Odisha Eelection 2024: ତୃତୀୟ ଥର ପାଇଁ ରେଢ଼ାଖୋଲରୁ ଲଢିବେ ରୋହିତ ପୂଜାରୀ
Advertisement

Odisha Eelection 2024: ତୃତୀୟ ଥର ପାଇଁ ରେଢ଼ାଖୋଲରୁ ଲଢିବେ ରୋହିତ ପୂଜାରୀ

Odia Eelection 2024: ତୃତୀୟ ଥର ପ୍ରାର୍ଥୀ ହେବା ପରେ ଶନିବାର ସମ୍ବଲପୁରକୁ ଫେରିଥିଲେ ରୋହିତ । ଫେରିବା ବାଟରେ ରେଢ଼ାଖୋଲ ଠାରୁ ଆରମ୍ଭ କରି ସହରର ବିଭିନ୍ନ ଛକରେ ବିଧାୟକଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସମର୍ଥକଙ୍କ ସହ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ସମଲେଇ ମନ୍ଦିର ଓ ପାଟଣେଶ୍ୱରୀ ମନ୍ଦିର ଯାଇ ଦର୍ଶନ କରିଥିଲେ ରୋହିତ ।

Odisha Eelection 2024: ତୃତୀୟ ଥର ପାଇଁ ରେଢ଼ାଖୋଲରୁ ଲଢିବେ ରୋହିତ ପୂଜାରୀ

Odia Eelection 2024: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଜିଲ୍ଳା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥି ଭାବେ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ରୋହିତ ପୂଜାରୀଙ୍କୁ ଟିକେଟ୍ ମିଳିଛି। ପ୍ରାର୍ଥୀ ହେବା ପରେ ଶନିବାର ସମ୍ବଲପୁରକୁ ଫେରିଥିଲେ ରୋହିତ । ଫେରିବା ବାଟରେ ରେଢ଼ାଖୋଲ ଠାରୁ ଆରମ୍ଭ କରି ସହରର ବିଭିନ୍ନ ଛକରେ ବିଧାୟକଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସମର୍ଥକଙ୍କ ସହ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ସମଲେଇ ମନ୍ଦିର ଓ ପାଟଣେଶ୍ୱରୀ ମନ୍ଦିର ଯାଇ ଦର୍ଶନ କରିଥିଲେ ରୋହିତ ।

ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଧାୟକ ରୋହିତ ପୂଜାରୀଙ୍କୁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକ ପ୍ରାର୍ଥୀ ଭାବରେ ନାମ ଘୋଷଣା କରିଛନ୍ତି। ଶନିବାର ଦିନ ପୂଜାରୀ ପ୍ରଥମ ଥର ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଗସ୍ତ କରିଛନ୍ତି। ଏହି ଅବସରରେ ତାଙ୍କୁ ରେଢ଼ାଖୋଲରେ ବିଜେଡି ପକ୍ଷରୁ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ପ୍ରଥମେ ଭୀମଭୋଇ କଲେଜ ଛକ ଠାରୁ ଶତାଧିକ ଦଳୀୟ କର୍ମୀଙ୍କୁ ନେଇ ଏକ ବିରାଟ ବାଇକ୍‌‌ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ।

ଏହା ବି ପଢନ୍ତୁ- Accident News: ବରଗଡ଼ ସୁଲିଆ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍, ୧୫ ଗୁରୁତର

ଏହାପରେ ଭୀମଭୋଇ ଛକ ସ୍ଥିତ ସନ୍ଥ କବି ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ରେଢ଼ାଖୋଲ ଅଞ୍ଚଳର ବିକାଶ ପାଇଁ ୧୦ ବର୍ଷ ଧରି ସେ କାର୍ଯ୍ୟ କରି ଆସିଥିବା ବେଳେ ଆଗକୁ ବିକାଶଧାରା ଜାରି ରଖିବା ପାଇଁ ରେଢ଼ାଖୋଲବାସୀଙ୍କ ସହଯୋଗ ଓ ଆର୍ଶୀବାଦ କାମନା କରିଥିଲେ। ଏହାପରେ ରେଢ଼ାଖୋଲ ଜଗନ୍ନାଥ ମନ୍ଦିର ଓ ପଞ୍ଚଖଣ୍ଡାଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ଆଶିଷ କାମନା କରିଥିଲେ। ପରେ ଚାରମାଳ ଠାରେ ମଧ୍ୟ ତାଙ୍କୁ ଶତାଧିକ ସଂଖ୍ୟାରେ ଦଳୀୟ କର୍ମୀ ଓ ଜନସାଧାରଣ ତାଙ୍କୁ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ। ଯୁଯୁମୁରା ବ୍ଲକରେ ମଧ୍ଯ ରୋହିତ ପୂଜାରୀଙ୍କୁ ସ୍ୱାଗତ କରାଯାଇଥିଲା।