Odisha Congress: ନିର୍ବାଚନ ପୂର୍ବରୁ ଭଙ୍ଗା ଘର ସଜାଡୁଛି ଦଳ; ବରିଷ୍ଠ ନେତାଙ୍କ ଉପରୁ ହଟାଇଲା ନିଲମ୍ବନ ଆଦେଶ
Advertisement
Article Detail0/zeeodisha/odisha2074712

Odisha Congress: ନିର୍ବାଚନ ପୂର୍ବରୁ ଭଙ୍ଗା ଘର ସଜାଡୁଛି ଦଳ; ବରିଷ୍ଠ ନେତାଙ୍କ ଉପରୁ ହଟାଇଲା ନିଲମ୍ବନ ଆଦେଶ

Odisha Pradesh Congress Committee: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ଜଗତସିଂହପୁର ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ ଏବଂ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଉପରୁ ମଧ୍ୟ ବହିଷ୍କାର ଆଦେଶ ପ୍ରତ୍ୟାହାର କରିଛି କଂଗ୍ରେସ।

 Odisha Congress: ନିର୍ବାଚନ ପୂର୍ବରୁ ଭଙ୍ଗା ଘର ସଜାଡୁଛି ଦଳ; ବରିଷ୍ଠ ନେତାଙ୍କ ଉପରୁ ହଟାଇଲା ନିଲମ୍ବନ ଆଦେଶ

Congress removed suspension order from Chiranjib Biswal Mohammad Mokim Krushna Chandra Sagaria: ଚଳିତ ବର୍ଷ ଅନୁଷ୍ଠିତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଭଙ୍ଗା ଘର ସଜାଡିବାରେ ଲାଗିଛି କଂଗ୍ରେସ। ଏହି କ୍ରମରେ ଦଳ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଏବଂ ପୂର୍ବତନ ଜଗତସିଂହପୁର ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କ ଉପରୁ ହଟାଇଛି ନିଲମ୍ବନ ଆଦେଶ। ସେହିପରି ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଉପରୁ ମଧ୍ୟ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇଛି। ଦଳୀୟ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ହଟାଯିବା ସମ୍ପର୍କରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଜଣାଇଛନ୍ତି। ରାଜ୍ୟ କଂଗ୍ରେସ ପ୍ରଭାରୀ ଦାୟୀତ୍ୱ ଗ୍ରହଣ କରିବା ପରେ ଅଜୟ କୁମାରଙ୍କୁ ଭେଟିଥିଲେ ଉଭୟେ ଚିରଞ୍ଜୀବୀ ବିଶ୍ୱାଳ ଏବଂ ମହମ୍ମଦ ମୋକିମ୍। ଦଳ ବିରୋଧି କାର୍ଯ୍ୟ କରିବା ଅଭିଯୋଗରେ ଚିରଞ୍ଜୀବୀ ବିଶ୍ୱାଳ, କୃଷ୍ଣଚନ୍ଦ୍ର ଶଗରିଆ, ମହମ୍ମଦ ମୋକିମ୍ ଦଳରୁ ନିଲମ୍ବିତ ହୋଇଥିଲେ। 

ଗତ ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ (Indian Presidential Election 2022) ଦଳୀୟ ହ୍ୱିପ୍ ବିରୋଧରେ ଯାଇ କେନ୍ଦ୍ରରେ କ୍ଷମତାସୀନ ଏନଡି଼ଏ ମେଣ୍ଟର ପ୍ରାର୍ଥୀଙ୍କୁ (NDA nAlliance Candidates for Presidential Election 2022) ଭୋଟ୍ ଦେଇଥିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ (Congress MLA Mohammad Mokim)। ସେ ପିସିସି ସଭାପତି (Odisha Pradesh Congress Committee President) ଲାଗି ଆଶାୟୀ ରହିଥିଲେ ବୋଲି ଆଲୋଚନା ହେଉଥିଲା। ହେଲେ ତାଙ୍କୁ ପିସିସି ସଭାପତି ପଦ ମିଳିନଥିଲା। ଦଳୀୟ ସଙ୍ଗଠନର ପରିଚାଳନାକୁ ନେଇ ଗଣମାଧ୍ୟମ ଆଗରେ ଅସନ୍ତୋଷ ଜଣାଇଥିଲେ।

Also Read: Odisha Congress: କଂଗ୍ରେସ ଫେରିଲେ ଗିରିଧର ଗମାଙ୍ଗଙ୍କ ସହ ୪ ନେତା

 

ସେହିପରି ଝାରସୁଗୁଡ଼ା ଉପନିର୍ବାଚନ (Jharsuguda By Election 2023) ପାଇଁ ମତଦାନ ହେବା ପୂର୍ବରୁ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ (Former Congress MLA Chiranjib Biswal) ଦଳର ସାଙ୍ଗଠନିକ ସ୍ଥିତିକୁ ନେଇ କଠୋର ସମାଲୋଚନା କରିଥିଲେ। ଉଭୟଙ୍କ ନାମରେ ପିସିସି ସଭାପତି ଶରତ ପଟ୍ଟନାୟକ (OPCC President Sarat Pattanayak) ଦଳର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଉପରେ ଶୃଙ୍ଖଳାଗତ କମିଟି (Odisha Comngress Disciplinary Action Committee) ପକ୍ଷରୁ ଆଲୋଚନା ହେବା ଉଭୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା। ଦଳୀୟ କାରଣ ଦର୍ଶାଅ ନୋଟିସ ଉପରେ ଉଭୟେ ଯେଉଁ ଜବାବ ରଖିଥିଲେ ତାହା ସନ୍ତୋଷଜନକ ନଥିଲା। ପରେ ଉଭୟଙ୍କୁ ଦଳ ବିରୋଧି କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଥିଲା।

ଅନ୍ୟପଟେ ସମାନ କାର୍ଯ୍ୟ ପାଇଁ ପୂର୍ବତନ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆଙ୍କୁ (Former Congress MLA Krushna Chandra Sagaria) ଦଳରୁ ବହିଷ୍କାର କରାଯାଇଥିଲା। ଗତ ୨୦୧୯ ନିର୍ବାଚନ ସମୟରେ ଦଳରୁ ବହିଷ୍କୃତ ହୋଇଥିଲେ ପୂର୍ବତନ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ। ଏବେ ତାଙ୍କ ଉପରୁ ଦଳୀୟ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଥିବା ଜଣାଇଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର।