zeeodisha/odisha1236395

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେଲେ ବିଜେପିକୁ ହେବ ଏସବୁ ଲାଭ!

 Presidential Election 2022: ଭାରତୀୟ ଜନତା ପାର୍ଟି (BJP) ଆଦିବାସୀ ମହିଳା ନେତାଙ୍କ ନାମ ଆଗକୁ କରି  ବଡ଼ ରାଜନୈତିକ ଗୋଟି ଚଳାଇଛି । ମୁର୍ମୁଙ୍କୁ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି କରି ବିଜେପି ଦେଶର ପ୍ରାୟ ୯ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟକୁ ସିଧାସଳଖ ବାର୍ତ୍ତା ଦେବାକୁ ଚାହୁଁଛି ।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେଲେ ବିଜେପିକୁ ହେବ ଏସବୁ ଲାଭ!

ନୂଆଦିଲ୍ଲୀ: Presidential Election 2022: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି (BJP) ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ଏନଡିଏ ପ୍ରାର୍ଥୀ (NDA Presidential Candidate) ଭାବରେ ଚୟନ କରିଛି । ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ଯଦି ନିର୍ବାଚିତ ହୁଅନ୍ତି, ତେବେ ସେ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହେବା ସହ ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ । ଭାରତୀୟ ଜନତା ପାର୍ଟି (BJP) ଆଦିବାସୀ ମହିଳା ନେତାଙ୍କ ନାମ ଆଗକୁ କରି  ବଡ଼ ରାଜନୈତିକ ଗୋଟି ଚଳାଇଛି । ମୁର୍ମୁଙ୍କୁ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି କରି ବିଜେପି ଦେଶର ପ୍ରାୟ ୯ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟକୁ ସିଧାସଳଖ ବାର୍ତ୍ତା ଦେବାକୁ ଚାହୁଁଛି ।

ସାରା ଦେଶରେ ଅନୁସୂଚିତ ଜନଜାତି ବା ଆଦିବାସୀମାନଙ୍କ ପାଇଁ ଲୋକସଭାରେ ୪୭ଟି ଆସନ ଓ ବିଭିନ୍ନ ରାଜ୍ୟର ବିଧାନସଭାରେ ୪୮୭ଟି ଆସନ ସଂରକ୍ଷିତ କରାଯାଇଛି । ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରିବାର ଲାଭ ଭାରତୀୟ ଜନତା ପାର୍ଟିକୁ ୨୦୨୪ ଲୋକସଭା ନିର୍ବାଚନରେ ମିଳିପାରେ । ଏହା ବ୍ୟତୀତ ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ​​ମଧ୍ୟ ଭାରତୀୟ ଜନତା ପାର୍ଟି ଆଦିବାସୀ ସମ୍ପ୍ରଦାୟର ସମର୍ଥନ ପାଇପାରେ ।

ଦ୍ରୌପଦୀ ମୁର୍ମୁ କିଏ?

ମୟୂରଭଞ୍ଜ ଜିଲ୍ଲାର ଗର୍ବ ଦ୍ରୋପଦୀ ମୁର୍ମୁ ରାଇରଙ୍ଗପୁରରେ ୨୦ ଜୁନ ୧୯୫୮ରେ ଜନ୍ମ ଗ୍ରହଣ କରିଥିଲେ । ଏହାପରେ ରମାଦେବୀ ବିଶ୍ଵ ବିଦ୍ୟାଳୟରେ ପାଠ ପଢା ପରେ ରାଜନୀତିରେ ପାଦ ଦେଇଥିଲେ । ପରେ ପରେ ରାଇରଙ୍ଗପୁର ବିଧାୟକ ଭାବେ ୨୦୦୦ ମସିହାଠାରୁ ୨୦୦୯ ମସିହା ପର୍ଯ୍ୟନ୍ତ ନିର୍ବାଚିତ ହୋଇଥିଲେ । ଏଥି ସହିତ ୨୦୧୫ ଠାରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ରାଜ୍ୟରେ ମହାମହିମ ରାଜ୍ୟପାଳ ଭାବରେ କାର୍ଯ୍ୟ ଭାର ସମ୍ଭାଳି ଥିଲେ ।

ଦ୍ରୌପଦୀ ମୁର୍ମୁ ୧୯୭୯ରେ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରିଥିଲେ ଓ ପରେ ଓଡ଼ିଶା ସରକାରଙ୍କ ଜଳସେଚନ ଏବଂ ଶକ୍ତି ବିଭାଗରେ ଜୁନିଅର ଆସିଷ୍ଟାଣ୍ଟ କ୍ଲର୍କ ଭାବେ କାର୍ଯ୍ୟ କରିଥିଲେ । ପରେ ସେ ଜଣେ ଶିକ୍ଷକ ଭାବରେ ନିଜର ପରିଚୟ ମଧ୍ୟ ବନାଇଥିଲେ । ଏହି ସମୟରେ ସେ ରାଇରଙ୍ଗପୁରର ଶ୍ରୀ ଅରବିନ୍ଦୋ ଇଣ୍ଟିଗ୍ରାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ସମ୍ମାନିତ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ।

ଏହା ବି ପଢ଼ନ୍ତୁ:-ଭାଙ୍ଗିବନି ମହା ବିକାଶ ଅଘାଡ଼ି ସରକାର! ବିଦ୍ରୋହୀ ବିଧାୟକଙ୍କୁ ନେଇ ବଡ଼ ଦାବି କଲେ ସିଏମ ଉଦ୍ଧବ ଠାକରେ

ଏହା ବି ପଢ଼ନ୍ତୁ:-ମୁର୍ମୁ ଓ ଯଶୱନ୍ତଙ୍କୁ ଏପର୍ଯ୍ୟନ୍ତ କେଉଁ ଦଳ କାହାକୁ କଲା ସମର୍ଥନ, ଏସବୁ ଦଳ ଏପର୍ଯ୍ୟନ୍ତ ସ୍ପଷ୍ଟ କରନାହାଁନ୍ତି ନିଜ ସ୍ଥିତି

ଏହା ବି ପଢ଼ନ୍ତୁ:-ସଞ୍ଜୟ ରାଉତଙ୍କ ପୁଣି ବଢ଼ିଲା ସମସ୍ୟା, ED ପୁଣି ଜାରି କଲା ସମନ

ଦ୍ରୌପଦୀ ମୁର୍ମୁ ଭାରତ ଜନତା ପାର୍ଟି (BJP) ଓ ବିଜୁ ଜନତା ଦଳ (BJD) ମେଣ୍ଟ ସରକାରରେ ୨୦୦୦–୨୦୦୨ ପର୍ଯ୍ୟନ୍ତ ବାଣିଜ୍ୟ ଏବଂ ପରିବହନ ପାଇଁ ସ୍ୱତନ୍ତ୍ର ପ୍ରଭାର ଓ ୬ ଅଗଷ୍ଟ ୨୦୦୨ରୁ ମେ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ରାଜ୍ୟ ମନ୍ତ୍ରୀ ଥିଲେ । ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ଗୌରବ ଅର୍ଜନ କରିଛନ୍ତି । ସେ କାଉନସିଲର ଭାବରେ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ, ପରେ ରାଇରଙ୍ଗପୁର ଜାତୀୟ ପରାମର୍ଶଦାତା ପରିଷଦର ଉପାଧ୍ୟକ୍ଷ ହୋଇଥିଲେ । ୨୦୧୩ରେ ସେ ଦଳର ଏସଟି ମୋର୍ଚ୍ଚାର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ପଦରେ ପହଞ୍ଚିଥିଲେ ।

ସେ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ଓଡିଶାର ପ୍ରଥମ ମହିଳା ତଥା ଆଦିବାସୀ ନେତା । ନିର୍ବାଚିତ ହେବା ପରେ ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ତଥା ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବେ । ଏହା ବ୍ୟତୀତ ସେ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ ମଧ୍ୟ କରିପାରନ୍ତି ।