Odisha Cabinet Reshuffle: କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ? ଦେଖନ୍ତୁ ପୁରା ଲିଷ୍ଟ
Advertisement
Article Detail0/zeeodisha/odisha1208831

Odisha Cabinet Reshuffle: କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ? ଦେଖନ୍ତୁ ପୁରା ଲିଷ୍ଟ

ସାତ ଜଣ ମନ୍ତ୍ରୀ (ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକ, ନବ ଦାସ, ଅଶୋକ ପଣ୍ଡା, ଜଗନ୍ନାଥ ସାରକା, ସମୀର ହାସ, ତୁଷାରକାନ୍ତି ବେହେରା) ଙ୍କ ବିଭାଗରେ ପରିବର୍ତ୍ତନ ହୋଇନାହିଁ। କିନ୍ତୁ ସେମାନଙ୍କୁ ଅତିରିକ୍ତ ବିଭାଗର ଦାୟିତ୍ୱ ଦିଆଯାଇଛି। ଏଥର ମହିଳା ମନ୍ତ୍ରୀଙ୍କ ହାତକୁ ରାଜସ୍ୱ, ନଗର ଉନ୍ନୟନ ଓ ପରିବହନ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ଟେକି ଦିଆଯାଇଛି।

 Odisha Cabinet Reshuffle: ଜାଣନ୍ତୁ, କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ?

ଭୁବନେଶ୍ୱର: ଓଡିଶାର ନୂଆ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଉତ୍ସବର କିଛି ସମୟ ମଧ୍ୟରେ ବିଭାଗ ବଣ୍ଟା ଯାଇଛି। ସାତ ଜଣ ମନ୍ତ୍ରୀ (ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକ, ନବ ଦାସ, ଅଶୋକ ପଣ୍ଡା, ଜଗନ୍ନାଥ ସାରକା, ସମୀର ହାସ, ତୁଷାରକାନ୍ତି ବେହେରା) ଙ୍କ ବିଭାଗରେ ପରିବର୍ତ୍ତନ ହୋଇନାହିଁ। କିନ୍ତୁ ସେମାନଙ୍କୁ ଅତିରିକ୍ତ ବିଭାଗର ଦାୟିତ୍ୱ ଦିଆଯାଇଛି। ଏଥର ମହିଳା ମନ୍ତ୍ରୀଙ୍କ ହାତକୁ ରାଜସ୍ୱ, ନଗର ଉନ୍ନୟନ ଓ ପରିବହନ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ଟେକି ଦିଆଯାଇଛି।

(୧) ନିରଞ୍ଜନ ପୂଜାରୀ- ଅର୍ଥ ଓ ସଂସଦୀୟ ବ୍ୟାପାର

(୨) ରଣେନ୍ଦ୍ର ପ୍ରତାପ ସ୍ୱାଇଁ- କୃଷି ମନ୍ତ୍ରୀ ଏବଂ କୃଷକ ସଶକ୍ତିକରଣ/ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ

(୩) ପ୍ରମିଳା ମଲ୍ଲିକ- ରାଜସ୍ୱ ଏବଂ ବିପର୍ଯୟ ପ୍ରଶମନ

(୪) ଉଷା ଦେବୀ- ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ

(୫) ପ୍ରଫୁଲ୍ଲ କୁମାର ମଲ୍ଲିକ- ଖଣି ଏବଂ ଇସ୍ପାତ, ପୂର୍ତ୍ତ

(୬) ପ୍ରତାପ କେଶରୀ ଦେବ- ଶିଳ୍ପ/ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ/ଶକ୍ତି

(୭) ଅତନୁ ସବ୍ୟସାଚୀ ନାୟକ- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ/ ନିଗମ 

(୮) ନବକିଶୋର ଦାସ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ 

(୯) ଅଶୋକ ଚନ୍ଦ୍ର ପଣ୍ଡା- ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା/ ସାଧାରଣ ଉଦ୍ୟୋଗ/ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ

(୧୦) ଟୁକୁନି ସାହୁ- ଜଳସମ୍ପଦ, ବାଣିଜ୍ୟ ଓ ପରିବହନ

(୧୧) ରାଜେନ୍ଦ୍ର ଢୋଲକିଆ- ଯୋଜନା ଓ ସମ୍ମନ୍ବୟ

(୧୨) ପ୍ରଦୀପ କୁମାର ଅମାତ- ଜଙ୍ଗଲ ଓ ପରିବେଶ/ ପଞ୍ଚାୟତିରାଜ ଏବଂ ପାନୀୟ ଜଳ/ ସୂଚନା ଏବଂ ଲୋକ ସମ୍ପର୍କ 

(୧୩) ଜଗନ୍ନାଥ ସାରକା- ଅନୁସୁଚିତ ଜାତି ଏବଂ ଆଦିବାସୀ ବିକାଶ/ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ/ ଆଇନ

ରାଷ୍ଟ୍ରମନ୍ତ୍ରୀ (ସ୍ୱାଧିନ):

(୧) ସମୀର ରଞ୍ଜନ ଦାସ- ବିଦ୍ୟାଳୟ ଏବଂ ଗଣଶିକ୍ଷା

(୨) ଅଶ୍ୱିନି କୁମାର ପାତ୍ର- ପର୍ଯ୍ୟଟନ/ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି/ ଅବକାରୀ 

(୩) ପ୍ରତାପ ରଞ୍ଜନ ଘଡେଇ- ଗ୍ରାମ୍ୟ ବିକାଶ, କୌଶଳ ବିକାଶ ଏବଂ ବୈଷୟିକ ଶିକ୍ଷା

(୪) ଶ୍ରୀକାନ୍ତ ସାହୁ- ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା 

(୫) ତୁଷାର କାନ୍ତି ବେହେରା- ବଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା/ କ୍ରୀଡା ଏବଂ ଯୁବ ସେବା

(୬) ରୋହିତ ପୂଜାରୀ- ଉଚ୍ଚ ଶିକ୍ଷା

(୭) ରିତା ସାହୁ- ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ 

(୮) ବାସନ୍ତୀ ହେମ୍ବ୍ରମ- ମହିଳା ଏବଂ ଶିଶୁ ବିକାଶ/ ମିଶନ ଶକ୍ତି

ରାଷ୍ଟ୍ରମନ୍ତ୍ରୀ:

(୧) ତୁଷାର କାନ୍ତି ବେହେରା- ଗୃହ