ଯଶୱନ୍ତ ସିହ୍ନାଙ୍କୁ ଲାଗିଲା ଆଉ ଏକ ଝଟକା! ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ଏହି ଦଳର ସମର୍ଥନ
Advertisement

ଯଶୱନ୍ତ ସିହ୍ନାଙ୍କୁ ଲାଗିଲା ଆଉ ଏକ ଝଟକା! ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ଏହି ଦଳର ସମର୍ଥନ

Presidential Election 2022:  ଟିଡିପିର ଷ୍ଟ୍ରାଟେଜିକ୍ କମିଟି ସୋମବାର ଅର୍ଥାତ ଜୁଲାଇ ୧୧ରେ ଦେଶର ସର୍ବୋଚ୍ଚ ପଦ ପାଇଁ ଆଦିବାସୀ ମହିଳା ନେତ୍ରୀଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ ଟିଡିପି ମଧ୍ୟ ଭାରତର ରାଷ୍ଟ୍ରପତି ପଦ ପାଇଁ କେ.ଆର ନାରାୟଣନ ଓ ଏପିଜେ ଅବଦୁଲ କଲାମଙ୍କ ପ୍ରାର୍ଥୀପତ୍ରକୁ ସମର୍ଥନ କରିଥିଲେ

ଯଶୱନ୍ତ ସିହ୍ନାଙ୍କୁ ଲାଗିଲା ଆଉ ଏକ ଝଟକା! ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ଏହି ଦଳର ସମର୍ଥନ

ନୂଆଦିଲ୍ଲୀ: Presidential Election 2022: ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ  ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କ ପାଇଁ ସମର୍ଥନ ବଢ଼ି ବଢ଼ି ଚାଲିଛି । ସୋମବାର ଆନ୍ଧ୍ର ପ୍ରଦେଶର ତେଲୁଗୁ ଦେଶମ ପାର୍ଟି (Telugu Desam Party) ରାଷ୍ଟ୍ରପତି ପଦ ପାଇଁ ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । ଟିଡିପି (TDP) କହିଛି ଯେ, ଦଳର ଏହି ନିଷ୍ପତ୍ତି ସାମାଜିକ ନ୍ୟାୟ ପାଇଁ ପ୍ରତିବଦ୍ଧ ଲୋକଙ୍କ ସଙ୍କେତ ଅଟେ ।

ଟିଡିପିର ଷ୍ଟ୍ରାଟେଜିକ୍ କମିଟି ସୋମବାର ଅର୍ଥାତ ଜୁଲାଇ ୧୧ରେ ଦେଶର ସର୍ବୋଚ୍ଚ ପଦ ପାଇଁ ଆଦିବାସୀ ମହିଳା ନେତ୍ରୀଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । ଏହା ପୂର୍ବରୁ ଟିଡିପି ମଧ୍ୟ ଭାରତର ରାଷ୍ଟ୍ରପତି ପଦ ପାଇଁ କେ.ଆର ନାରାୟଣନ ଓ ଏପିଜେ ଅବଦୁଲ କଲାମଙ୍କ ପ୍ରାର୍ଥୀପତ୍ରକୁ ସମର୍ଥନ କରିଥିଲେ ଓ କହିଥିଲେ ଯେ ଏହା ସାମାଜିକ ନ୍ୟାୟ ପ୍ରତି ଦଳର ପ୍ରତିବଦ୍ଧତାର ଏକ ଉଦାହରଣ ଅଟେ ।

ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡୁ (Chandrababu Naidu) ଏହି ଅବସରରେ କହିଛନ୍ତି ଯେ, ଜିଏମସି ବାଲାଯୋଗୀଙ୍କ ଲୋକସଭା ବାଚସ୍ପତି ଓ ପ୍ରତୀଭା ଭାରତୀଙ୍କ ବିଧାନସଭାର ବାଚସ୍ପତି ହେବା ପଛରେ ଟିଡିପିର ହାତ ରହିଛି । କେବଳ ଦଳର ସମର୍ଥନରେ କିଞ୍ଜରପୁର ୟେରାନ ନାଇଡୁ କେନ୍ଦ୍ର ମନ୍ତ୍ରୀ ହୋଇଥିଲେ । ଏହା ବ୍ୟତୀତ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରବିବାର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କୁ ଭେଟି ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ସମର୍ଥନ ଲୋଡିଛନ୍ତି ।

ଦେବଗୌଡାଙ୍କ ସହ ସାକ୍ଷାତ ସମୟରେ ମୁର୍ମୁଙ୍କ ସହ କର୍ଣ୍ଣାଟକର ସିଏମ୍ ବସଭାରାଜ ବୋମ୍ମାଇ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସି.ଟି. ରବି ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଦେବ ଗୌଡାଙ୍କ ପୁଅ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏସଡି କୁମାରସ୍ୱାମୀ ଏବଂ ପୂର୍ବତନ ମନ୍ତ୍ରୀ ଏଚଡି ରେଭାନ୍ନା ମଧ୍ୟ ଉପସ୍ଥିତ ଥିଲେ ।

ଏହା ବି ପଢ଼ନ୍ତୁ:-ରାଜନୈତିକ ଅସ୍ଥିରତା ମଧ୍ୟରେ ସଞ୍ଜୟ ରାଉତ କଲେ ଟ୍ୱିଟ୍, ଶିବସେନା ନେବାକୁ ଯାଉଛି ବଡ଼ ପଦକ୍ଷେପ!

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁ ନା ଯଶୱନ୍ତ ସିହ୍ନା, ରାଷ୍ଟ୍ରପତି ନିର୍ବାଚନରେ ସମର୍ଥନକୁ ନେଇ ଶିବସେନା କଲା ବଡ଼ ଘୋଷଣା

ଏହା ବି ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ଦରମାରେ ହେବ ବଡ଼ ପରିବର୍ତ୍ତନ, ମହଙ୍ଗା ଭତ୍ତା ସହିତ ବଢ଼ିବ ଏହି ୩ଟି ଜିନିଷ!

ଏହାପୂର୍ବରୁ ବେସରକାରୀ ବିମାନରେ ବେଙ୍ଗାଲୁରୁରେ ପହଞ୍ଚିଥିବା ମୁର୍ମୁଙ୍କୁ ବିମାନବନ୍ଦରରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭାରାଜ ବୋମ୍ମାଇ, ବିଜେପି ରାଜ୍ୟ ୟୁନିଟ ସଭାପତି ନଲିନ କୁମାର କଟିଲ ଏବଂ ଅନ୍ୟାନ୍ୟ ଦଳର କାର୍ଯ୍ୟକର୍ତ୍ତାମାନେ ସ୍ୱାଗତ କରିଥିଲେ ।