ଚର୍ଚ୍ଚାରେ ନବୀନଙ୍କ ବିଦେଶ ଗସ୍ତ; ଜାଣନ୍ତୁ, କ'ଣ ସବୁ ରହିଛି କାର୍ଯ୍ୟକ୍ରମ?
Advertisement

ଚର୍ଚ୍ଚାରେ ନବୀନଙ୍କ ବିଦେଶ ଗସ୍ତ; ଜାଣନ୍ତୁ, କ'ଣ ସବୁ ରହିଛି କାର୍ଯ୍ୟକ୍ରମ?

ମୁଖ୍ୟମନ୍ତ୍ରୀ ଆସନ୍ତା ୨୮ ତାରିଖରେ ଇଟାଲୀ ଗସ୍ତରେ ଯିବେ। ସେଠାରୁ ସେ ଦୁବାଇ ଗସ୍ତ କରିବେ। ଦୁବାଇରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜିନେସ୍ ମିଟ୍ ଆୟୋଜିତ ହେଉଥିବାରୁ ସେଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଡିଜାଇନ୍ ଫଟୋ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ରାଜ୍ୟ ରାଜନୀତିରେ ଖୁବ ଚର୍ଚ୍ଚା ଚାଲିଛି। ସେ ଦୀର୍ଘ ଦଶ ବର୍ଷ ପରେ ଭାରତର ସୀମା ଲଙ୍ଘିବେ। ତେବେ ସେ ତାଙ୍କ ୧୦ ଦିନିଆ ବିଦେଶ ଗସ୍ତରେ କଣ କଣ କରିବେ, କାହା ସହ ଭେଟିବେ, ତାଙ୍କର କଣ ସବୁ କାର୍ଯ୍ୟକ୍ରମ ରହିଛି? ଏଭଳି ଅନେକ ପ୍ରଶ୍ନ ଏବେ ରାଜ୍ୟବାସୀଙ୍କ ମନରେ ଉଙ୍କି ମାରୁଛି।

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତରୁ ରାଜ୍ୟ କଣ ଲାଭ ପାଇବ ତାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ନବୀନଙ୍କ ବିଦେଶ ଗସ୍ତକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି। ରାଜ୍ୟର ସ୍ୱାର୍ଥ ହାସଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଉଦିଷ୍ଟ ବୋଲି ଦଳ କହିଛି। ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ୧୦ ଦିନିଆ ବିଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ସେ ଇଟାଲୀ ଓ ଦୁବାଇ ଯାତ୍ରା କରିବେ। 

Also Read: ଚବିଶ ପାଇଁ ରାସ୍ତା ସଫା କରି ବିଦେଶ ଯିବେ ନବୀନ!

ମୁଖ୍ୟମନ୍ତ୍ରୀ ଆସନ୍ତା ୨୮ ତାରିଖରେ ଇଟାଲୀ ଗସ୍ତରେ ଯିବେ। ସେଠାରୁ ସେ ଦୁବାଇ ଗସ୍ତ କରିବେ। ଦୁବାଇରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜିନେସ୍ ମିଟ୍ ଆୟୋଜିତ ହେଉଥିବାରୁ ସେଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଦୁବାଇରେ ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ମନ୍ତ୍ରୀ ଓ ସଚିବମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। 

ସେପଟେ ଏହାକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। ଓଡ଼ିଶାକୁ କେମିତି ଅଧିକ ପୁଞ୍ଜି ଆସିବ ଓଡ଼ିଶାରେ କିପରି ଅଧିକ ଶିଳ୍ପାୟନ ହେବ। ଏଠି ନିଯୁକ୍ତି ଅଧିକ ସୃଷ୍ଟି ହେବ। ସେଥିପାଇଁ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯାଉଛନ୍ତି। ଓଡ଼ିଶାର ଜନ ସାଧାରଣଙ୍କ ତରଫରୁ ଆମେ ମଧ୍ୟ ସ୍ୱାଗତ କରୁଛୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଓଡ଼ିଶାକୁ ଅଧିକ ପୁଞ୍ଜି ଆସିବ ଏବଂ ଓଡ଼ିଶାର ଅର୍ଥନୈତିକ ବିକାଶ ଦିଗରେ ଏହା ନିଶ୍ଚିତ ଭାବେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଵୋଲି ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି। 

Also Read: ନବୀନ କ୍ୟାବିନେଟର ନବକଳେବର; ଦିଶୁନି ୩୩% ମହିଳା ସଂରକ୍ଷଣ, ୧୨ ଜିଲ୍ଲା ମନ୍ତ୍ରୀ ଶୂନ୍ୟ

 

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ପୋପଙ୍କୁ ଭେଟିବା ଚର୍ଚ୍ଚାକୁ ନେଇ ମଧ୍ୟ ରାଜନୀତି ଜୋର ଧରିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, 'ମୋର ଶରୀରର ପ୍ରତ୍ୟେକ ଅସ୍ଥି ହେଉଛି ଧର୍ମ ନିରପେକ୍ଷ।' ନବୀନ ପଟ୍ଟନାୟକ ହେଉଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ପୁଅ। ତାଙ୍କର ପରିବାର ସମସ୍ତେ ଧର୍ମ ନିରପେକ୍ଷ। ସ୍ୱାଭାବିକ ଭାବେ ଭାଟିକାନ ସିଟି ଗଲେ ପୋପଙ୍କୁ ଭେଟିବେ। ଧର୍ମ ନିରପେକ୍ଷର ବାର୍ତ୍ତା ପ୍ରଚାର କରିବେ। ଏଇଟା ଗୋଟେ ସାଧାରଣ ଘଟଣା ବୋଲି ବିଜେଡି ପକ୍ଷରୁ କୁହାଯାଇଛି। 

ସେପଟେ ରାଜନୀତି ସମୀକ୍ଷକଙ୍କ କହିବା କଥା ହେଲା, ନବୀନଙ୍କ ସବୁ କାର୍ଯ୍ୟ କିଛି ବାର୍ତ୍ତା ବହନ କରେ। ତେଣୁ ଏହି ଗସ୍ତ ରେ ମଧ୍ୟ କିଛି କଥା ବାର୍ତ୍ତା ହୋଇ ଆସିପାରେ। ୧୦ ବର୍ଷ ପୂର୍ବରୁ ନବୀନ ବିଦେଶ ଗସ୍ତ କରିଥିଲେ। ସେତେବେଳେ ମିଡ ନାଇଟ ଅପରେସନ ଏକ ଝଟକା ସଦୃଶ ହୋଇଥିଲା। ଏବେ ନବୀନଙ୍କ ବିଦେଶ ଗସ୍ତ ରାଜ୍ୟ ପାଇଁ କିଭଳି ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।