Odisha Politics: ବିଜେପି ସାଂସଦଙ୍କ କଥିତ ଆକ୍ରମଣ ଅଭିଯୋଗ ଉପରେ ଜବାବ ରଖିଲେ ବିଜେଡ଼ି ମୁଖପାତ୍ର
Advertisement
Article Detail0/zeeodisha/odisha1845675

Odisha Politics: ବିଜେପି ସାଂସଦଙ୍କ କଥିତ ଆକ୍ରମଣ ଅଭିଯୋଗ ଉପରେ ଜବାବ ରଖିଲେ ବିଜେଡ଼ି ମୁଖପାତ୍ର

Srimayee Mishra Targets Aparajita Sarangi: ମିଶନ ଶକ୍ତି ସଦସ୍ୟଙ୍କ ପକ୍ଷରୁ ହୋଇଥିବା କଥିତ ଆକ୍ରମଣ ଘଟଣାରେ ଭୁବନେଶ୍ୱର ସାଂସଦ ଆଣିଥିବା ଅଭିଯୋଗ ଉପରେ ଜବାବ ରଖିଛନ୍ତି ବିଜେଡ଼ି ମୁଖପାତ୍ର।

 Odisha Politics: ବିଜେପି ସାଂସଦଙ୍କ କଥିତ ଆକ୍ରମଣ ଅଭିଯୋଗ ଉପରେ ଜବାବ ରଖିଲେ ବିଜେଡ଼ି ମୁଖପାତ୍ର

BJD Leader Shreemayee Mishra: ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବା ଅବସରରେ ମିଶନ ଶକ୍ତି ସଦସ୍ୟ ଅଣ୍ଡା ଏବଂ ପଥର ମାଡ଼ କରିଥିବା ନେଇ ବିଜେପି ସାଂସଦଙ୍କ ଅଭିଯୋଗ ଉପରେ ଜବାବ ରଖିଛି ବିଜେଡ଼ି। ଗତ ରବିବାର ଜୟଦେବ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିବା ବେଳେ ମିଶନ ଶକ୍ତି ସଦସ୍ୟ ଅଣ୍ଡା ଏବଂ ପଥର ମାଡ଼ କରିଥିବା ନେଇ ଅଭିଯୋଗ ଆଣିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।  

ଏହି ଅଭିଯୋଗ ଉପରେ ଜବାବ ରଖିଛି ବିଜେଡ଼ି। ଏନେଇ ଦଳର ମୁଖପାତ୍ର ଶ୍ରୀମୟୀ ମିଶ୍ର (BJD Spokesperson Srimayee Mishra) କହିଛନ୍ତି ଯେ, ଏହା ମୋତେ ଆଶ୍ଚର୍ଯ୍ୟ କରୁଛି ଯେ ଯେତେବେଳେ କୌଣସି ଣସି ଭୋଟର ସାଂସଦଙ୍କୁ କିଛି ପଚାରନ୍ତି, ତାହେଲେ ସେ ବିରକ୍ତ ହୋଇଉଠନ୍ତି। ଯେଉଁମାନେ ତାଙ୍କୁ ହଇରାଣ ହରକତ କରୁଛନ୍ତି ବୋଲି ସାଂସଦ କହୁଛନ୍ତି ସେହି ତାଙ୍କୁ ଭୋଟ ଦେଇଛନ୍ତି। ଯଦି ସେ ତାଙ୍କୁ ଭୋଟ ଦେଇଥିବା ଲୋକଙ୍କୁ ଗୁଣ୍ଡା, ବଦମାସ, ଉପଦ୍ରବୀ ବୋଲି କହୁଛନ୍ତି, ସେହି ଲୋକଙ୍କୁ ତାଙ୍କୁ ଭୋଟ ଦେଇ କ୍ଷମତାକୁ ଆଣିଛନ୍ତି। 

ଏ ସମ୍ପର୍କରେ ବିଜେଡ଼ି ପକ୍ଷରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ ଦଳୀୟ ମୁଖପାତ୍ର କହିଛନ୍ତି ଯେ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏତେ ଅହଙ୍କାରୀ ହୋଇଯାଇଛନ୍ତି ସାଧାରଣ ଲୋକଙ୍କୁ ଗୁଣ୍ଡା କହୁଛନ୍ତି। ତାଙ୍କୁ ସାଧାରଣ ଲୋକ ଆକ୍ରମଣ କରିବାକୁ ଆସିଥିବା କହି ସେମାନଙ୍କୁ ଅପାମାନିତ କରିଛନ୍ତି ସାଂସଦ। ଜନସାଧାରଣ ଆପଣଙ୍କୁ ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରୁଛନ୍ତି। ହେଲେ ଆପଣ ସେମାନଙ୍କ ପ୍ରଶ୍ନର ଉତ୍ତର ଦେବା ବଦଳରେ ସେମାନଙ୍କୁ ଗୁଣ୍ଡା କହୁଛନ୍ତି। ରାଜ୍ୟର ମହିଳାଙ୍କୁ ଗୁଣ୍ଡା ବୋଲି କହି ଅପମାନିତ କରନ୍ତୁ ନାହିଁ। ପଥର ଧରିଥିବା କିଛି ମହିଳାଙ୍କ ଫଟୋ ସେୟାର କରି ଆପଣ ସେମାନଙ୍କୁ ଅପାମାନିତ କରିବାକୁ ଚେଷ୍ଟା କରିଛନ୍ତି। ଆପଣ ହେଉଛନ୍ତି ଜଣେ ଜନପ୍ରତିନିଧି। ଆପଣ ଲୋକଙ୍କ ସେବା କରିବା ପାଇଁ ଅଛନ୍ତି। ସେମାନଙ୍କୁ ଶାସନ କରିବା ପାଇଁ ନୁହେଁ ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ଶ୍ରୀମୟୀ ମିଶ୍ର। 

ରବିବାର ଦିନ ଭୁବନେଶ୍ୱର ଲୋକସଭା ଆସନ (Bhubaneswar Lok Sabha Constituency) ଅଧିନସ୍ଥ ଜୟଦେବ ନିର୍ବାଚନମଣ୍ଡଳୀ (Jayadev Assembly Constituency) ଗସ୍ତ କରିବା ସମୟରେ ସ୍ଥାନୀୟ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ (Bhubaneswar MP Aparajita Sarangi) କିଛି ଲୋକ ବିରୋଧ କରିଥିଲେ। ଯାହାକୁ ନେଇ ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ବିବାଦ (BJP-BJD Worker Clash in Bhubaneswar) ଉପୁଜିଥିଲା। ସାଂସଦ ଅଭିଯୋଗ କରିଛନ୍ତି ଯେ ରବିବାର ସେ ତାଙ୍କ ଲୋକସଭା କ୍ଷେତ୍ର ପରିଦର୍ଶନ କରିବା ସମୟରେ ମିଶନ ଶକ୍ତି ସଦସ୍ୟ ଅଣ୍ଡା ଏବଂ ପଥର ମାଡ଼ କରିଥିଲେ।  

ଏନେଇ ପ୍ରତିକ୍ରିୟା ସାଂସଦ କହିଛନ୍ତି ମହିଳା ସଶକ୍ତିକରଣ ନାମରେ ରାଜ୍ୟ ସରକାର ମୋତେ ଆକ୍ରମଣ କରିବା ପାଇଁ ମିଶନ ଶକ୍ତି ମହିଳାଙ୍କୁ ବ୍ୟବହାର କରୁଛନ୍ତି। ଜଣେ ମହିଳା ସାଂସଦ, ଯଥାର୍ଥରେ ନିର୍ବାଚିତ ଏବଂ ଲୋକଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଛି। ଧୂତରାଷ୍ଟ୍ର ହେବା ବନ୍ଦ କର ଏବଂ ରାଜଧର୍ମ ପାଳନ କରିବାକୁ କହିଛନ୍ତି। ଏହି ଆକ୍ରମଣରେ ବ୍ୟବହୃତ କଳା ପତାକା, ପତାକା, ପଥର ଏବଂ ଅଣ୍ଡା ଧରିଥିବା ମହିଳାଙ୍କ ତିନୋଟି ଫଟୋ ବିଜେପି ସାଂସଦ (BJP MP Aparajita Sarangi) ସେୟାର କରିଛନ୍ତି।

ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ମୁଁ ଜଣେ ମହିଳା ସାଂସଦ ଏବଂ ମୁଁ ମୋର ସଂସଦୀୟ କ୍ଷେତ୍ରରେ ସୁରକ୍ଷିତ ନୁହେଁ। ବର୍ତ୍ତମାନ ଠାରୁ ଯଦି ମୋର ସଭାସ୍ଥଳରେ କୌଣସି ଅପ୍ରୀତିକର ଘଟଣା ଘଟେ, ତାହେଲେ ରାଜ୍ୟ ସରକାର ଦାୟୀ ରହିବେ।" ସାଂସଦ ଦାବି କରିଛନ୍ତି ଯେ ଯେତେବେଳେ ସେ ତାଙ୍କ ନିର୍ବାଚନମଣ୍ଡଳୀର ଲୋକଙ୍କୁ ଭେଟିବାକୁ ଯାଆନ୍ତି କିଛି ଲୋକ ତାଙ୍କୁ ବିରୋଧ କରୁଛନ୍ତି। ବିଗତ ୩ ଦିନ ଧରି ଏଭଳି ଘଟଣା କ୍ରମାଗତ ଭାବରେ ଘଟୁଛି।