Odisha Assembly Session: ଆଜିଠୁ ମୌସୁମୀ ଅଧିବେଶନ, ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ
Advertisement
Article Detail0/zeeodisha/odisha1240634

Odisha Assembly Session: ଆଜିଠୁ ମୌସୁମୀ ଅଧିବେଶନ, ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ

ମୌସୁମୀ ଅଧିବେଶନ ଜୁଲାଇ ୨ରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ। ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ବଜେଟ ବସୁଛି। ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ ନେଇ ବିଜେପି, ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। 

ଫାଇଲ ଫଟୋ

Odisha Assembly Session: ଆଜିଠାରୁ (ଶନିବାର) ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନରେ ଅର୍ଥାତ୍ ଆଜି ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ ହେବ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନରେ ୨୪ଟି କାର୍ଯ୍ୟଦିବସ ରହିଛି। 

ଚଳିତ ବିଧାନସଭାର ଅଧିବେଶନର କାର୍ଯ୍ୟ ସମୟକୁ ଘଣ୍ଟାଏ ବୃଦ୍ଧି କରାଯାଇଛି। ପୂର୍ବରୁ କୋରୋନା ପାଇଁ ୫ଘଣ୍ଟା ଚାଲୁଥିବା ବେଳେ ଏବେ ପ୍ରତ୍ୟେକ ଦିନ ୬ଘଣ୍ଟା ଗୃହ ଚାଲିବ। ସକାଳ ସାଢ଼େ ୧୦ଟାରୁ ଆରମ୍ଭ ହୋଇ ଅପରାହ୍‌ଣ ଦେଢ଼ଟା ଓ ଅପରାହ୍‌ଣ ୪ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ କାର୍ଯ୍ୟ ଚାଲିବ। ବିଧାନସଭା ଉପଲକ୍ଷେ ସବୁ ମନ୍ତ୍ରୀ, ବିଧାୟକ, ସୁରକ୍ଷାକର୍ମୀ, ବିଧାନସଭା କର୍ମଚାରୀ ଓ ଅନ୍ୟମାନଙ୍କ କୋରୋନା ପରୀକ୍ଷା କରାଯାଇଛି।

Also Read: ଏକନାଥ ସିନ୍ଦେ, ଦେବେନ୍ଦ୍ର ଫଡନାଭିସ୍ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ କିଏ ଅଧିକ ଧନୀ? 

ମୌସୁମୀ ଅଧିବେଶନ ଜୁଲାଇ ୨ରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ଯାଏଁ ଚାଲିବ। ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ବଜେଟ ବସୁଛି। ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ ନେଇ ବିଜେପି, ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ରଥଯାତ୍ରା ପାଇଁ ଏହି ବୈଠକକୁ ସ୍ଥଗିତ ରଖାଯାଇଥିଲା। ବିଧାନସଭା ଅଧିବେଶନକୁ ନଜରରେ ରଖି ରାଜଧାନୀରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ୬ ଜଣ ଆଡିସିନାଲ ଡିସିପି, ୧୧ ଜଣ ଡିଏସପି, ୧୩ ଜଣ ଇନ୍ସପେକ୍ଟର, ୬୨ ଜଣ ଅଫିସର ସମେତ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଏମାନଙ୍କୁ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ପରିଚାଳନା କରିବେ।

ବିଧାନସଭା ଭିତରେ ଗୁଇନ୍ଦା ବିଭାଗ ସୁରକ୍ଷା ଯୋଗାଇବେ। ବିଧାନସଭା ବାହାରେ ଓ ଗାନ୍ଧିମାର୍ଗରେ କମିସନରେଟ ପୋଲିସର କଡା ପହରା ରହିବ। ଏଥିସହିତ ଡଗ ସ୍କ୍ବାର୍ଡ, ବମ୍ବ ସ୍କ୍ବାର୍ଡଙ୍କୁ ମୁତୟନ କରାଯାଇଛି। ଗାନ୍ଧିମାର୍ଗରେ ସମସ୍ତ ଅଞ୍ଚଳକୁ ସିସିଟିଭି ସର୍ଭେଲାନ୍ସ ଭିତରେ ରଖାଯାଇଛି। ଗାନ୍ଧିମାର୍ଗ ରବୀନ୍ଦ୍ର ମଣ୍ଡପ ଓ ଧାରଣାସ୍ଥଳରେ ୫ଟି ଅସ୍ଥାୟୀ କଣ୍ଟ୍ରୋଲ ରୁମ୍ ପ୍ରସ୍ତୁତ କରାଯାଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ସମସ୍ତେ ପ୍ରସ୍ତୁତ ବୋଲି ପୋଲିସ କମିସନର କହିଛନ୍ତି।