Congress President: ସୋନିଆ ଗାନ୍ଧିଙ୍କ କାନ୍ଧର ବୋଝ ହାଲୁକା କଲେ ମଲ୍ଲିକାର୍ଜୁନ ଖଡଗେ, ସାମନାରେ ରହିଛି ଏହି ସବୁ ଚ୍ୟାଲେଞ୍ଜ୍
Advertisement
Article Detail0/zeeodisha/odisha1411442

Congress President: ସୋନିଆ ଗାନ୍ଧିଙ୍କ କାନ୍ଧର ବୋଝ ହାଲୁକା କଲେ ମଲ୍ଲିକାର୍ଜୁନ ଖଡଗେ, ସାମନାରେ ରହିଛି ଏହି ସବୁ ଚ୍ୟାଲେଞ୍ଜ୍


Congress President Mallikarjun Kharge: ବୁଧବାର ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।  କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧି ତାଙ୍କୁ ଆନୁଷ୍ଠାନିକ ଭାବେ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ସେପଟେ କଂଗ୍ରେସର ଅଧ୍ୟକ୍ଷ ହେବା ପରେ ଖଡଗେଙ୍କ ଆଗରେ ଅନେକ ଗୁଡାଏ ଚ୍ୟାଲେଞ୍ଜ ରହିଛି। ସେଥିମଧ୍ୟରୁ ଦଳୀୟ କଳହ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା।

 

Congress President: ସୋନିଆ ଗାନ୍ଧିଙ୍କ କାନ୍ଧର ବୋଝ ହାଲୁକା କଲେ ମଲ୍ଲିକାର୍ଜୁନ ଖଡଗେ, ସାମନାରେ ରହିଛି ଏହି ସବୁ ଚ୍ୟାଲେଞ୍ଜ୍

Congress President Mallikarjun Kharge, ନୂଆଦିଲ୍ଲୀ: ଦୀର୍ଘ ଦୁଇ ଦଶନ୍ଦି ପରେ ଜଣେ ଅଣଗାନ୍ଧି ସଂଜ୍ଞାଧାରୀ ବ୍ୟକ୍ତି କଂଗ୍ରେସର ମୁଖିଆ ପଦରେ ଅବସ୍ଥାପିତ ହୋଇଛନ୍ତି। ବୁଧବାର ମଲ୍ଲିକାର୍ଜୁନ ଖଡଗେ, କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।  କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧି ତାଙ୍କୁ ଆନୁଷ୍ଠାନିକ ଭାବେ ଦାୟିତ୍ବ ହସ୍ତାନ୍ତର କରିଛନ୍ତି। ଖଡଗେଙ୍କ ଶପଥ ଗ୍ରହଣ ପରେ ମୁଁ ବେଶ୍ ଆରାମ ଅନୁଭବ କରୁଛି ବୋଲି ସୋନିଆ ଗାନ୍ଧି କହିଛନ୍ତି। କଂଗ୍ରେସ ମୁଖିଆଙ୍କ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧିଙ୍କ ସମେତ ରାହୁଲ ଗାନ୍ଧି ଓ ଅନେକ ବରିଷ୍ଠ ନେତା ସାମିଲ ଥିଲେ।

୮୦ ବର୍ଷିୟ ମଲ୍ଲିକାର୍ଜୁନ ଖଡଗେ ବୁଧବାର ଆନୁଷ୍ଠାନିକ ଭାବେ କଂଗ୍ରେସ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ପୂର୍ବରୁ ସେ ରାଜଘାଟ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ତାପରେ କଂଗ୍ରେସ ହେଡକ୍ୱାଟରରେ ଆଯୋଜିତ ଶପଥ ଗ୍ରହଣ ତଥା ଦାୟିତ୍ୱ ହସ୍ତାନ୍ତର କାର୍ଯ୍ୟକ୍ରମରେ ଖଡଗେ ସାମିଲ ହୋଇଥିଲେ। ସେଠାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ସୋନିଆ କହିଛନ୍ତି, "ମୁଁ ମୋର ସକ୍ଷମତା ଅନୁସାରେ ମୋର କର୍ତ୍ତବ୍ୟ ନିର୍ବାହ କରିଛି। ଏବେ ମୁଁ ଦାୟିତ୍ୱରୁ ମୁକ୍ତ ହେବି। ମୋ କାନ୍ଧରେ ଗୋଟେ ବୋଝ ଥିଲା, ତାହା ଏବେ ହାଲୁକା ହୋଇଛି। ଏହା ଏକ ବଡ ଦାୟିତ୍ୱ ଥିଲା, ଯାହାକୁ ଏବେ ମଲ୍ଲିକାର୍ଜୁନ ଖଡଗେ ତୁଲାଇବେ।"

Also Read: Congress President: ଖଡ୍ଗେ କଲେ ବଡ଼ ଘୋଷଣା; କଂଗ୍ରେସର ହେବ ଏସବୁ ପରିବର୍ତ୍ତନ

ସେପଟେ ଦାୟିତ୍ୱ ଗ୍ରହଣ ପରେ କଂଗ୍ରେସର ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧିଙ୍କର ମହିମା ମଣ୍ଡନ କରିଛନ୍ତି। ସୋନିଆ ଗାନ୍ଧିଙ୍କୁ ପ୍ରଶଂସା କରି ସେ କହିଛନ୍ତି, "ସୋନିଆ ଗାନ୍ଧି ସବୁବେଳେ ବିଶ୍ୱାସନୀୟ, ଯାହାର ଉଦାହରଣ ସେ ସୃଷ୍ଟି କରିଛନ୍ତି। ସୋନିଆଙ୍କ ନେତୃତ୍ୱରେ ଦୁଇ ଥର UPA ସରକାର ଗଠନ କରିଛି। ସୋନିଆଙ୍କ କାଳରେ MGNREGA, Food Security Act, RTI ଭଳି ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନ ହୋଇଛି।" ଗତ ସପ୍ତାହରେ କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ ଜିତିଥିବା ମଲିକାର୍ଜୁନଙ୍କୁ ଗାନ୍ଧି ପରିବାରର ଅତି ନିକଟତର ଲୋକ। ତାଙ୍କ ପାଇଁ ଗାନ୍ଧି ପରିବାର ସୁରକ୍ଷିତ ରହିବେ ବୋଲି ଚର୍ଚ୍ଚା ହେଉଛି। 

 

ମଲ୍ଲିକାର୍ଜୁନ ଖଡଗେ ପୁଣି କହିଛନ୍ତି ଯେ, ଦଳରେ ଉଦୟପୁର ଚିନ୍ତନ ଶିବିରରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଦଳରେ ୫୦ ବର୍ଷରୁ କମ ବୟସ୍କଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ। କଂଗ୍ରେସ କେବଳ ଗୋଟିଏ ଦଳ, ଯାହାର ଭିତରେ ଗଣତନ୍ତ୍ର ବଞ୍ଚି ରହିଛି। ବିଜେପି ଓ ଆରଏସଏସର ନାମ ନେଇ ସେ କହଛନ୍ତି ଯେ, ଦେଶରେ ଯେଉଁମାନେ ହିଂସାର ପ୍ରଚାର ପ୍ରସାର କରୁଛନ୍ତି କିମ୍ବା ଦେଶର ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ କଂଗ୍ରେସ ହରାଇବ। ସେପଟେ କଂଗ୍ରେସର ଅଧ୍ୟକ୍ଷ ହେବା ପରେ ଖଡଗେଙ୍କ ଆଗରେ ଅନେକ ଗୁଡାଏ ଚ୍ୟାଲେଞ୍ଜ ରହିଛି। ସେଥିମଧ୍ୟରୁ ଦଳୀୟ କଳହ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା।

ନିର୍ବାଚନ

ଆଉ ମାତ୍ର ଦୁଇ ସପ୍ତାହ ପରେ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ପାଞ୍ଚ ବର୍ଷର ବିଜେପି ଶାସନ ପରେ ଦଳ କ୍ଷେମତାକୁ ଫେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି। ଆସନ୍ତା ନଭେମ୍ବର ୧୨ରେ ଏଠାରେ ଭୋଟ ପଡିବ। ସେହିପରି ଆଗକୁ ଗୁଜରାଟ ନିର୍ବାଚନ ମଧ୍ୟ ଅଛି। ଗୁଜରାଟ ନିର୍ବାଚନର ତାରିଖ ଘୋଷଣା କରାଯାଇନାହିଁ, ତଥାପି ଏହା ପ୍ରଧାନମନ୍ତ୍ରୀଙ୍କ ଗୃହ ରାଜ୍ୟ। ତେଣୁ କଂଗ୍ରେସକୁ ଏଠାରେ ବହୁତ ସଙ୍ଘର୍ଷ କରିବାକୁ ପଡିବ। ଅନ୍ୟପଟେ ଆପ୍ ମଧ୍ୟ ଗୁଜରାଟରେ ଭାଗ୍ୟ ପରୀକ୍ଷା କରିବାକୁ ଯୋରଦାର ପ୍ରସ୍ତୁତି ଚଳାଇଛି।

Also Read: 'ଯଦି ବିଜେପି ସହ କିଛି ସମ୍ପର୍କ ନାହିଁ, ତାହେଲେ ଛାଡ଼ି ଦିଅ ରାଜ୍ୟସଭା ଉପାଧ୍ୟକ୍ଷ ପଦ'

କ୍ଷମତା ବଜାୟ ରଖିବା

କଂଗ୍ରେସର ନୂଆ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସମ୍ମୁଖରେ ଏକ ବଡ ପରୀକ୍ଷା ଅପେକ୍ଷା କରିଛି। ୨୦୨୩ ମସିହାରେ କଂଗ୍ରେସ ଶାସନାଧିନ ରାଜସ୍ଥାନ ଏବଂ ଛତିଶଗଡ ସମେତ ନଅଟି ବିଧାନସଭା ନିର୍ବାଚନ ହେବ। ଏହି ବର୍ଷରେ ରାହୁଲ ଗାନ୍ଧିଙ୍କ ପାଞ୍ଚ ମାସର 'ଭାରତ ଯୋଡ ଯାତ୍ରା'ର ସମାପ୍ତି ମଧ୍ୟ ହେବ। ତାପରେ ମାର୍ଚ୍ଚ ୨୦୨୪ରେ ସାଧାରଣ ନିର୍ବାଚନ ହେବ। 

ଦଳରେ ସଂରକ୍ଷଣ

ଦଳ ଭିତରେ ସଂରକ୍ଷଣ ନିୟମ ଲାଗୁ ଖଡଗେଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ। ଉଦୟପୁରର 'ଚିନ୍ତନ ଶିବିର'ରେ ଦିଆଯାଇଥିବା ସଂସ୍କାରକୁ ଖଡଗେ କାର୍ଯ୍ୟକାରୀ କରିପାରନ୍ତି। ଯଦି ସେ କିଛି ନୂଆ ଚେହେରାକୁ ଦଳରେ ସାମିଲ କରିବାକୁ ଚାହାନ୍ତି ତେବେ ତାଙ୍କୁ ୫୦ରୁ କମ ବୟସ୍କଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେବାକୁ ପଡିବ। କିନ୍ତୁ ପୂର୍ବରୁ କଳହ ମଧ୍ୟରେ ଫସି ରହିଥିବା ଦଳରେ ଏହା କିପରି ସମ୍ଭବ ହେବ, ତାହା ଉପରେ ଖଡଗେ ରଣନୀତି ପ୍ରସ୍ତୁତ କରିବେ।