Odisha Politics: ଓଡ଼ିଶାରେ ଫଳାଇବା ଯୋଜନା କରି ରାଜ୍ୟସଭାରେ ଉଜୁଡି ଗଲା
Advertisement
Article Detail0/zeeodisha/odisha1297438

Odisha Politics: ଓଡ଼ିଶାରେ ଫଳାଇବା ଯୋଜନା କରି ରାଜ୍ୟସଭାରେ ଉଜୁଡି ଗଲା

Odisha Politics: ଓଡ଼ିଶାରେ ଆଛେଦିନ କହି ସରକାର ଗଢିବା ଯୋଜନା କରିବାକୁ ଯାଉ ଯାଉ, ବିହାରରେ ବିଜେପିର ସରକାର ଚାଲିଗଲା । ଅନ୍ୟ ପକ୍ଷରେ ବିଜେପିର  ରାଜ୍ୟସଭାରେ ସଂଖ୍ୟା ମଧ୍ୟ କମିଗଲା କାରଣ ଜେଡିୟୁ ଏନ୍ଡ଼ିଏ ସହ ମେଣ୍ଟରୁ ବାହାରିଗଲା । 

ସାଙ୍କେତିକ ଫଟୋ

Odisha BJP New In Charge: ଗୃହ ମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହା (Amit Shah) ଓଡିଶା ଗସ୍ତରେ ଆସି ଫେରିବାର ଦୁଇ ଦିନ ନ ପୁରୁଣୁ ବିଜେପିର (BJP) ସମର ସଜ୍ଜା ଆରମ୍ଭ ହୋଇଛି । ଏହି କ୍ରମରେ ସୁନୀଲ ବଂସଲଙ୍କୁ (Sunil Bansal) ଓଡିଶାର ବିଜେପି ପ୍ରଭାରୀ (BJP New In Charge) ଦାଇତ୍ୱ ମିଳିଛି । ବିଜେପି କେନ୍ଦ୍ରୀୟ ନେତୃତ୍ୱ ଡି ପୁରନ୍ଦେଶ୍ୱରୀଙ୍କ ବଦଳରେ ସୁନୀଲଙ୍କୁ ଏହି ନୂଆ ଦାଇତ୍ୱ ଦେଇଛି । ଓଡିଶା ଗସ୍ତ ସମୟରେ ଅମିତ ଶାହା ୨୦୨୪ ରେ ଓଡ଼ିଶାରେ ଶାସନକୁ ଆସିବା କଥା ମଧ୍ୟ କହିଥିଲେ । ଏଭଳି ସ୍ଥିତିରେ ପ୍ରଥମ ପଦକ୍ଷେପ ସ୍ୱରୂପ ପ୍ରଭାରୀଙ୍କୁ ପରିବର୍ତ୍ତନ କରାଯାଇ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ସୁନୀଲ ବଂଶଲ ଉତ୍ତରପ୍ରଦେଶର ସଂଗଠନ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ରାଷ୍ଟ୍ରୀୟ ମହାମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି ।

ଏଥିସହ ତାଙ୍କୁ ଓଡ଼ିଶା ବ୍ୟତୀତ ଅନ୍ୟ ୨ ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି । ସୁନୀଲଙ୍କୁ ଓଡ଼ିଶା ସହ ପଶ୍ଚିମବଙ୍ଗ, ତେଲେଙ୍ଗାନା ଦାୟିତ୍ୱ ମିଳିଛି । ଦଳ ତାଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ଏହି ଦାୟିତ୍ୱ ଦେଇଥିବା କୁହାଯାଉଛି । ବଂଶଲ ୨୦୧୪ ଲୋକସଭା ନିର୍ବାଚନରେ ୟୁପିର କୋ-ଇନ୍‌ଚାର୍ଜ ରହିଥିଲେ । ଏହି ସମୟରେ ବିଜେପି ଏଠାରେ ୮୦ଟି ସିଟ୍ ମଧ୍ୟରୁ ୭୩ଟି ସିଟ୍ ଜିତି ରେକର୍ଡ ସୃଷ୍ଟି କରିଥିଲା । ଯାହା ପରେ ତାଙ୍କୁ ୟୁପି ବିଜେପିର ଗୁରୁଦାୟିତ୍ୱ ଦିଆଯାଇଥିଲା । ଉତ୍ତର ପ୍ରଦେଶ ସାଂଗଠନିକ ମହାମନ୍ତ୍ରୀ ଭାବେ ସୁନୀଲ ୨୦୧୪ ସାଧାରଣ ନିର୍ବାଚନ ପରେ ୨୦୧୭ ବିଧାନସଭା ନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ଓ ୨୦୨୨ ବିଧାନସଭା ନିର୍ବାଚନରେ ଦଳର ବିପୁଳ ସଫଳତାର ବଡ ଭୂମିକା ତୁଲାଇଥିଲେ । ଏବେ ତାଙ୍କୁ ଦଳ ଉତ୍ତରପ୍ରଦେଶରୁ ଜାତୀୟ ରାଜନୀତିର ଗୁରୁ ଦାଇତ୍ୱ ସମ୍ଭାଳିବାକୁ ସୁଯୋଗ ଦେଇଛି ।

ବିଜେପିର ଫୋକସରେ ଥିବା ପୂର୍ବ ଭାରତର ଓଡିଶା, ପଶ୍ଚିମବଙ୍ଗ ଓ ଦକ୍ଷିଣ ଭାରତର ତେଲଙ୍ଗାନାରେ ବିଜେପି ସଂଗଠନକୁ କିଭଳି ଶକ୍ତ କରିହେବ ସେ ନେଇ ଯୋଜନା କରିଛି। ୨୦୧୯ ନିର୍ବାଚନରେ ଓଡ଼ିଶାରେ ସତ ଚେଷ୍ଟା ସତ୍ୱେ ମଧ୍ୟ ବିଜେପିର ମିଶନ-୧୨୦ ଫେଲ ମାରିଥିଲା । କିନ୍ତୁ ଦଳ ମୁଖ୍ୟ ବିରୋଧି ଆସନରୁ କଂଗ୍ରେସକୁ ହଟାଇବାକୁ ସକ୍ଷମ ହୋଇଥିଲା । ଏବେ ଅମିତ ଶାହା ୨୦୨୪ କୁ ଓଡ଼ିଶାରେ କ୍ଷମତାକୁ ଆସିବାକୁ କହିଥିଲେ ମଧ୍ୟ ୨୦୧୯ ପରେ ଦଳ ଦୁର୍ବଳ ପ୍ରଦର୍ଶନ କରିଛି । ପଂଚାୟତଠୁ ଆରମ୍ଭ କରି ବିଭିନ୍ନ ଉପନିର୍ବାଚନରେ ଦଳ ବିଫଳ ହୋଇଛି ।

ବାଲେଶ୍ୱର ଉପନିର୍ବାଚରେ ନିଜ ଆସନ ବଞ୍ଚାଇବାକୁ ବିଜେପି ବିଫଳ ହୋଇଥିବାବେଳେ ବ୍ରଜରାଜନଗର ଉପନିର୍ବାଚନ ରେ ବିଜେପି ଅମାନତ ହରାଇ କଂଗ୍ରେସ ପଛକୁ ତୃତୀୟ ସ୍ଥାନରେ ରହିଥିଲା । ଏପରିକି ପଂଚାୟତ ଓ ପୌର ନିର୍ବାଚନରେ ଦଳ ଦୁର୍ବଳ ପ୍ରଦର୍ଶନ କରିଥିଲା । କିନ୍ତୁ ଉତ୍ତରପ୍ରଦେଶରେ ଭଲ ପ୍ରଦର୍ଶନ କରିଥିବା ବଂଶଲଙ୍କୁ ଦଳ ଓଡ଼ିଶା ଦେବା ଅମିତ ଶାହାଙ୍କ ରଣନୀତିର ଅଂଶ ବୋଲି କୁହାଯାଉଛି । ଏପରିକି ଏହା ପୂର୍ବରୁ ଫାୟାର ବ୍ରାଣ୍ଡ ଲିଡ଼ର ଜୟ ନାରାୟଣ ମିଶ୍ରଙ୍କୁ ବିରୋଧୀ ଦଳ ନେତା ଦାଇତ୍ୱ ଦେଇ ବିଜେପି ଆକ୍ରମନାତ୍ମକ ଆଭିମୁଖ୍ୟ ନେଇ ସୂଚନା ଦେଇ ସାରିଛି । ଏବେ ବଂଶଲ ଓଡ଼ିଶାରେ କିଭଳି ଭୂମିକା ନିର୍ବାହ କରିବେ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ସେପଟେ ଓଡିଶା ସମେତ ପଶ୍ଚିମବଙ୍ଗରେ ସତ ଚେଷ୍ଟା ସତ୍ତ୍ୱେ ଦଳ ଟିଏମସିକୁ ହରାଇବାକୁ ବିଫଳ ହୋଇଥିଲା । ସେପଟେ ତେଲେଙ୍ଗାନାରେ କେସିଆର ମଧ୍ୟ ଏବେ ବିଜେପିର ବଡ଼ ବିରୋଧୀ ଭୂମିକା ନିର୍ବାହ କରୁଛନ୍ତି । ତେଣୁ ତିନୋଟି ପ୍ରମୁଖ ରାଜ୍ୟରେ ବଂଶଲ କି ଚମକ ଦେଖାଉଛନ୍ତି ତା' ଉପରେ ସମସ୍ତଙ୍କ ନଜର ରହିବ ।

ଏହା ବି ପଢ଼ନ୍ତୁ: ପାଣିପାଗ ବିଭାଗ କରାଇଲା ସତର୍କ; ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଏସବୁ ଜିଲ୍ଲାରେ ହେବ ପ୍ରବଳ ବର୍ଷା