Mahanga Double Murder: ହାଇକୋର୍ଟରେ ମାହାଙ୍ଗା ମାମଲା; ବିଧାୟକ ପ୍ରତାପ ଜେନାଙ୍କୁ ମିଳିଲା ମହଲତ
Advertisement
Article Detail0/zeeodisha/odisha1970329

Mahanga Double Murder: ହାଇକୋର୍ଟରେ ମାହାଙ୍ଗା ମାମଲା; ବିଧାୟକ ପ୍ରତାପ ଜେନାଙ୍କୁ ମିଳିଲା ମହଲତ

Mahanga Double Murder Case Update: ବହୁଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେଡ଼ି ବିଧାୟକ ପ୍ରତାପ ଜେନାଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି।

Mahanga Double Murder: ହାଇକୋର୍ଟରେ ମାହାଙ୍ଗା ମାମଲା; ବିଧାୟକ ପ୍ରତାପ ଜେନାଙ୍କୁ ମିଳିଲା ମହଲତ

Mahanga Double Murder Case: ଭୁବନେଶ୍ୱର: ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ମିଳିଛି ସାମୟିକ ଆଶ୍ୱସ୍ତି। ନିର୍ବାଚନ ପୂର୍ବରୁ ତାଙ୍କୁ ରାଜନୀତିକ କ୍ୟାରିୟର ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ମାହାଙ୍ଗା ଡବଲ୍‍ ମର୍ଡର ଘଟଣାରେ ତାଙ୍କ ପକ୍ଷଭୁକ୍ତ ହେବାର ଶୁଣାଣି ଡିସେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ହାଇକୋର୍ଟ ନିର୍ଦ୍ଦେଶକୁ ସମ୍ମାନ ଦେଇ ସାଲେପୁର ଜେଏମ୍‍ଏଫ୍‍ସି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। 

ମାହାଙ୍ଗା ଡବଲ ମର୍ଡର ମାମଲାରେ ବ୍ୟକ୍ତିଗତ ହାଜିରାକୁ ଏଡ଼ାଇବା ପାଇଁ ପ୍ରତାପ ଜେନା ସିଆରପିସି ୨୦୫ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହିପରି ଧାରା ୨୧୦ ବଳରେ ମାମଲାର ଆବେଦନକାରୀଙ୍କ ପକ୍ଷରୁ ଦାୟର ମାମଲା ସମ୍ପର୍କରେ ମାହାଙ୍ଗା ବିଧାୟକ ମଧ୍ୟ ଆପତ୍ତି ଜଣାଇଥିଲ। ଏ ଉଭୟ ମାମଲାର ଶୁଣାଣିକୁ ଘୁଞ୍ଚାଇଛନ୍ତି କୋର୍ଟ। ଡିସେମ୍ବର ୨୬ ତାରିଖରେ ସାଲେପୁର ଜେଏମଏଫସି କୋର୍ଟ ଠାରେ ହେବ ଶୁଣାଣି।

ପ୍ରତାପ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨, ୧୨୦-ବି, ୫୦୬ ଆଧାରରେ ସାଲେପୁର ଜେଏମଏଫସି ଅଦାଲତ ୨୦୨୩, ସେପ୍ଟେମ୍ବର ୨୫ ତାରିଖରେ ହସ୍ତକ୍ଷେପ କରିବା ସହିତ ସମନ୍ ଜାରି କରିଥିଲେ। ଅଦାଲତରେ ହାଜର ପାଇଁ ସମନ୍ ଦିଆଯାଇଥିବା ବେଳେ ମାହାଙ୍ଗା ବିଧାୟକ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଅକ୍ଟୋବର ୩୧ ତାରିଖରେ ହାଜର ହୋଇନଥିଲେ। ଏହା ସହିତ ବ୍ୟକ୍ତିଗତ ଭାବେ ହାଜର ନ ହୋଇ ଓକିଲଙ୍କ ଜରିଆରେ ଶୁଣାଣି ସମୟରେ ଉପସ୍ଥିତ ରହିବା ପାଇଁ ଅନୁମତି ଲୋଡ଼ି ପ୍ରତାପ ଜେନାଙ୍କ ପକ୍ଷରୁ ସିଆରପିସିର ଧାରା ୨୦୫ ଆଧାରରେ ଏକ ପିଟିସନ୍ ସାଲେପୁର ଜେଏମଏଫସି କୋର୍ଟ ଠାରେ ଦାଖଲ କରାଯାଇଥିଲା। 

ଅନ୍ୟପକ୍ଷରେ ସାଲେପୁର ଜେଏମଏଫସି ଅଦାଲତଙ୍କ ନିର୍ଦ୍ଦେଶ ବିରୋଧରେ ପ୍ରତାପ ଜେନା ଦାୟର କରିଥିବା ଆବେଦନକୁ (କ୍ରିମିନାଲ ରିଭିଜନ) ହାଇକୋର୍ଟ ନଭେମ୍ବର ୨ ତାରିଖରେ ବିଚାର ପାଇଁ ଗ୍ରହଣ କରି ନୋଟିସ୍ ଜାରି କରିଥିଲେ। ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ପ୍ରତାପ ଜେନାଙ୍କ ବିରୋଧରେ କୌଣସି ପ୍ରକାର କଠୋର ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାର ତଦନ୍ତ କରି ପୁଲିସ ଯେଉଁ ଚାର୍ଜସିଟ ଦାଖଲ କରିଥିଲା ସେଥିରେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାମ ସ୍ଥାନ ପାଇ ନଥିଲା। ଏତଲାରେ ପ୍ରତାପ ଜେନାଙ୍କ ନାମରେ ଅଭିଯୋଗ ଥିବା ବେଳେ ଚାର୍ଜସିଟ୍ ରୁ କିନ୍ତୁ ତାଙ୍କୁ ବାଦ ଦିଆଯାଇଥିଲା। ପୋଲିସ ଚାଜର୍ସିଟ ବିରୋଧରେ ମୃତକ କୁଳମଣି ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ସାଲେପୁର ଜେଏମଏଫସି କୋର୍ଟ ଠାରେ ଦାଖଲ ହୋଇଥିଲା।