Padmapur Bypoll: ବିଜେପି ନେତାଙ୍କ ବୋହୂ ବିଜେଡି ପ୍ରାର୍ଥୀ, ନାମାଙ୍କନ ଭରିବାକୁ ଯାଇ ବାଟରୁ ଫେରିଲେ ପ୍ରଦୀପ ପୂରହିତ
Advertisement
Article Detail0/zeeodisha/odisha1441030

Padmapur Bypoll: ବିଜେପି ନେତାଙ୍କ ବୋହୂ ବିଜେଡି ପ୍ରାର୍ଥୀ, ନାମାଙ୍କନ ଭରିବାକୁ ଯାଇ ବାଟରୁ ଫେରିଲେ ପ୍ରଦୀପ ପୂରହିତ

Padmapur Bypoll: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ପରେ ପଦ୍ମପୁରରେ ଉପନିର୍ବାଚନ ହେଉଛି। ଏଥିପାଇଁ ୧୭ ତାରିଖ ସୁଦ୍ଧା ନାମାଙ୍କନ ଓ ୧୮ରେ ଯାଞ୍ଚ ହେବ। ୨୧ ତାରିଖ କିମ୍ବା ତା ପୂର୍ବରୁ ପ୍ରାର୍ଥୀ ଚାହିଁଲେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ଡିସେମ୍ବର ୮ରେ ମତଦାନ ହେବାକୁ ଥିବା ବେଳେ ଡିସେମ୍ବର ୮ରେ ଭୋଟ ଗଣତି ହେବ।

Padmapur Bypoll: ବିଜେପି ନେତାଙ୍କ ବୋହୂ ବିଜେଡି ପ୍ରାର୍ଥୀ, ନାମାଙ୍କନ ଭରିବାକୁ ଯାଇ ବାଟରୁ ଫେରିଲେ ପ୍ରଦୀପ ପୂରହିତ

Padmapur Bypoll, ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ପ୍ରାର୍ଥୀ ଚୂଡାନ୍ତ ହୋଇଯାଇଛି। ପୂର୍ବରୁ ବିଜେପି ଓ କଂଗ୍ରେସ ନିଜ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସୋମବାର ବିଜେଡି ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପଦ୍ମପୁରରେ ଧାମନଗରର ରିକ୍ରେଏସନ ହୋଇଛି। ବିଜେଡି ପୁଣି ଥରେ ମହିଳା କାର୍ଡ ଖେଳିଛି। ତେବେ ଏଥର ବିଜେଡି ଡବଲ ଚାନ୍ସ ମାରିବାକୁ ରଣନୀତି ପ୍ରସ୍ତୁତ କରିଛି। 

ସ୍ୱର୍ଗତ ବିଧାୟକ ବିଜୟ ବରିହାଙ୍କ ଝିଅ ବର୍ଷାରାଣୀ ସିଂହ ବରିହା ବିଜେଡ଼ି ଟିକଟ ଦେଇଛି। ରୋଚକ କଥା ହେଲା, ବର୍ଷାରାଣୀ ବିଜୟ ବରିହାଙ୍କ ଝିଅ ହେବା ସହ ବରିଷ୍ଠ ବିଜେପି ନେତା ରମାରଂଜନ ବଳିୟାରସିଂଙ୍କ ବୋହୂ। ସେ ରମାରଂଜନଙ୍କ ପୁଅ ସ୍ମୃତି ସୌରଭ ବଳିଆର ସିଂହଙ୍କୁ ବିବାହ କରିଛନ୍ତି। ପଦ୍ମପୁରରେ ମଧ୍ୟ ବିଜେଡି ତାର ପାରମ୍ପାରିକ ଚାଲ ଚଳାଇଛି। ମହିଳାଙ୍କୁ ଟିକଟ ଦେଇ ମହିଳା କାର୍ଡ ଖେଳିଥିବା ବେଳେ ସ୍ୱର୍ଗତ ବିଜୟ ବରିହାଙ୍କ ଝିଅ ଭାବେ ଅନୁକମ୍ପା ଭୋଟ ହାତେଇବାକୁ ଯୋଜନା କରିଛି। ଏହା ବ୍ୟତୀତ ବର୍ଷା ବିଜେପି ନେତାଙ୍କ ବୋହୂ ହୋଇଥିବାରୁ ବିଜେପିର ମଧ୍ୟ କିଛି ଭୋଟ ତାଙ୍କ ଆଡକୁ ଆସିପାରେ ବୋଲି କୁହାଯାଉଛି। ବର୍ଷା ଜଣେ ଉଚ୍ଚଶିକ୍ଷିତା। 

Also Read: Padmapur Bypoll: କମିଲା ପଦ୍ମପୁର ଉପନିର୍ବାଚନ ମତଦାନ ସମୟ

ପଦ୍ମପୁରରେ ମଧ୍ୟ ଅନୁକମ୍ପା ବନାମ ଅଭିଜ୍ଞତାର ଲଢେଇ ହେବ। ବିଜେପି ପ୍ରଦୀପ ପୂରହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ସତ୍ୟ ଭୂଷଣ ସାହୁଙ୍କୁ ଟିକଟ ଦେଇଛି। ୨୦୧୪ରେ ପ୍ରଦୀପ ପୂରହିତ, ପଦ୍ମପୁରର ବିଧାୟକ ଥିଲେ। ସେ ବିଜେପିର ଜଣେ ବରିଷ୍ଠ ନେତା। ସତ୍ୟ ଭୂଷଣଙ୍କର ମଧ୍ୟ ରାଜନୀତିର ଅଭିଜ୍ଞତା ରହିଛି। ବର୍ଷାରାଣୀ ସିଂହ ବରିହାଙ୍କ କହିବା ଅନୁସାରେ ସେ ତାଙ୍କ ବାପାଙ୍କ ଠାରୁ ରାଜନୀତି ବିଷୟରେ ଶିଖିଛନ୍ତି। କିନ୍ତୁ ସେ ପୂର୍ବରୁ କୌଣସି ନିର୍ବାଚନ ଲଢିନଥିବାରୁ ତାଙ୍କୁ ନବାଗତ ବୋଲି ହିଁ କୁହାଯିବ। ପୂର୍ବରୁ ସ୍ୱର୍ଗତ ବିଧାୟକ ବିଜୟ ବରିହାଙ୍କ ପତ୍ନୀ ତିଳୋତମାଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି କୁହାଯାଉଥିଲା। କିନ୍ତୁ ଅନେକ ଦିଗକୁ ବିଚାର କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୟଙ୍କ ଝିଅ ବର୍ଷାଙ୍କ ନାମରେ ମୋହର ମାରିଛନ୍ତି।

ସେପଟେ, ବିଜେପି ପ୍ରାର୍ଥୀ ପ୍ରଦୀପ ପୂରହିତ ମାଇଣ୍ଡ ଗେମ୍ ଖେଳିଛନ୍ତି। ନାମାଙ୍କନ ଭରିବାକୁ ଯାଇ ସେ ବାଟରୁ ଫେରିଛନ୍ତି। ଚାଷୀଙ୍କ ସମସ୍ୟା ସରକାର ବୁଝିନଥିବାରୁ ସେ ନାମାଙ୍କନ ଭରିନଥିବା କହିଛନ୍ତି। ବିଶାଳ ରାଲି କରି ସୋମବାର ସକାଳେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ ଦ୍ୱାରକୁ ଯାଇ ପ୍ରଦୀପ ପୂରୋହିତ ଫେରି ଆସିଛନ୍ତି। ବିଭିନ୍ନ ସମସ୍ୟା ନେଇ ବରଗଡ କୃଷକମାନେ ଧାରଣାରେ ବସିଛନ୍ତି। ତେଣୁ ସେମାନଙ୍କୁ ସମର୍ଥନ ଜଣାଇ ପ୍ରଦୀପ ନାମାଙ୍କନ ଭରିନଥିବା କୁହାଯାଉଛି। ପ୍ରଦୀପଙ୍କ ନାମାଙ୍କନ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶେଶ୍ୱର ଟୁଡୁ ସାମିଲ ହେବାର କାର୍ଯ୍ୟକ୍ରମ ଥିଲା। ଆସନ୍ତା ୧୬ ତାରିଖରେ ବର୍ଷା ନାମାଙ୍କନ ଭରିବାକୁ ଥିବା ବେଳେ ପ୍ରଦୀପ ପୁଣି ମଙ୍ଗଳବାର ନିଜର ନାମାଙ୍କନ ପତ୍ର ଦାଖଲ କରିବାର ସମ୍ଭାବନା ଅଛି।