ସତ ହେଲା ମୋଦୀ ଗଣନା, ହଟିଲା ଶଙ୍ଖ ଫୁଟିଲା ପଦ୍ମ!
Advertisement
Article Detail0/zeeodisha/odisha2279576

ସତ ହେଲା ମୋଦୀ ଗଣନା, ହଟିଲା ଶଙ୍ଖ ଫୁଟିଲା ପଦ୍ମ!

Election Result 2024: ଏବେ ସୁଦ୍ଧା ଆନୁଷ୍ଠାନିକ ଭାବେ ନିର୍ବାଚନ କମିଶନଙ୍କ ଫଳାଫଳ ଘୋଷଣା ବାକି ଥିଲେ ବି ରାଜ୍ୟରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିବାର ଚିତ୍ର କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି।

ସତ ହେଲା ମୋଦୀ ଗଣନା, ହଟିଲା ଶଙ୍ଖ ଫୁଟିଲା ପଦ୍ମ!

Election Result 2024: ଓଡି଼ଶାରେ ଭାଙ୍ଗିଲା ଦୀର୍ଘ ୨୪ ବର୍ଷର ସରକାର। ଅଢେଇ ଦଶନ୍ଧି ଧରି ରାଜ୍ୟରେ ଶାସନରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନିରବଚ୍ଛିନ ବିଜୟଧାରାରେ ଲାଗିଲା ରୋକ । ଯାହା ପୂର୍ବରୁ ଏକାଧିକ ଜାତୀୟ ଗଣମାଧ୍ୟମ ନିଜ ଏକଜିଟ ପୋଲରେ ଦର୍ଶାଇଥିଲେ। ଉତ୍ତର ଭାରତୀୟ ରାଜ୍ୟ ପରି ଓଡି଼ଶାରେ ମଧ୍ୟ ହେବାକୁ ଯାଉଛି ଡବଲ ଇଞ୍ଜିନ ସରକାର । ଏବେ ସୁଦ୍ଧା ଆନୁଷ୍ଠାନିକ ଭାବେ ନିର୍ବାଚନ କମିଶନଙ୍କ ଫଳାଫଳ ଘୋଷଣା ବାକି ଥିଲେ ବି ରାଜ୍ୟରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ସହ ସରକାର ଗଠନ କରିବାର ଚିତ୍ର କ୍ରମଶଃ ସ୍ପଷ୍ଟ ହେବାରେ ଲାଗିଛି।

ଏହା ସହ ରାଜ୍ୟର ୨୧ ଲୋକସଭା ଆସନରେ ମଧ୍ୟ ଭାରତୀୟ ଜନତା ପାର୍ଟି ଶାସକ ଦଳ ବିଜେଡିକୁ ପରାଜିତ କରି ବିଜୟ ହାସଲ କରିବାକୁ ଯାଉଛି । ବିଜେପି ପ୍ରାର୍ଥୀମାନେ ପ୍ରାୟ ୧୮ ରୁ ୨୦ ଆସନରେ ଭଲ ବ୍ୟବଧାନରେ ଆଗରେ ରହିଛନ୍ତି। ଆଉ ଅଳ୍ପ କିଛି ରାଉଣ୍ଡ ଗଣତି ବାକି ଥିବା ବେଳେ ଏହି ଟ୍ରେଣ୍ଡ ବିଜୟ ଧାରାରେ ପରିବର୍ତ୍ତନ ହେବାର ସ୍ପଷ୍ଟ ଆକଳନ କରୁଛି।

ଅନ୍ୟପଟେ ମୁକାବିଲା ଦୃଷ୍ଟିରୁ ସର୍ବାଧିକ ଚର୍ଚ୍ଚାରେ ଥିବା ସମ୍ବଲପୁରରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ବିଜେଡିର ଟାଣୁଆ ନେତା ପ୍ରଣବ ପ୍ରକାଶ ଦାସ ବବି ଭାଇ ମଧ୍ୟ ପରାଜୟର ନିକଟବର୍ତ୍ତୀ ହୋଇଛନ୍ତି। ଲକ୍ଷାଧିକ ଭୋଟ ବ୍ୟବଧାନରେ ଧର୍ମେନ୍ଦ୍ର ବବିଙ୍କ ଠାରୁ ଆଗରେ ରହିଥିବା ବେଳେ ଆଉ କିଛି ପର୍ଯ୍ୟାୟର ଗଣତି ବାକି ଅଛି । ତେଣୁ ଏଠାରେ ମଧ୍ୟ ଧର୍ମେନ୍ଦ୍ରଙ୍କ ବିଜୟରେ କେବଳ ଔପଚାରିକ ମୋହର ଲାଗିବା ବାକି ଅଛି । କେନ୍ଦ୍ରାପଡାର ଚର୍ଚ୍ଚିତ ଆସନ କେନ୍ଦ୍ରାପଡାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଠାରୁ ଆଗରେ ଅଛନ୍ତି । ସେହିପରି ଉତ୍ତର ଓଡିଶାର ବାଲେଶ୍ବରରେ ବିଜେପି ପ୍ରାର୍ଥୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଠାରୁ ବେଶ ଭଲ ବ୍ୟବଧାନରେ ଆଗରେ ରହିଛନ୍ତି। 

ତେବେ ଆନୁଷ୍ଠାନିକ ଘୋଷଣା ବାକି ଥିଲେ ସୁଦ୍ଧା ଗଣତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଜେପି ଶିବିରରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ  ମୋଦି ନିର୍ବାଚନୀ ସଭାରେ ୪ ତାରିଖ ବିଜେଡି ସରକାରର ଏକ୍ସପାଏରୀ ଡେଟ୍ ଓ ୧୦ ତାରିଖରେ ଜଣେ ଓଡିଆ ଓଡିଶାର ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଘୋଷଣା କରିଥିଲେ । ତାହା ଏବେ ସତ ହେବାକୁ ଯାଉଛି। ତେବେ ବର୍ତ୍ତମାନ୍ ଫଳାଫଳ ପରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।

Also Read- Election Results 2024: କଣ୍ଟାବାଞ୍ଜୀରୁ ହାରିଲେ ନବୀନ ବାରଣାସୀରୁ ଜିତିଲେ ମୋଦୀ !