Madhya Pradesh Assembly Speaker: ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ହେଲେ ମଧ୍ୟ ପ୍ରଦେଶ ବିଧାନସଭା ବାଚସ୍ପତି
Advertisement

Madhya Pradesh Assembly Speaker: ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ହେଲେ ମଧ୍ୟ ପ୍ରଦେଶ ବିଧାନସଭା ବାଚସ୍ପତି

Madhya Pradesh Assembly New Speaker: ଡିସେମ୍ବର ୨୦ ତାରିଖ ବୁଧବାର ମଧ୍ୟ ପ୍ରଦେଶ ବିଧାନସଭାର ବାଚସ୍ପତି ପଦଭାର ଗ୍ରହଣ କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ନରେନ୍ଦ୍ର ସିଂହ ତୋମାର। 

Madhya Pradesh Assembly Speaker: ପୂର୍ବତନ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ହେଲେ ମଧ୍ୟ ପ୍ରଦେଶ ବିଧାନସଭା ବାଚସ୍ପତି

Narendra singh Tomar Appointed as Speaker of MP Assembly: ରାଜ୍ୟର ନବନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ପରେ ମଧ୍ୟ ପ୍ରଦେଶ ବିଧାନସଭା ଲାଗି ଶେଷ ହୋଇଛି ବାଚସ୍ପତି ଚୟନ ପ୍ରକ୍ରିୟା। ପୁରୁଖା ବିଜେପି ନେତା ନରେନ୍ଦ୍ର ସିଂହ ତୋମାର ସର୍ବସମ୍ମତି କ୍ରମେ ମଧ୍ୟ ପ୍ରଦେଶ ବିଧାନସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ରାଜ୍ୟର ମୁଖ୍ୟ ବିରୋଧି କଂଗ୍ରେସ ମଧ୍ୟ ତାଙ୍କୁ ସମର୍ଥନ କରିଥିଲା। ଡିସେମ୍ବର ୨୦ ତାରିଖ ବୁଧବାର ମଧ୍ୟ ପ୍ରଦେଶ ବିଧାନସଭାର ବାଚସ୍ପତି ପଦଭାର ଗ୍ରହଣ କରିଛନ୍ତି ନରେନ୍ଦ୍ର ସିଂହ ତୋମାର। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ବିରୋଧି ଦଳ ନେତା ଉମଙ୍ଗ ସିଂଘରଙ୍କ ସମେତ ଗୃହର ସମସ୍ତ ବରିଷ୍ଠ ସଦସ୍ୟ ତାଙ୍କୁ ବାଚସ୍ପତିଙ୍କ ଆସନରେ ଛାଡ଼ିବାକୁ ଯାଇଥିଲେ।

୭ ପ୍ରସ୍ତାବ ହେଲା ପାରିତ 
ବିଧାନସଭା ବାଚସ୍ପତି ଚୟନ ପାଇଁ ଶାସକ ଦଳ ଏବଂ ବିରୋଧି ଦଳ ପକ୍ଷରୁ ୭ ସଂକଳ୍ପ ପାରିତ ହୋଇଛି। ମଧ୍ୟ ପ୍ରଦେଶ ବିଧାନସଭାର କାମଚଳ ବାଚସ୍ପତି ଗୋପାଳ ଭର୍ଗବ ସମସ୍ତ ପ୍ରସ୍ତାବ ପ୍ରକ୍ରିୟା କାର୍ଯ୍ୟକାରୀ କରିଥିଲେ। ପ୍ରଥମ ପ୍ରସ୍ତାବ ଆଗତ କରିବା ବେଳେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ବିଧାନସଭା ବାଚସ୍ପତି ନରେନ୍ଦ୍ର ସିଂହ ତୋମାରଙ୍କୁ ଅଭିନନ୍ଦନ ଜଣାଇବା ସହ ବାଚସ୍ପତି ପଦ ପାଇଁ କଂଗ୍ରେସ ପକ୍ଷରୁ କରାଯାଇଥିବା ସମର୍ଥନକୁ ବିରୋଧି ଦଳର  ଏକ ଉତ୍ତମ ପଦକ୍ଷେପ ବୋଲି କହିଛନ୍ତି।

ନବନିଯୁକ୍ତ ବାଚସ୍ପତିଙ୍କୁ ପ୍ରଶଂସା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ଦ୍ୱିତୀୟ ପ୍ରସ୍ତାବକୁ ସମର୍ଥନ କରିବା ବେଳେ ପୂର୍ବତନ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ନବନିଯୁକ୍ତ ବାଚସ୍ପତି ନରେନ୍ଦ୍ର ସିଂହ ତୋମାରଙ୍କୁ ପ୍ରଶଂସା କରିଛନ୍ତି। ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନରେନ୍ଦ୍ର ସିଂହ ତୋମାର ବିଧାନସଭା ବାଚସ୍ପତିଙ୍କ ଶକ୍ତିକୁ ଆହୁରି ବୃଦ୍ଧି କରିବେ। କାରଣ ସରକାର ନିଜର କାର୍ଯ୍ୟ କରିବେ। ବାଚସ୍ପତି ପଦ ଭାର ଗ୍ରହଣ କରିବା ପରେ ନରେନ୍ଦ୍ର ସିଂହ ତୋମାର ରାଜ୍ୟ ହିତରେ ବଡ଼ ନିଷ୍ପତ୍ତି ନେବେ। ତାଙ୍କ ପାଖରେ ଉଭୟ ସଙ୍ଗଠନ ଏବଂ ସରକାର ଚଳାଇବାର ଦୀର୍ଘ ଦିନର ଅଭିଜ୍ଞତା ରହିଛି। ସେ ସର୍ବଦା ଦଳୀୟ ସଙ୍ଗଠନ ଏବଂ ସରକାର ପାଇଁ ସଂକଟମୋଚକ ସାଜିଛନ୍ତି। ରାଜନୀତିରେ ତାଙ୍କର ଲମ୍ବା ଅନୁଭବ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ନରେନ୍ଦ୍ର ସିଂହ ତୋମାର କିଏ?
ଆପଣଙ୍କୁ କହିରଖୁଛୁ ଯେ ବିଜେପି ଦଳର ଶକ୍ତିଶାଳୀ ନେତାଙ୍କ ମଧ୍ୟରେ ନରେନ୍ଦ୍ର ସିଂହ ତୋମାର ଗଣା ଯାଇଥାନ୍ତି। ଗ୍ୱାଲିଅର ଅଞ୍ଚଳରୁ ଆସିଥିବା ନରେନ୍ଦ୍ର ସିଂହ ତୋମାର ଛାତ୍ର ଦିନରୁ ରାଜନୀତିରେ ସକ୍ରିୟ ଥିଲେ। ଯିଏ ୱାର୍ଡ କାଉନସିଲର ଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀ ତଥା ବିଧାନସଭା ବାଚସ୍ପତି ଭୂମିକା ପର୍ଯ୍ୟନ୍ତ ପହଞ୍ଚିଛନ୍ତି। ନରେନ୍ଦ୍ର ସିଂହ ତୋମର ୩ ଥର ବିଧାୟକ ଏବଂ ୩ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି।  ମୋଦ ସରକାରଙ୍କ ଉଭୟ ପ୍ରଥମ ଏବଂ ଦ୍ୱିତୀୟ ପାଳି କାର୍ଯ୍ୟକାଳରେ ସେ ବିଭିନ୍ନ ମନ୍ତ୍ରଣାଳୟର ମନ୍ତ୍ରୀ ଭାବ କାର୍ଯ୍ୟ କରି ସାରିଛନ୍ତି। ବର୍ତ୍ତମାନ ତାଙ୍କୁ ମଧ୍ୟ ପ୍ରଦେଶ ବିଧାନସଭାର ବାଚସ୍ପତି ଭୂମିକାରେ ଦେଖିବାକୁ ମିଳିବ।

ନରେନ୍ଦ୍ର ସିଂହ ତୋମାରଙ୍କ ସିଂହଙ୍କ ରାଜନୈତିକ ଯାତ୍ରା 

  • ୧୯୯୮-୨୦୦୩: ଗ୍ୱାଲିଅର ଆସନରୁ ପ୍ରଥମ ଥର ଲାଗି ମଧ୍ୟ ପ୍ରଦେଶ ବିଧାନସଭାକୁ ନିର୍ବାଚିତ
  • ୨୦୦୩-୨୦୦୮: ଗ୍ୱାଲିଅର ଆସନରୁ ଦ୍ୱିତୀୟ ଥର ଲାଗି ମଧ୍ୟ ପ୍ରଦେଶ ବିଧାନସଭାକୁ ନିର୍ବାଚିତ
  • ୨୦ ଜାନୁଆରୀ ୨୦୦୯-୧୬ ମେ ୨୦୦୯: ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ
  • ୨୦୦୯-୨୦୧୪: ମଧ୍ୟ ପ୍ରଦେଶ ମୁରୈନା ଆସନରୁ ପ୍ରଥମ ଥର ଲାଗି ଲୋକସଭା ସାଂସଦ ଭାବେ ନିର୍ବାଚିତ 
  • ୨୦୧୪-୨୦୧୯: ମଧ୍ୟ ପ୍ରଦେଶ ଗ୍ୱାଲିୟର ଲୋକସଭା ଆସନରୁ ଦ୍ୱିତୀୟ ଥର ଲାଗି ଲୋକସଭା ସାଂସଦ ଭାବେ ନିର୍ବାଚିତ 
  • ୨୦୧୯-୨୦୨୩: ମୁରୈନା ଆସନରୁ ଦ୍ୱିତୀୟ ଥର ଲାଗି ଲୋକସଭା ସାଂସଦ ଭାବେ ନିର୍ବାଚିତ
  • ୨୦୨୩: ଦିମନି ଆସନରୁ ମଧ୍ୟ ପ୍ରଦେଶ ବିଧାନସଭାକୁ ବିଧାୟକ ନିର୍ବାଚିତ